How to clean glasses: ଚଷମା ସଫା କରିବାର ତରିକା

Sep 03, 2026 - 04:28
How to clean glasses: ଚଷମା ସଫା କରିବାର ତରିକା

"ଚଷମା ମଇଳା ହେଲେ ପିନ୍ଧିଥିବା ସାର୍ଟ, ଟିସୁ ପେପର କିମ୍ବା ଘରେ ଥିବା ଯେକୌଣସି ସ୍ପ୍ରେ ସାହାଯ୍ୟରେ ଏହାକୁ ସଫା କରିବା ଅନେକଙ୍କ ଅଭ୍ୟାସ।

ହେଲେ ଏପରି କରିବା ଭୁଲ୍‌।

କାରଣ ଆ‌ଜିକାଲି ପ୍ରାୟ ସବୁ ପ୍ରେସ୍‌କ୍ରିପସନ୍‌ ଚଷମା ଲେନ୍‌ସରେ ଏକ ସୂକ୍ଷ୍ମ ଆଣ୍ଟି-ରି‌ଫ୍ଲେକ୍ଟିଭ୍‌ ଆବରଣ ଥାଏ।

ଏହି ଆବରଣ ଚଷମାରେ ଆଲୋକ ପ୍ରତିଫଳନକୁ କମାଇଥାଏ।

ଥରେ ଏହି ଆବରଣରେ ସ୍କ୍ରାଚ୍‌ ପଡ଼ିଗଲେ ଏହାକୁ ଆଉ ମରାମତି କରିହୁଏ ନାହିଁ।

ତେଣୁ ଚଷମାକୁ ଖରାପ ହେବାରୁ ବଞ୍ଚାଇବା ପାଇଁ କିଛି ସାଧାରଣ ଭୁଲ୍ ଅଭ୍ୟାସରୁ ଦୂରେଇ ରହିବା ଉଚିତ।Advertisment Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ ଅନେକ ଲୋକ ଭିନେଗାରକୁ ଏକ ପ୍ରାକୃତିକ କାଚ ସଫାକାରୀ ଭାବି ବ୍ୟବହାର କରନ୍ତି।

କିନ୍ତୁ ଏହାର ଏସିଡ୍ ଗୁଣ ଚଷମାର ଆଣ୍ଟି-ରି‌ଫ୍ଲେକ୍ଟିଭ୍‌ ଆବରଣକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ।

ଟିସୁ ପେପର ନରମ ଦେଖାଗଲେ ମଧ୍ୟ ଏହା କାଠ ତନ୍ତୁରୁ ତିଆରି।

ଏଥିରେ ଲେନ୍‌ସ ପୋଛିଲେ ସୂକ୍ଷ୍ମ ଦାଗ ସୃଷ୍ଟି ହୋଇ କାଚ ଅସ୍ପଷ୍ଟ ଦେଖାଯାଏ।

ସାର୍ଟ କପଡ଼ାରେ ଚଷମା ପୋଛିବା ସବୁଠୁ ବଡ଼ ଭୁଲ୍।

ଆମ ପୋଷାକରେ ଦିନସାରାର ଧୂଳି ଜମିଥାଏ।

ଶୁଖିଲା ପୋଷାକରେ ଲେନ୍‌ସକୁ ଘଷିବା ଦ୍ୱାରା ଲେନ୍‌ସ ଖରାପ ହୋଇଯାଏ।

Paddy procurement: ମଣ୍ଡି ଧାନ କିଣାରୁ ହଟିଲା ଏସ୍‌ଏଚ୍‌ଜି, ଲ୍ୟାମ୍ପସ୍ ଜରିଆରେ କିଣାଯିବ ଯଦି ଜରୁରି ପରିସ୍ଥିତିରେ କପଡ଼ା ବ୍ୟବହାର କରୁଛନ୍ତି, ତେବେ ପ୍ରଥମେ ଲେନ୍ସକୁ ପାଣିରେ ଧୋଇ ଦିଅନ୍ତୁ।

କାଚ କିମ୍ବା ଦର୍ପଣ ସଫା କରୁଥିବା ସ୍ପ୍ରେରେ ଆମୋନିଆ ଥାଏ, ଯାହା ଲେନ୍‌ସର ସ୍ୱତନ୍ତ୍ର ଆବରଣକୁ ନଷ୍ଟ କରିଦିଏ।

ଗରମ ପାଣିରେ ସଫା କଲେ ଅଧିକ ସଫା ହେବ ଭାବିବା ଭୁଲ୍।

ଗରମ ପାଣିର ଉତ୍ତାପ ଲେନ୍‌ସକୁ ବିକୃତ କରିପାରେ ଏବଂ ଏହାର ଆବରଣକୁ କ୍ଷତି ପହଞ୍ଚାଏ।

ଚଷମା ସଫା କରିବାର ଠିକ୍‌ ଉପାୟ ହେଉଛି ଲୋସନ୍-ମୁକ୍ତ ଲିକ୍ବିଡ୍‌ ସୋପ୍‌ର ଏକ ଛୋଟ ବୁନ୍ଦା ନେଇ ଲେନ୍‌ସ ଉପରେ ପକାନ୍ତୁ।

ତା"ପରେ ଚଷମାକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ।

ଶେଷରେ ଚଷ ପାଇଁ ନିର୍ଦ୍ଦିଷ୍ଟ ଭାବେ ତିଆରି ହୋଇଥିବା ମାଇକ୍ରୋଫାଇବର୍‌ କପଡ଼ା ସାହାଯ୍ୟରେ ଧୀରେ ପେ‌ାଛି ଦିଅନ୍ତୁ।

ଦେଖିବେ ପୁଣି ଚଷମାର କାଚ ଥରେ ଚମକି ଉଠିବ।

ଚଷମାକୁ ପୋଛିବା ପାଇଁ ସର୍ବଦା କେବଳ ମାଇକ୍ରୋଫାଇବର୍‌ କପଡ଼ା ହିଁ ବ୍ୟବହାର କରନ୍ତୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)