House burnt: ଘର ପୋଡ଼ିଗଲା, ୪ ଦଗ୍ଧ
ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳିପୁର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଯିବା ସହ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି।
ସୂଚନା ମୁତାବକ ନଳିପୁର ଗ୍ରାମର ସେକ ନିଜାମଉଦ୍ଦିନଙ୍କ ଆଜବେଷ୍ଟସ ଘରେ ଆଜି ରାତି ୮ଟା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।
କିଛି ସମୟ ଭିତରେ ନିଜାମଉଦ୍ଦିନଙ୍କ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା।
Advertisment Landslides: ଭୂସ୍ଖଳନ ବିସ୍ଥାପିତଙ୍କୁ କଂଗ୍ରେସ, ପେଟାପାଙ୍ଗା ଅଞ୍ଚଳବାସୀଙ୍କ ରିଲିଫ୍ ସହାୟତା ପ୍ରଦାନ ଘର ଭିତରେ ଥିବା ତାଙ୍କ ବଡ଼ବୋହୂ ତବ୍ସୁନି (୪୨), ଶାଶୂଘରୁ ଆସିଥିବା ଝିଅ ଗୁଲଫସା ବିବି (୨୭), ୧୦ ବର୍ଷର ନାତୁଣୀ ଓ ୮ ମାସର ଶିଶୁପୁତ୍ର ଜୀବନ୍ତଦଗ୍ଧ ହୋଇଯାଇଥିଲେ।
ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ଘଟିଥିଲା।
ପରିବାରର ଅନ୍ୟ ଜଣେ ସଦସ୍ୟ ୨୨ ବର୍ଷୀୟ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।
ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Water ATM Project: ନିର୍ମଳ ବୁନ୍ଦାରେ ଘଳିଆ ଧରିଲେ ଜିଲ୍ଲା ନୋଡାଲ ଅଧିକାରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
