Elephant: କଲ୍ୟାଣସିଂହପୁର ଧାମୁଣିପଙ୍ଗା ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ

Sep 17, 2026 - 13:08
Elephant: କଲ୍ୟାଣସିଂହପୁର ଧାମୁଣିପଙ୍ଗା ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ

"କଲ୍ୟାଣସିଂହପୁର(ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ।

ଧାମୁଣିପଙ୍ଗା ପଞ୍ଚାୟତ ଅଧୀନସ୍ଥ ଗୁଣ୍ଡରୀଗୁଡା ଗାଁ ମୁଣ୍ଡରେ ହାତୀପଲଙ୍କୁ ଦେଖି ଲୋକେ ଆତଙ୍କିତ ଓ ଭୟଭୀତ ହୋଇ ପଡିଛନ୍ତି | ଖାଦ୍ୟ ଅନୁସନ୍ଧାନ କରି ଗତ ୧୧ ତାରିଖ ଠାରୁ ସିଙ୍ଗାରି ପଞ୍ଚାୟତ ପାଳଖମଣ, ଟିକ୍ରାପଡ଼ା,ପାଦ୍ରୁଲଗୁଡ଼ା ଓ ଟିଡିମସ୍କା ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି ୧୩ ଟିକିଆ ହାତୀପଲ ।

ଏମାନେ ଜଙ୍ଗଲରୁ ବାହାରି ଚାଷ ଜମିରେ ପଶି ଅମଳ ଖାଇବା ସହ ପାଦରେ ମାଡ଼ି ଦଳି ଚକଟି କପା ସମେତ ବିଭିନ୍ନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି | ଗତ ୧୧ ତାରିଖରୁ ଅଞ୍ଚଳରେ ହାତୀପଲ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

ହାତୀ ଭୟରେ ଚାଷ ଜମିକୁ ଯିବାକୁ ବି ଭୟ କରୁଛନ୍ତି ଅନେକ ଗ୍ରାମବାସୀମାନେ।Advertisment ଖାଦ୍ୟ ଅନୁସନ୍ଧାନରେ ହାତୀପଲ ଏହି କ୍ରମେ ଖାଦ୍ୟ ସନ୍ଧାନ କରି ସହରି ମୁହାଁ ହାତୀ ପୋଲ ଆଜି ସକାଳୁ ଖବର ପାଇ ବନ ବିଭାଗର ଫୋରେଷ୍ଟର ଭଗବାନ ସରକା ଓ ପାରା ଗାର୍ଡମାନେ ପହଞ୍ଚି ହାତୀଙ୍କ ଗତିପଥ ଉପରେ ନଜର ରଖିବା ସହ ଘଉଡ଼େଇବା ନିମନ୍ତେ ନାକେ ଦମ ହୋଇପଡିଛନ୍ତି ।

ଡ୍ରୋନ୍ ସହାୟତାରେ ହାତୀପଲ କୁ ସୁରକ୍ଷିତ ଭାବେ ଅନ୍ୟତ୍ର ଘଉଡ଼ାଇବାକୁ ଉଦ୍ୟମ ଚାଲିଛି ।

ଫସଲ କ୍ଷୟ କ୍ଷତିର ତୁରନ୍ତ ଆକଳନ କରି ଚାଷୀଙ୍କୁ ସହାୟତା ଦେବା ସହ ହାତୀପଲକୁ ସୁରକ୍ଷିତ ଭାବେ ଘଉଡ଼ାଇବାକୁ ଦାବି ଯୋର ହୋଇଛି ।

ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି ଧାରଣାରେ ବସିଛନ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)