Education Ministers: ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ଛାତ୍ର ଆନ୍ଦୋଳନର ସମ୍ମୁଖୀନ ହୋଇଥିବା କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ

Jul 25, 2026 - 23:14
Education Ministers: ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତୀତ ଛାତ୍ର ଆନ୍ଦୋଳନର ସମ୍ମୁଖୀନ ହୋଇଥିବା କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ

"ନୂଆଦିଲ୍ଲୀ: ପାଠ୍ୟପୁସ୍ତକ ସଂଶୋଧନ, ସଂରକ୍ଷଣ ନୀତି, ବିଶ୍ୱବିଦ୍ୟାଳୟ ସଂସ୍କାର ଓ କ୍ୟାମ୍ପସ ଅଶାନ୍ତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଗତ କିଛି ଦଶନ୍ଧି ଧରି ଅନେକ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଜନ ଓ ଛାତ୍ର ଅସନ୍ତୋଷର ସମ୍ମୁଖୀନ ହୋଇଛନ୍ତି।Advertisment ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କଥିତ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଏବଂ ସିବିଏସଇର ଅନ୍‌ଲାଇନ୍‌ ଉତ୍ତରଖାତା ମୂଲ୍ୟାୟନ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଛାତ୍ରଛାତ୍ରୀଙ୍କ ତୀବ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି।

ତେବେ ସେ ଏଭଳି ବିବାଦରେ ପଡ଼ିଥିବା ପ୍ରଥମ ଶିକ୍ଷାମନ୍ତ୍ରୀ ନୁହନ୍ତି।

ଏହା ପୂର୍ବରୁ ମୁରଲୀ ମନୋହର ଜୋଶୀ, ଅର୍ଜୁନ ସିଂହ, କପିଲ ସିବଲ ଓ ସ୍ମୃତି ଇରାନୀ ମଧ୍ୟ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ ନେଇ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ସମ୍ମୁଖୀନ ହୋଇଥିଲେ।ମୁରଲୀ ମନୋହର ଜୋଶୀ ୧୯୯୯ରୁ ୨୦୦୪ ମଧ୍ୟରେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ମୁରଲୀ ମନୋହର ଜୋଶୀଙ୍କ ଉପରେ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକର "ଭଗବାକରଣ" କରିଥିବା ଅଭିଯୋଗ ଉଠିଥିଲା।

ସେତେବେଳେ ଶିକ୍ଷା ବିଭାଗ ମାନବସମ୍ବଳ ମନ୍ତ୍ରଣାଳୟ ଅଧୀନରେ ଥିଲା।

୨୦୦୨ ଜାନୁଆରି ୯ରେ ଜୋଶୀ କହିଥିଲେ, ନୂତନ ପାଠ୍ୟକ୍ରମ ଓ ଏନ୍‌ସିଇଆର୍‌ଟି ପୁସ୍ତକ ସଂଶୋଧନର ମୂଳ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ଉପରେ ପାଠପଢ଼ାର ବୋଝ କମାଇବା ସହ ସେମାନଙ୍କୁ ଜ୍ଞାନୀ ଓ ମାନବିକ ଚେତନାସମ୍ପନ୍ନ ନାଗରିକ ଭାବେ ଗଢ଼ି ତୋଳିବା।

୨୦୦୩ରେ ବାବ୍ରି ମସଜିଦ ଭଙ୍ଗା ମାମଲାରେ ରାଏବରେଲୀର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିବା ପରେ ସେ ମନ୍ତ୍ରିପଦରୁ ଇସ୍ତଫା ଦେଇଥିଲେ।

ଅର୍ଜୁନ ସିଂହ ଉପା ସରକାର କ୍ଷମତାକୁ ଆସିବା ପରେ କଂଗ୍ରେସ ନେତା ଅର୍ଜୁନ ସିଂହ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ହୋଇଥିଲେ।

୨୦୦୬ରେ ସେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଘୋଷଣା କରିଥିଲେ।

ଏହା କେନ୍ଦ୍ର ପରିଚାଳିତ ୨୦ଟି ବିଶ୍ୱବିଦ୍ୟାଳୟ, ଆଇଆଇଟି, ଏନ୍‌ଆଇଟି, ଆଇଆଇଏମ୍‌, ଏମ୍ସ ଓ ଆଇଆଇଏସ୍‌ସିରେ ଲାଗୁ କରାଯାଇଥିଲା।

ଏହି ନିଷ୍ପତ୍ତିକୁ ନେଇ ଏମ୍ସର ଡାକ୍ତର ଓ ଦେଶବ୍ୟାପୀ ଆଇଆଇଟି ଛାତ୍ରମାନେ ତୀବ୍ର ବିରୋଧ କରିଥିଲେ।

ନୂଆଦିଲ୍ଲୀରେ ଆନ୍ଦୋଳନ କରୁଥିବା ମେଡିକାଲ ଛାତ୍ରମାନଙ୍କ ଉପରେ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା।

ଆହୁରି ପଢନ୍ତୁ : astrologer beaten to death ହାତ ଦେଖି ଅତୀତର ଏମିତି କଥା କହିଲେ ଜ୍ୟୋତିଷ, ଯୁବକ ଠେଙ୍ଗାରେ ପିଟି ମାରିଦେଲାକପିଲ ସିବଲ ଅର୍ଜୁନ ସିଂହଙ୍କ ପରେ କପିଲ ସିବଲ ଉକ୍ତ ବିଭାଗର ମନ୍ତ୍ରୀ ହୋଇଥିଲେ।

୨୦୧୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପାରମ୍ପରିକ ତିନିବର୍ଷିଆ ସ୍ନାତକ ପାଠ୍ୟକ୍ରମ ପରିବର୍ତ୍ତେ ଚାରିବର୍ଷିଆ ପାଠ୍ୟକ୍ରମ ଆରମ୍ଭ କରିଥିଲା।

ଏହି ନୂତନ ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ସଂଗଠନ ପକ୍ଷରୁ ବ୍ୟାପକ ବିରୋଧ କରାଯାଇଥିଲା।

୨୦୧୪ରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଏହି ପାଠ୍ୟକ୍ରମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ସେହିପରି ଶିକ୍ଷା ଅଧିକାର ଆଇନ ଅନୁସାରେ ଶ୍ରେଣୀ ଅଷ୍ଟମ ପର୍ଯ୍ୟନ୍ତ "ନୋ ଡିଟେନସନ୍" ନୀତି ମଧ୍ୟ ବହୁ ରାଜ୍ୟର ବିରୋଧର ସମ୍ମୁଖୀନ ହୋଇଥିଲା।

ଆହୁରି ପଢନ୍ତୁ :Girl child Dies ମୁକୁଳା କୂଅରେ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତସ୍ମୃତି ଇରାନୀ ସ୍ମୃତି ଇରାନୀ ମାନବସମ୍ବଳ ମନ୍ତ୍ରୀ ଥିବା ବେଳେ ୨୦୧୫ ଜୁଲାଇରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ୨୬ ବର୍ଷୀୟ ପିଏଚଡି ଗବେଷକ ରୋହିତ ବେମୁଲାଙ୍କ ଗବେଷଣା ବୃତ୍ତି (ଷ୍ଟାଇପେଣ୍ଡ) ବନ୍ଦ କରିଦେଇଥିଲା।

ରୋହିତ ବେମୁଲା ଆମ୍ବେଦକର ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ ବ୍ୟାନରରେ ଜାତିଆଣ ବୈଷମ୍ୟ ପ୍ରସଙ୍ଗ ଉଠାଇଥିଲେ।

ପରେ ଏବିଭିପି ନେତା ଏନ୍‌ ସୁଶୀଲ କୁମାରଙ୍କ ଉପରେ କଥିତ ଆକ୍ରମଣ ଅଭିଯୋଗ ପରେ ବିଶ୍ୱବିଦ୍ୟାଳୟ ରୋହିତ ଓ ଏଏସ୍ଏର ଅନ୍ୟ ଚାରିଜଣ ସଦସ୍ୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା।

୨୦୧୫ ଡିସେମ୍ବର ସୁଦ୍ଧା ରୋହିତ ଓ ଅନ୍ୟ ଚାରିଜଣଙ୍କୁ ବିଶ୍ୱବିଦ୍ୟାଳୟରୁ ସସପେଣ୍ଡ କରାଯାଇଥିଲା।

୨୦୧୬ ଜାନୁଆରି ୩ରୁ ରୋହିତ ଅନଶନ ଆରମ୍ଭ କରିଥିଲେ ଏବଂ ଜାନୁଆରି ୧୭ରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ସମଗ୍ର ଦେଶରେ ବ୍ୟାପକ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା।

୨୦୧୬ ଜୁଲାଇରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ପୁନର୍ଗଠନ ସମୟରେ ଇରାନୀଙ୍କୁ ବସ୍ତ୍ର ମନ୍ତ୍ରଣାଳୟକୁ ସ୍ଥାନାନ୍ତର କରାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।