Hunted 352 tigers: ୩୫୨ ବାଘ ଶିକାର କରିଥିବା ମହାରାଜା
"ରାଜେଶ ଅଗ୍ରୱାଲ୍ ଓଡ଼ିଶାର ଗଡ଼ଜାତ ରାଜାରାଜୁଡ଼ାଙ୍କ କାହାଣୀ ଯେତିକି ରୋଚକ ସେତିକି ଆବେଗପୂର୍ଣ୍ଣ।
ଆଜି ଆମେ ଏପରି ଜଣେ ରାଜାଙ୍କ ବିଷୟରେ ଆଲୋଚନା କରିବା, ଯିଏ ବିଦ୍ବାନ୍, ସୁଶାସକ ଓ ଶିକ୍ଷା-ସଂସ୍କୃତିର ପୃଷ୍ଠପୋଷକ ଥିଲେ।
କିନ୍ତୁ, େରାଗଗ୍ରସ୍ତ ହୋଇ ଯନ୍ତ୍ରଣାଦାୟକ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ।
ସେ ଥିଲେ ଢେଙ୍କାନାଳର ଶାସକ ମହାରାଜା ଭଗୀରଥ ମହେନ୍ଦ୍ର ବାହାଦୁର।
ଉତ୍ତମ କାମ ପାଇଁ ୧୮୬୯ରେ ବ୍ରିଟିସ୍ ସରକାରଙ୍କ ଠାରୁ ସେ ମହାରାଜା ଉପାଧି ପାଇଥିଲେ।
୧୮୩୨ରୁ ୧୮୭୭ ମସିହା ପର୍ଯ୍ୟନ୍ତ ଶାସନ କରିଥିବା ଭଗୀରଥ ମହେନ୍ଦ୍ର ବାହାଦୁର ସଂସ୍କୃତ ବିଦ୍ବାନ୍ ଥିଲେ।
ତାଙ୍କ ଅମଳରେ ଢେଙ୍କାନାଳରେ ସ୍କୁଲ୍, ଡାକ୍ତରଖାନା, ଜେଲ୍, କଚେରି ଆଦି ନିର୍ମିତ ହୋଇଥିଲା।
ପୁଣି ନ"ଙ୍କ ଦୁର୍ଭିକ୍ଷ ସମୟରେ ସେ ବୁଭୁକ୍ଷୁମାନଙ୍କ ପାଇଁ ଅନେକ କାମ କରିଥିଲେ ଏବଂ କଟକ ଜିଲ୍ଲା ସାହାଯ୍ୟ କମିଟିର ସଭ୍ୟ ଥିଲେ।
କଟକ ରେଭେନ୍ସା କଲେଜ୍, କଟକ ମେଡିକାଲ୍ ସ୍କୁଲ୍, କଟକ ପ୍ରିଣ୍ଟିଂ କଂପାନିକୁ ମଧ୍ୟ ସେ ଆର୍ଥିକ ସାହାଯ୍ୟ ଦେଇଥିଲେ।
ସୌଖୀନ ମିଜାଜ୍ର ଏହି ମହାରାଜା କଟକ ବ୍ରିଟିସ୍ କମିସନର୍ଙ୍କ ଲାଲ୍ବାଗ୍ କୋଠି ଅନୁକରଣରେ ଢେଙ୍କାନାଳରେ ଗୋଟାଏ ଉଆସ ନିର୍ମାଣ କରିଥିଲେ।
ରାଜା ଭଗୀରଥ ମହେନ୍ଦ୍ର ବାହାଦୁର ଥିଲେ ଜଣେ ବିଶାଳକାୟ ପୁରୁଷ।
ଓଜନ ଥିଲା ୧୪୦ କିଲୋଗ୍ରାମ୍।
କିନ୍ତୁ ଏହି ବିରାଟକାୟ ବପୁ କୌଣସି କାମ କରିବାକୁ ତାଙ୍କୁ ଅଟକାଇ ପାରୁ ନ ଥିଲା।
ସେ ଜଣେ ଦକ୍ଷ ଶିକାରୀ ଥିଲେ ଏବଂ ଜୀବଦ୍ଦଶାରେ ୩୫୨ଗୋଟି ବାଘ ମାରିଥିଲେ।
ଯେଉଁ ଚଉକିରେ ବସି ସେ ଶିକାରକୁ ଯାଉଥିଲେ ତାକୁ ୨୪ ଜଣ କାନ୍ଧୋଉଥିଲେ।
କୁହାଯାଏ, ରାଜାଙ୍କର ୬୦ରୁ ଊର୍ଦ୍ଧ୍ବ ରକ୍ଷିତା ସ୍ତ୍ରୀ ଥିଲେ।
କେବଳ ସେତିକି ନୁହେଁ, ରାଜାଙ୍କର ବିଭିନ୍ନ ସେବା ଲାଗି ଶହ ଶହ ଚାକରବାକର ଥିଲେ।
ପ୍ରତି କାମ ପାଇଁ ସେ ଦୁଇଜଣଙ୍କୁ ନିଯୁକ୍ତ କରିଥିଲେ।
ଏସବୁ କାମ ପାଇଁ ରାଜା ଦରମା ବଦଳରେ ଜମି ପ୍ରଦାନ କରିଥିଲେ।
ଜଣେ ଯେତେବେଳେ ନଅରରେ କାମ କରୁଥିଲା ଅନ୍ୟ ଜଣକ ନିଜ ଜମିବାଡ଼ି କଥା ବୁଝିବାକୁ ଯାଉଥିଲା।
କେବଳ ରାଜାଙ୍କ ଚଉକି ଉଠାଇବାକୁ ୨୪ ଜଣ ଲୋକ ଦରକାର ହେଉଥିଲେ।
ମାତ୍ର ସେ କାମ ପାଇଁ ନିଯୁକ୍ତି ପାଇଥିଲେ ୪୮ ଜଣ।Advertisment Weekly Horoscope 2026 June 28 to July 04: ଜାଣନ୍ତୁ ଏ ସପ୍ତାହର ରାଶିଫଳ ରାଜାଙ୍କ ବ୍ୟକ୍ତିଗତ ଖଟଣି ପାଇଁ ୭୨ ଜଣ ଚାକର ଥିଲେ।
ଉଦାହରଣ ସ୍ବରୂପ, ୪ ଜଣ ଚାକର ଥିଲେ ଦାନ୍ତକାଠି ସେବା ପାଇଁ।
ଜଣେ ଚାକର ଦାନ୍ତକାଠି ପାଇଁ ଡାଳ ଆଣେ, ଜଣେ ଠିକ୍ ମାପରେ କାଟି ଦାନ୍ତକାଠି ତିଆରି କରେ, ଜଣେ ସେ ଦାନ୍ତକାଠିକୁ ନେଇ ଠିକ୍ ସ୍ଥାନରେ ରଖିଦିଏ ଏବଂ ଚତୁର୍ଥ ଚାକରଟି ସେ ଦାନ୍ତକାଠିକୁ ରାଜାଙ୍କ ହସ୍ତରେ ବଢ଼ାଇଦିଏ।
ନିର୍ଭରଯୋଗ୍ୟ ତଥ୍ୟ ଅନୁସାରେ, ରାଜା ଭଗନ୍ଦର (ଭଗରନ୍ଧ୍ର) ରୋଗରେ ପୀଡ଼ିତ ଥିଲେ ଓ ତା" କଷ୍ଟରୁ ମୁକ୍ତି ପାଇଁ ବହୁ ମାତ୍ରାରେ ଅଫିମ ସେବନ କରୁଥିଲେ।
ଅଫିମ ଅଭ୍ୟାସ ଛଡ଼ାଇବା ପାଇଁ ଏକ ବିଲାତି ଔଷଧ ଦେଇଥିଲେ କଟକର ସିଭିଲ୍ ସର୍ଜନ୍ ଡକ୍ଟର୍ ଷ୍ଟିୱାର୍ଟ।
ଥରେ ସେ ଔଷଧ ସରି ଯାଇଥିଲା ଏବଂ ରାତିରେ ଅତ୍ୟଧିକ କଷ୍ଟ ହେବାରୁ ରାଜା ଲୋକ ପଠାଇ ଷ୍ଟିୱାର୍ଟ ଦେଇଥିବା ଔଷଧକୁ ନିଜ ରାଜ୍ୟ ଡାକ୍ତରଖାନାରୁ ମଗାଇଲେ।
ଲୋକଟି ଯାଇ ସେଠାରେ ନିଯୁକ୍ତ ବଙ୍ଗାଳୀ ଡାକ୍ତରଙ୍କୁ ନିଦରୁ ଉଠାଇ ଔଷଧ ମାଗିଲା।
ସେ ଭୁଲ୍ରେ ଅନ୍ୟ ଗୋଟାଏ ଔଷଧ ପଠାଇଦେଲେ।
ଫଳରେ ସେ ଔଷଧ ଖାଇ ରାଜାଙ୍କ ଅବସ୍ଥା ଗୁରୁତର ହୋଇଗଲା।
ଏପରି ଅବସ୍ଥା ଦେଖି ରାଜାଙ୍କ ଲୋକ ଘୋଡ଼ାରେ କଟକ ଯାଇ ଡାକ୍ତର ଷ୍ଟିୱାର୍ଟଙ୍କୁ ଢେଙ୍କାନାଳ ଆଣିଲେ।
ତାଙ୍କ ଔଷଧରେ ରାଜାଙ୍କ ଜୀବନ ବଞ୍ଚିଗଲା।
ବଙ୍ଗାଳୀ ଡାକ୍ତର ନିଜ ଭୁଲ୍ ବୁଝି ଭୟରେ ସେଠାରୁ ପଳାଇଗଲେ।
ଏହାପରେ ରାଜା ଆଉ ଭଲ ହେଲେ ନାହିଁ।
ଚିକିତ୍ସା ପାଇଁ ତାଙ୍କୁ କଟକ ନିଆଗଲା ଓ ଡାକ୍ତର ଷ୍ଟିୱାର୍ଟ ତାଙ୍କର ଅେସ୍ତ୍ରାପଚାର କଲେ।
ଏହାର କିଛିଦିନ ପରେ ନିଜ ରାଜ୍ୟକୁ ଫେରି ରାଜାଙ୍କର ପରଲୋକ ହୋଇଯାଇଥିଲା।
ରାଜାଙ୍କ କୌଣସି ପୁତ୍ର ସନ୍ତାନ ନ ଥିବାରୁ ପରଲୋକର କିଛି ମାସ ଆଗରୁ ବଉଦ ରାଜା ପୀତାମ୍ବର ଦେବଙ୍କ ୨ୟ ସନ୍ତାନ କାର୍ତ୍ତିକେଶ୍ବର ଦେବଙ୍କୁ ପୋଷ୍ୟପୁତ୍ର କରି ଅଣା ଯାଇଥିଲା ଏବଂ ସେ ଦୀନବନ୍ଧୁ ମହେନ୍ଦ୍ର ବାହାଦୁର ନାମ ଧରି ପୋଷ୍ୟ ପିତାଙ୍କ ମୃତ୍ୟୁ ପରେ ସିଂହାସନରେ ବସିଲେ।
ରାଜ ଅଭିଷେକ ସମୟରେ ସେ ନାବାଳକ ଥିବାରୁ ୧୮୭୭ରୁ ୧୮୮୫ ମସିହା ପର୍ଯ୍ୟନ୍ତ ଢେଙ୍କାନାଳ ରାଜ୍ୟ କୋର୍ଟ ଅଫ୍ ୱାର୍ଡସ୍ (ବ୍ରିଟିସ୍ ପରିଚାଳନାଧୀନ) ହେଲା।
ରାଜା ଭଗୀରଥଙ୍କ ପରଲୋକ ପରେ ରାଜ୍ୟ କୋର୍ଟ ଅଫ୍ ୱାର୍ଡସ୍ ଥିବା ସମୟରେ ବ୍ୟାସକବି ଫକୀରମୋହନ ସେନାପତି ଢେଙ୍କାନାଳ ରାଜ୍ୟର ଜଣେ ଅଧିକାରୀ ଭାବରେ ଯୋଗଦେଇଥିଲେ।
ମେନେଜର ଥିଲେ ବାବୁ ବନମାଳୀ ସିଂହ, ରାଜ ଶିକ୍ଷକ ଥିଲେ ପ୍ୟାରୀମୋହନ ସେନ୍ ଓ ଆସିଷ୍ଟାଣ୍ଟ୍ ସର୍ଜନ ଥିଲେ ବିଜୟ କୁମାର ଚକ୍ରବର୍ତ୍ତୀ।
ତେବେ ଫକୀରମୋହନ ଗରିବ ଲୋକଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ଅନେକ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରୁଥିଲେ।
ସେ ମଧ୍ୟରେ ଥିଲା ତୈଳପାକ, ଧାତୁ ଜାରଣ ମାରଣ, କସ୍ତୁରୀ, ମକର ଧ୍ବଜ ବଟିକା ଓ ମୃତ ସଞ୍ଜିବନୀ ସୁରା।
Attack In Pakistan: କରାଚିରେ ବଡ଼ ଆତ୍ମଘାତୀ ଆକ୍ରମଣ, ୪ଜଣଙ୍କ ମୃତ୍ୟୁ ୧୮୭୭ ଫେବ୍ରୁଆରି ମାସରେ ରାଜା ଭଗୀରଥଙ୍କ ମୃତ୍ୟୁ ହୋଇଥିଲା।
ମୃତ୍ୟୁ ପରେ ସେ ବର୍ଷ ଅଗଷ୍ଟ ମାସରେ ଓଡ଼ିଶାର କମିସନର୍ ଜନ୍ ବିମ୍ସ ଢେଙ୍କାନାଳର ଶାସନ ବ୍ୟବସ୍ଥା ବୁଝିବା ପାଇଁ ସରକାରୀ ଗସ୍ତରେ ଆସିଲେ।
ଗସ୍ତର ୨ୟ ଦିନ ସେ ରାଜନଅର ଦେଖିବାକୁ ଗଲେ।
ନଅର ପଛପଟେ ବିରାଟ ଅଗଣା ଥାଇ ବଡ଼ ଅନ୍ଧାରୁଆ ଘରେ ମହାରାଜାଙ୍କ ଷାଠିଏଜଣ ରକ୍ଷିତା ଥିଲେ।
ସ୍ଥାନଟି ପରିତ୍ୟକ୍ତ ଥିଲା।
କାରଣ ସ୍ବାସ୍ଥ୍ୟ ଦୃଷ୍ଟିରୁ ମହାରାଜା ଅନେକ ଦିନରୁ ସେମାନଙ୍କ ପାଖକୁ ଯିବା ଛାଡ଼ି ଦେଇଥିଲେ।
ବିମ୍ସ୍ ସାହେବ ସେମାନଙ୍କ ଅବସ୍ଥା ଦେଖି ନିଷ୍ପତ୍ତି କଲେ ଯେ ଯେଉଁମାନଙ୍କର ପିଲାଛୁଆ ନାହାନ୍ତି ସେମାନେ ଅନ୍ୟ କାହାକୁ ବିବାହ କରି ନଅର ଛାଡ଼ି ଚାଲିଯାଆନ୍ତୁ ଏବଂ ଯେଉଁମାନଙ୍କର ପିଲା ଅଛନ୍ତି ସେମାନେ ବସବାସ କରନ୍ତୁ।
ସେମାନଙ୍କର ଭରଣପୋଷଣ ରାଜ୍ୟ ପକ୍ଷରୁ ବହନ କରାଯିବ ବୋଲି ସେ ଘୋଷଣା କରିଥିଲେ।ଅତାବିରା, ବରଗଡ଼ମୋ: ୯୪୩୮୨୧୪୮୭୮"