Modi Shah: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହ: ପ୍ରତିବାଦକାରୀଙ୍କୁ ଧନ୍ୟବାଦ ଜଣାଇଲେ ବିରୋଧୀ

Jul 25, 2026 - 22:17
Modi Shah: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହ: ପ୍ରତିବାଦକାରୀଙ୍କୁ ଧନ୍ୟବାଦ ଜଣାଇଲେ ବିରୋଧୀ

"ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ଆନ୍ଦୋଳନକାରୀ ଛାତ୍ରମାନଙ୍କ ସହିତ ସପ୍ତାହେ ହେଲା ଆଲୋଚନା କରୁଥିବା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ ପରବର୍ତ୍ତୀ ସମୟରେ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ବିରୋଧୀ ଦଳ ଶନିବାର ଯୁବ ପ୍ରତିବାଦକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ସଫଳତା ପାଇଁ ଉଭୟ ଛାତ୍ର ଓ ବି‌ରୋଧୀଙ୍କ ଏକତାକୁ ଶ୍ରେୟ ଦେଇଛନ୍ତି।Advertisment ଖଡ଼ଗେ କହିଛନ୍ତି, ଭାରତର ଛାତ୍ରଙ୍କ ସ୍ବର ଶେଷରେ ଅହଙ୍କାରୀ ଶାସନର ପରାଜୟର କାରଣ ହେଲା।

ଯୁବ ପିଢ଼ି ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।

ଏହା ସତ୍ୟର ବିଜୟ ଓ ମୋଦୀଙ୍କ ଜିଦ୍‌ର ପରାଜୟ।

ଛାତ୍ରଙ୍କୁ ଲାଠି ଓ ପେଲେଟ୍‌ ଗନ୍‌ରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ମୋଦୀଙ୍କୁ ଏବେ ଛାତ୍ରମାନଙ୍କୁ କ୍ଷମା ମାଗିବାକୁ ପଡ଼ିବ ବୋଲି ଖଡ଼ଗେ ଦାବି କରିଛନ୍ତି।

ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରମାଣ କରିଦେଇଛି ଯେ, ମୋଦୀ-ଶାହ ଅପରାଜେୟ ନୁହନ୍ତି।

ସେମାନେ ମଧ୍ୟ ଯିବେ।

ଆହୁରି ପଢନ୍ତୁ : Suna Besha 2026: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ କଂଗ୍ରେସ ସାଂସଦ ଶଶୀ ଥରୁର୍‌ କହିଛନ୍ତି, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପ୍ରମାଣିତ କରିଛି ଯେ, ଗଣତନ୍ତ୍ରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦାୟିତ୍ବବୋଧକୁ ଏଡାଇ ଦିଆଯାଇପାରିବ ନାହିଁ।

ସାରା ଦେଶର ଛାତ୍ର, ଅଭିଭାବକ ଓ ନାଗରିକମାନଙ୍କ ଦ୍ୱାରା ସପ୍ତାହ ଧରି ଦୃଢ଼, ଶାନ୍ତିପୂର୍ଣ୍ଣ ସ୍ୱର ଉଠାଇବା ପରେ ଏହା ଆସିଛି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଏହା ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ବିଜୟ, କିନ୍ତୁ ସମସ୍ତ ରାଜନୈତିକ ଦଳର ଲୋକମାନେ ଏଥିରୁ ଶିକ୍ଷା ପାଇବା ଉଚିତ ଯେ ଭବିଷ୍ୟତରେ ପରୀକ୍ଷାଗୁଡ଼ିକୁ ଆହୁରି ମଜବୁତ କରିବାକୁ ପଡିବ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଓ ଚାକିରିର ରାସ୍ତା ଖୋଲିବାକୁ ପଡିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।