IAS officer: ଶ୍ରୀଧନ୍ୟା ସୁରେଶ କେରଳମ୍‌ର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ୍ରଥମ ଜିଲ୍ଲାପାଳ

Sep 17, 2026 - 13:08
IAS officer: ଶ୍ରୀଧନ୍ୟା ସୁରେଶ କେରଳମ୍‌ର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ୍ରଥମ ଜିଲ୍ଲାପାଳ

"କାସରଗୋଡ: ଶ୍ରୀଧନ୍ୟା ସୁରେଶ କେରଳମ୍‌ ରାଜ୍ୟର ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ପ୍ରଥମ ଜିଲ୍ଲାପାଳ ଭାବେ କାସରଗୋଡ ଜିଲ୍ଲାରେ ଅବସ୍ଥାପିତ ହୋଇଛନ୍ତି।

୨୦୧୯ ବ୍ୟାଚରଆଇଏଏସ୍‌ ଅଧିକାରିଣୀ ଶ୍ରୀଧନ୍ୟା କାସରଗୋଡାକୁ ଜିଲ୍ଲାପାଳ ଭାବେ ବଦଳି ପୂର୍ବରୁ ଖାଦ୍ୟ ନିରାପତ୍ତା କମିସନର ଭାବେ କାର୍ଯ୍ୟ କରୁଥିଲେ।Advertisment ବଦଳି ପୂର୍ବରୁ ଥିଲେ ଖାଦ୍ୟ ନିରାପତ୍ତା କମିସନର ୱାୟନାଡର ପୋଝୁଥାନା ପଞ୍ଚାୟତର ଏକ ବସ୍ତିରେ ବଢ଼ିଥିବା କୁରିଚିଆ ସମ୍ପ୍ରଦାୟର ଶ୍ରୀଧନ୍ୟା ୨୦୧୮ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୪୧୦ତମ ରାଙ୍କ୍ ପାଇ କୃତକାର୍ଯ୍ୟ ହୋଇଥିଲେ ଓ ତାଙ୍କୁ କେରଳମ୍ କ୍ୟାଡରରେ ନିଯୁକ୍ତି ଦିଆଯାଇଥିଲା।

ଶ୍ରୀଧନ୍ୟାଙ୍କ ବାପା ସୁରେଶ ଜଣେ ଦିନ ମଜୁରିଆ।

ମା ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ କାମ କରନ୍ତି।

ମା" ତାଙ୍କ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶ୍ରୀଧନ୍ୟା କହିଛନ୍ତି।

ଶ୍ରୀଧନ୍ୟାଙ୍କର ଜଣେ ବଡ଼ ଭଉଣୀ ସୁଶିତା ଓ ସାନ ଭାଇ ଶ୍ରୀରାଗ୍‌ ଅଛନ୍ତି।

ଭାଇଭଉଣୀ ଏକ ଛୋଟ ଘର ରହୁଥିଲେ।

ସ୍କୁଲ ଶିକ୍ଷା ଶେଷ କରିବା ପରେ ଶ୍ରୀଧନ୍ୟା ଦେବଗିରି କଲେଜରେ ପ୍ରାଣୀବିଜ୍ଞାନ (ଜୁଲଜି)ରେ ପଢ଼ିଥିଲେ।

ଏହାପରେ କାଲିକାଟ୍‌ ବିଶ୍ବବିଦ୍ୟାଳୟ ଆପ୍ଲାଏଡ ଜୁଲଜିରେ ମାଷ୍ଟର କରିଥିଲେ।

ପାଠପଢ଼ା ପରେ ସେ ୱାୟନାଡ଼ରେ ଆଦିବାସୀ ପର୍ଯ୍ୟଟନ ପ୍ରକଳ୍ପରେ ସହାୟକ ଭାବରେ ଯୋଗ ଦେଇଥିଲେ।

କିନ୍ତୁ ପ୍ରଶାସନିକ ସେବାରେ ଯିବା ପାଇଁ ଆଗ୍ରହ ତତ୍କାଳୀନ ମନ୍ତନଭାଡ଼ି ଉପଜିଲ୍ଲାପାଳ ଶ୍ରୀରାମ ସାମ୍ବାସିବ ରାଓଙ୍କୁ ଭେଟିବା ପରେ ଆସିଥିଲା।

ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଶ୍ରୀଧନ୍ୟାଙ୍କର ପ୍ରଥମ ନିଯୁକ୍ତି କୋଝିକୋଡର ସହାୟକ କଲେକ୍ଟର ଭାବରେ ଥିଲା।

ସେ ପେରିନ୍ଥଲମନ୍ନାରେ ସବ-କଲେକ୍ଟର, ପଞ୍ଜୀକରଣ ବିଭାଗର ମହାନିରୀକ୍ଷକ ଓ ଖାଦ୍ୟ ସୁରକ୍ଷା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଭଣ୍ଡାରୀ ସ୍ୱାଗତ ରଣଭୀରଚାନ୍ଦଙ୍କ ପରେ ଶ୍ରୀଧନ୍ୟା ହେଉଛନ୍ତି କାସରଗୋଡର ଦ୍ୱିତୀୟ ମହିଳା ଜିଲ୍ଲାପାଳ।

ଭଣ୍ଡାରୀ ସ୍ୱାଗତ ରଣଭୀରଚାନ୍ଦ ୨୦୨୧ ରୁ ୨୦୨୩ ପର୍ଯ୍ୟନ୍ତ କାସରଗୋଡ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ।

ରେଳସେବା ଓ ପରିବହନ ବ୍ୟବସ୍ଥାକୁ ଟାର୍ଗେଟ୍ କରୁଛି ରୁଷ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)