Horoscope 2026 November 23: ଜାଣନ୍ତୁ ଆଜିର ରାଶିଫଳ
ମେଷ: କୌଣସି କଂପାନିରେ ସେୟାର କିଣିବା ଲାଗି ବିଶେଷଜ୍ଞଙ୍କର ପରାମର୍ଶ ନେଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ନୂଆ ବାଇକ୍ କିଣିବେ। ପ୍ରେମୀ ଯୁଗଳ ଦୂରସ୍ଥାନକୁ ବୁଲି ଯିବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ।
ବୃଷ: ନିଜ କାର୍ଯ୍ୟରୁ ସମୟ ବାହାର କରି ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଜମି କିଣିବା ଲାଗି ଜମି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିବେ।
ମିଥୁନ: ଆପଣଙ୍କ ବ୍ୟବହାର ବିନମ୍ର ରହିବ। କାରବାର ଆରମ୍ଭ କରିବା ପୂର୍ବରୁ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ। ଜୀବନରେ ଖୁସି ହି ଖୁସି ଆସିବ। ପରିବାର ସହିତ କୌଣସି ସମାରୋହକୁ ଯିବେ।
କର୍କଟ: କୌଣସି ଶୁଭ ଖବର ପାଇବେ। ଯାହା ଆପଣ ବନ୍ଧୁମାନଙ୍କୁ କହିବେ। ଅଧିକ ପରିଶ୍ରମ କରନ୍ତୁ ଆପଣଙ୍କ କାମରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ। ସୁଗର ସମସ୍ୟାରୁ ଉପଶମ ପାଇବେ।
ସିଂହ: କୌଣସି ମନ୍ଦିର କାର୍ଯ୍ୟକ୍ରମକୁ ଯିବାର ଅବସର ପାଇବେ। ନୂଆ କାମ ଆଡ଼କୁ ମନ ଆକର୍ଷିତ ହେବ। ବାପା ଆପଣଙ୍କ ବ୍ୟବସାୟରେ ସାହାଯ୍ୟ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କନ୍ୟା: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଅଧିକ ଲାଭ ହେବ। ବନ୍ଧୁ ମାଧ୍ୟମରେ ଭଲ ଚାକିରି ପାଇବେ। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭଲ ଡ଼ାକ୍ତରଙ୍କ ସହ ପରାମର୍ଶ କରିବେ।
ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। କିଛି ସମୟ କୌଣସି ବିଶେଷ ବ୍ୟକ୍ତିଙ୍କୁ ଦେବେ। ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ଅନଲାଇନିରେ ବ୍ୟବସାୟ କରିବା ପାଇଁ ମନସ୍ଥ କରିବେ।
ବିଛା: ପ୍ଲାଷ୍ଟିକ ବ୍ୟବସାୟଙ୍କର ଯଥେଷ୍ଟ ଲାଭ ହେବ। ନବ ବିବାହିତ ଦମ୍ପତ୍ତି ଭଲ ଖବର ପାଇବେ। ଚାକିରି ଖୋଜୁଥିବା ଲୋକଙ୍କ ଲାଗି ଭଲ କଂପାନିରୁ ଚାକିରିର ଡ଼ାକରା ଆସିବ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ।
ଧନୁ: ଧାର ଦେଇଥିବା ଅର୍ଥ ପାଇବେ। ତାକୁ ଆପଣ ଜରୁରୀ କାମରେ ଲଗାଇବେ। ଘରୋଇ ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ।
ମକର: ଅଫିସରେ ଆପଣଙ୍କ କାର୍ଯ୍ୟଶୈଳୀରେ ବିରୋଧୀ ପ୍ରଭାବିତ ହେବେ। ବେପାରରେ ଲାଭ ମିଳିବାର ଯୋଗ ଅଛି। ଛାତ୍ରଛାତ୍ରୀ କୌଣସି ବିଷୟ ଜାଣିବା ଲାଗି ଶିକ୍ଷକଙ୍କର ସହଯୋଗ ପାଇବେ।
କୁମ୍ଭ: ସରକାରୀ ଚାକିରିଜୀବୀଙ୍କ ଲାଗି ପଦୋନ୍ନତି ଯୋଗ ଅଛି। ଚାକିରି ଖୋଜୁଥିବା ଲୋକ ଭଲ ଜାଗାରେ ଚାକିରି ପାଇବେ। ଆପଣଙ୍କ ସ୍ବାସ୍ଥ୍ରଗତ ସମସ୍ୟା ନେଇ ଭଲ ଡ଼ାକ୍ତରଙ୍କୁ ଦେଖାଇବେ।
ମୀନ: ଭାଗୀଦାରି ବେପାରରେ ଯଥେଷ୍ଟ ଲାଭ ପାଇବେ। ଇଂଜିନିୟର୍ସ ଓ ଲେଖକଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ସହିତ ଧର୍ମାନୁଷ୍ଠାନକୁ ଯିବା ପାଇଁ ଯୋଜନା କରିବେ। ଖାଦ୍ୟପେୟ ପ୍ରତି ସଜାଗ ରୁହନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
