IAS officer Divya Mittal: ଆଇଏଏସ୍ ଚାକିରି ଛାଡ଼ି ନୂଆ ଦଳ ଗଢ଼ିଲେ ଦିବ୍ୟା ମିତ୍ତଲ

Oct 15, 2026 - 16:58
IAS officer Divya Mittal: ଆଇଏଏସ୍ ଚାକିରି ଛାଡ଼ି ନୂଆ ଦଳ ଗଢ଼ିଲେ ଦିବ୍ୟା ମିତ୍ତଲ

"ନୂଆଦିଲ୍ଲୀ: ଆଇଏଏସ ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିଥିବା ଦିବ୍ୟା ମିତ୍ତଲ ଗୁରୁବାର ସୋସିଆଲ୍ ମିଡିଆ ଜରିଆରେ ନିର୍ବାଚନ ଲଢ଼ିବା ସହିତ ନିଜର ନୂଆ ରାଜନୈତିକ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି।

ଦିବ୍ୟା ନୂଆ ଦଳର ନାମ "ଜନନୀତି ଭାରତ" ରଖିଛନ୍ତି।

ଦିବ୍ୟା ମିତ୍ତଲ ପ୍ରାୟ ୧୩ ବର୍ଷ ପ୍ରଶାସନିକ ସେବାରେ କାର୍ଯ୍ୟ କରିବା ପରେ ୨୦୨୬ ଅଗଷ୍ଟ ୩୦ରେ ‌ସେ ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ।

ସେ ଉତ୍ତରପ୍ରଦେଶର ମିର୍ଜାପୁର ଓ ଦେଓରିଆ ଭଳି ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ।

ନିଜ କାର୍ଯ୍ୟକାଳରେ କଠୋର ପ୍ରଶାସନିକ ଶୈଳୀ ଓ ନିଷ୍ପତ୍ତି ପାଇଁ ସେ ଚର୍ଚ୍ଚାରେ ରହିଥିଲେ। ।

ମିର୍ଜାପୁରରେ ବିକାଶମୂଳକ କାର୍ଯ୍ୟକୁ ନେଇ ସ୍ଥାନୀୟ ନେତାଙ୍କ ସହ ତାଙ୍କର ମତଭେଦ ଥିବା ନେଇ ଚର୍ଚ୍ଚା ହୋଇଥିଲା।Advertisment ରାଜନୀତିରେ ପ୍ରବେଶକୁ ନେଇ ଦିବ୍ୟା କହିଛନ୍ତି, “ରାଜନୀତି ଆପଣଙ୍କ ଉପରେ ଶାସନ କରେ, କିନ୍ତୁ ଏହି ଦଳ ଆପଣଙ୍କ ଶାସନ ପାଇଁ ଗଠନ କରାଯାଇଛି।

ନୂଆ ଦଳର ତିନୋଟି ପ୍ରତିଶ୍ରୁତି ରହିଛି।

ପ୍ରଥମ ପ୍ରତିଶ୍ରୁତି ଜନତାଙ୍କଠାରୁ ନୀତି ଏବଂ ନୀତିରୁ ଭାରତ।

ଦ୍ୱିତୀୟ ପ୍ରତିଶ୍ରୁତି ଆବଶ୍ୟକତାକୁ ଦେଖି ପ୍ରତ୍ୟେକ ନିଷ୍ପତ୍ତି ନିଆଯିବ ଶେଷ ଏବଂ ତୃତୀୟ ପ୍ରତିଶ୍ରୁତି ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତିରେ ସମାନତାକୁ ଦୃଷ୍ଟିରେ ରଖାଯିବ।

ଏହି ନୂଆ ରାଜନୈତିକ ପଦକ୍ଷେପ ମାଧ୍ୟମରେ ଦେଶର ନୀତି ନିର୍ଦ୍ଧାରଣର କେନ୍ଦ୍ରରେ ସାଧାରଣ ଲୋକଙ୍କୁ ରଖିବା ଉପରେ ଗୁରୁତ୍ୱ ଦିଆଯିବ।

ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ସମସ୍ୟାର ସମାଧାନ ସେମାନଙ୍କ ଅନୁଭୂତି ଓ ପରାମର୍ଶ ଆଧାରରେ କରାଯିବ ।

ବିକାଶମୂଳକ କାର୍ଯ୍ୟ ଓ ପ୍ରଶାସନିକ ନିଷ୍ପତ୍ତିରେ ଜାତି, ଧର୍ମ କିମ୍ବା ପରିଚୟ ବଦଳରେ ଲୋକଙ୍କ ପ୍ରକୃତ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବ।" ଦିବ୍ୟା କହିଛନ୍ତି, "ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଦଳର ଏକ ପ୍ରମୁଖ ପ୍ରସଙ୍ଗ କରାଯାଇଛି।

ସ୍ଥାନୀୟ ସ୍ତରରେ ବିକାଶମୂଳକ କାର୍ଯ୍ୟରେ ଲୋକଙ୍କ ପ୍ରତ୍ୟକ୍ଷ ଭାଗୀଦାରି ସୁନିଶ୍ଚିତ କରିବା ଏବଂ ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଦିବ୍ୟା ମିତ୍ତଲ ଗଠନ କଲେ "ଜନନୀତି ଭାରତ" ଦଳ ଗଙ୍ଗା ନଦୀର ଉଦାହରଣ ଦେଇ ମତ୍ତଲ କହିଛନ୍ତି ଯେ ଗଙ୍ଗାରେ ପ୍ରତ୍ୟେକ ଜଳବିନ୍ଦୁ ସମାନ।

ଏହି ଚିନ୍ତାଧାରାକୁ ଆଧାର କରି ସେ ନିଜ ଦଳର ନାମ "ଜନନୀତି ଭାରତ" ରଖିଛନ୍ତି।

ଏହା ପୂର୍ବରୁ ରଘୁରାଜ ପ୍ରତାପ ସିଂହ ଓରଫ ରାଜା ଭୈୟାଙ୍କ ଜନସତ୍ତା ଦଳ ପକ୍ଷରୁ ଦିବ୍ୟା ମିତ୍ତଲଙ୍କୁ ଦଳରେ ଯୋଗଦେବା ପାଇଁ ପ୍ରସ୍ତାବ ଦିଆଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ସେହିପରି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ତାଙ୍କୁ ନିଜ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ।

ନୈତିକ ଦଳ ଗଠନ କରି ଦିବ୍ୟା ମିତ୍ତଲ ନିର୍ବାଚନୀ ରାଜନୀତିରେ ନୂଆ ଯାତ୍ରା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

ଦିଲ୍ଲୀର ଅନେକ ପ୍ରତିଷ୍ଠିତ ସ୍କୁଲକୁ ବୋମା ଧମକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)