Hunger Strike: ଯୁଗୀଯୁଗେନ ବନ୍ଧ ନିର୍ମାଣ ବିରୋଧୀ ଆନ୍ଦୋଳନ ତେଜିଲା: ସଂଗ୍ରାମ ସମିତିର ଅନଶନ ରାସ୍ତାରୋକ, ସବଡେଗା ବନ୍ଦ
"ସୁନ୍ଦରଗଡ଼/ସବଡେଗା: ତଳସରା ବିଧାନସଭା କ୍ଷେତ୍ର ସବଡେଗା ବ୍ଲକ୍ ହମିରପୁର ପଞ୍ଚାୟତରେ ସରକାରଙ୍କ ଯୁଗୀଯୁଗେନ ବୃହତ୍ ବନ୍ଧନିର୍ମାଣ ମସୁଧା ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି।
ଆଜି ଯୁଗୀଯୁଗେନ ବନ୍ଧ ସଂଗ୍ରାମ ସମିତି ସବଡେଗାରେ ଦିନିକିଆ ଅନଶନକରିବା ସହ ରାସ୍ତାରୋକ କରିଛନ୍ତି।
ଯାହା ଫଳରେ ସୁନ୍ଦରଗଡ଼- ଛତିଶଗଡ଼କୁ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଅନ୍ଯପଟେ ସବଡେଗାରେ ଦୋକାନ ବଜାର ସ୍ୱତଃସ୍ଫୂର୍ତ୍ତ ବନ୍ଦ ରହିଥିବାବେଳେ ଶତାଧିକ ଲୋକ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
୧୯୮୨ରୁ ଇବନଦୀ ଯୁଗୀଯୁଗେନ ବନ୍ଧକୁ ବିରୋଧ କରି ଆସୁଛନ୍ତି ଅଞ୍ଚଳବାସୀ।Advertisment ଯୁଗୀଯୁଗେନରେ ୧୦୭୮୩ ହେକ୍ଟର ଜମି, ୧୦ଟି ଗାଁ ସମ୍ପୂର୍ଣ ଓ ୨୦ଟି ଗାଁ ଆଂଶିକ ବୁଡ଼ିବ ଏବଂ ୪୦ ହଜାର ଲୋକ ବିସ୍ଥାପିତ ହେବେ।
ତେଣୁ ଏକ ବିଶାଳ ବିସ୍ଥାପନର ବିପର୍ଯ୍ୟୟକୁ ଅଞ୍ଚଳବାସୀ କୌଣସି ସ୍ଥିତିରେ ଗ୍ରହଣ କରିବେ ନାହିଁ।
ବରଂ କମ୍ କ୍ଷତି ହେଉଥିବା ତେଲିଯୋର ବନ୍ଧ ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି।
ଏହି ପରିପ୍ରେକ୍ଷୀରେ ୯.୧୦.୨୦୨୫ରେ ମୁଖ୍ୟମନ୍ତ୍ରୀଙ୍କୁ ତଳସରା କ୍ଷେତ୍ରର ୪ ହଜାର ଲୋକଙ୍କ ସ୍ବାକ୍ଷରରେ ତେଲିଯୋର ବନ୍ଧ ନିର୍ମାଣ ପାଇଁ ଏକ ସ୍ମାରକପତ୍ର ଦିଆଯାଇଥିଲା ।
ଏପରିକି ବିଭାଗୀୟ ପ୍ରକ୍ରିୟା ମଧ୍ୟରେ ଏ ପ୍ରସ୍ତାବ କେନ୍ଦ୍ର ଜଳସମ୍ପଦ ବିଭାଗକୁ ଅନୁମୋଦନ ପାଇଁ ପଠାଯାଇଥିଲା | କିନ୍ତୁ ପରବର୍ତ୍ତୀ ସମୟରେ ତାକୁ ବାଦ୍ ଦେଇ ଯୁଗୀଯୁଗେନ ବନ୍ଧ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଅଭିଯୋଗ ହୋଇଛି।
ଏପରିକି ୨୦୨୩ରୁ ବନ୍ଧ ନିର୍ମାଣ ପାଇଁ ଅତି ଗୋପନରେ ନଦୀ ସର୍ବେକ୍ଷଣ, ଜଙ୍ଗଲ ଜମି ଚିହ୍ନଟ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ରହିଛି।
ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଖାରଜ କରାଗଲା ବୋଲି ଘୋଷଣା କରନ୍ତୁ ଏହାପରେ ସୁନ୍ଦରଗଡ଼ ଜଳସେଚନ ବିଭାଗ ପ୍ରସ୍ତାବିତ ନଦୀବନ୍ଧ ସମ୍ପର୍କରେ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଏକ ରିପୋର୍ଟ ଦେଇଛନ୍ତି।
ଯେଉଁଥିରେ ବନ୍ଧପାଇଁ ସର୍ବେକ୍ଷଣ ଆରମ୍ଭ ହୋଇଥିବା ଓ ଆରମ୍ଭରୁ କେହି ବିରୋଧ କରି ନଥିବାବେଳେ ଏବେ ଯୁଗୀଯୁଗେନ ସଂଗ୍ରାମ ସମିତି ବିରୋଧ କରୁଥିବା ଉଲ୍ଲେଖ କରିଛନ୍ତି।
ଯାହାକୁ ସମିତି ତୀବ୍ର ବିରୋଧ କରିଛି।
ତେବେ ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଖାରଜ କରାଗଲା ବୋଲି ଘୋଷଣା ନକରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସମିତି ଘୋଷଣା କରିଛି।
Journalist: କାନ୍ଥ ପଡ଼ି ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
