Welcome!

Unlock your personalized experience.
Sign Up

Hydrogen Train: ୧୨୦୦ କିମି ଚାଲିଲା ହାଇଡ୍ରୋଜେନ୍‌ ଟ୍ରେନ୍‌

Jul 25, 2026 - 21:19
Hydrogen Train: ୧୨୦୦ କିମି ଚାଲିଲା ହାଇଡ୍ରୋଜେନ୍‌ ଟ୍ରେନ୍‌

ନୂଆଦିଲ୍ଲୀ: ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚଳିତ ମାସ ୧୭ରୁ ଚଳାଚଳ ଆରମ୍ଭ କରିଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ ଇତିମଧ୍ୟରେ ୧୨୦୦ କିମି ଯାତ୍ରା ‌ଶେଷ କରିଛି। ଏହାଦ୍ବାରା ୩୫୦୦ ଲିଟରରୁ ଅଧିକ ଡିଜେଲ ସଞ୍ଚୟ ହୋଇଛି। ଏହି ଟ୍ରେନ ହାଇଡ୍ରୋଜେନକୁ ଇନ୍ଧନ ଭାବେ ବ୍ୟବହାର କରୁଛି। ସେଥିରୁ କେବଳ ବାଷ୍ପ ବାହାରୁଛି। ୧୦ଟି ଡବା ବିଶିଷ୍ଟ ଏହି‌ ଟ୍ରେନ୍‌ରେ ଦୁଇଟି ହାଇଡ୍ରୋଜେନ୍‌ ଡ୍ରାଇଭିଂ ପାୱାର କାର୍‌ ରହିଛି ଯାହା ୨୪୦୦ କେଡବ୍ଲ୍ୟୁ ଶକ୍ତି ଉତ୍ପନ୍ନ କରୁଛି। ତା ସହିତ ‌ଟ୍ରେନ୍‌ରେ ଲିଥିୟମ୍‌ ଆୟନ ଫସ୍‌ଫେଟ୍‌ ବ୍ୟାଟେରି ଓ ହାଇଡ୍ରୋଜେନ୍‌ ସିଲିଣ୍ଡର ରହିଛି। ଟ୍ରେନର ଅବିରତ ଚଳାଚଳ ପାଇଁ ଜିନ୍ଦରେ ହାଇଡ୍ରୋଜେନ ସଂରକ୍ଷଣ ବ୍ୟବସ୍ଥା ରହିଛି। ହାଇଡ୍ରୋଜେନକୁ ନେଇ ଉପୁଜିବାକୁ ଥିବା ଯେକୌଣସି ପ୍ରକାର ସୁରକ୍ଷା ପରିସ୍ଥିତିର ମୁକାବିଲା କରିବାକୁ ରେଳବାଇ ଦୃଢ଼ ବ୍ୟବସ୍ଥା କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।