IAF: ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ଶିକ୍ଷକ

Sep 12, 2026 - 17:44
IAF: ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ଶିକ୍ଷକ

"ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଜ୍ୟ (ୟୁକେ) ମଧ୍ୟରେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପିତ ହୋଇଛି।

ଭାରତୀୟ ବାୟୁସେନା (ଆଇଏଏଫ୍)ର ୩ ଜଣ ଯୋଗ୍ୟତାପ୍ରାପ୍ତ ଉଡ଼ାଣ ପ୍ରଶିକ୍ଷକ ୱେଲ୍ସସ୍ଥିତ ୟୁକେ ରୟାଲ୍ ଏୟାରଫୋର୍ସ ଭ୍ୟାଲିରେ ନିୟୋଜିତ ହୋଇଛନ୍ତି।

ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ଇନଷ୍ଟ୍ରକ୍ଟରମାନେ ବ୍ରିଟେନରେ ସେଠାକାର ରୟାଲ୍ ଏୟାରଫୋର୍ସ ପାଇଲଟମାନଙ୍କୁ ତାଲିମ ଦେବେ।Advertisment ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ''ଏକ୍ସ''ରେ ଏହି ସୂଚନା ଦିଆଯିବା ସହ ଏହାକୁ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ, ସାମରିକ ଦକ୍ଷତା ଏବଂ ଆନ୍ତଃ-ପରିଚାଳନାଗତ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏକ ''ଐତିହାସିକ ପ୍ରଥମ ପଦକ୍ଷେପ'' ବୋଲି ବର୍ଣ୍ଣନା କରାଯାଇଛି।

ଆରଏଏଫ୍ ଭ୍ୟାଲି ହେଉଛି ବ୍ରିଟେନ୍ ବାୟୁସେନାର ଏକ ମୁଖ୍ୟ ତାଲିମ କେନ୍ଦ୍ର।

ଗତବର୍ଷ ଅକ୍ଟୋବରରେ ବ୍ରିଟେନର ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମରଙ୍କ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ଏହି ବୈଠକରେ ଦୁଇ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ଯୁଗ୍ମ ସାମରିକ ଅଭ୍ୟାସ, ତାଲିମ ଏବଂ କ୍ଷମତା ବୃଦ୍ଧି ପାଇଁ ସମ୍ମତି ପ୍ରକାଶ ପାଇଥିଲା।

ଏହାବ୍ୟତୀତ ଭାରତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଏସ.

ଜୟଶଙ୍କର ମଧ୍ୟ ୟୁକେ ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନାଥନ ପାୱେଲଙ୍କ ସହ ଦ୍ୱିପାକ୍ଷିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିସାରିଛନ୍ତି।

ଏହି ପଦକ୍ଷେପ ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା ଓ ସାମରିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ।

ମୋଦୀଙ୍କ ଲୋକପ୍ରିୟତାର ପ୍ରଶଂସା କଲେ ମାଲେସିଆ ପ୍ରଧାନମନ୍ତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)