Horoscope 2026 November 13: ଜାଣନ୍ତୁ ଆଜିର ରାଶିଫଳ...
ମେଷ: କାରବାରରେ ଏକ ଲୟ ତିଆରି କରି କାମ କରନ୍ତୁ ଲାଭ ହେବ।
ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ।
ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ ରହିବ।
ଛାତ୍ରଛାତ୍ରୀ ପରିଶ୍ରମ ର ସଫଳତା ପାଇବେ।
Advertisment ବୃଷ: ଆପଣଙ୍କ ଜୀବନଜୀବିକା ପାଇଁ ଭଲ ଦିନଟିଏ।
ପରିବାର ଲୋକଙ୍କ ମଧ୍ୟରେ ମଧୁର ବାତାବରଣ ରହିବ।
ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ।
ଜମି ସମ୍ବନ୍ଧୀୟ କୌଣସି କାମ ସମାଧାନ ହେବ। ମିଥୁନ: କ୍ୟାରିୟର ରେ ସଫଳତା ପାଇବେ।
ଘରକୁ କୌଣସି ବନ୍ଧୁର ଆଗମନ ହେବ।
ଛାତ୍ରଛାତ୍ରୀ ନିଜ ସଫଳତାର ଖୁବ୍ ନିକଟବର୍ତ୍ତୀ ହୋଇପାରିବେ।
ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କର୍କଟ: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ।
ଆମଦାନିର ନୂଆ ଉତ୍ସ ପାଇବେ।
ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ।
କୌଣସି ଖବର ପାଇ ଖୁସିରେ ଆତ୍ମହରା ହେବେ।
ବୈବାହିକ ଜୀବନ ସୁଖକର ହେବ।
ସିଂହ: ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ।
କୌଣସି ବଡ଼ ଉଦ୍ୟୋଗ ସହ ଡିଲ୍ ପକ୍କା ହେବ।
ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
ସଂଚାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।
କନ୍ୟା: ଦୀର୍ଘଦିନରୁ ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ।
ଶିକ୍ଷା ସମ୍ବନ୍ଧରେ ଦିନଟି ଭଲ ରହିବ।
ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ।
ଆହୁରି ପଢ଼ନ୍ତୁ- Tribal freedom fighters: କଂଗ୍ରେସ ଓ ବିଜେଡି ଆଦିବାସୀ ସ୍ବାଧିନତା ସଂଗ୍ରାମୀଙ୍କୁ ପରିଚୟ ଦେଇନାହାନ୍ତି: କାଳୀରାମ ମାଝି ତୁଳା: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ।
ବିବାହିତଙ୍କୁ ପରିବାର ସ୍ଥିତି ସମ୍ବନ୍ଧରେ ଭାବିବାକୁ ପଡ଼ିବ।
ଚାକିରିଜୀବୀଙ୍କ ଲାଗି ଭଲ ଦିନଟିଏ।
ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।
ବିଛା: ଜୀବନସାଥୀ ଠାରୁ ଖୁସିଖବର ଶୁଣିବେ।
କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ।
ଜମିରେ ନିବେଶ ଲାଗି ଦିନଟି ଭଲ।
ଘରକୁ କୌଣସି ବନ୍ଧୁ ଆସିବେ।
ଧନୁ: କୌଣସି ଜ୍ଞାନ କଥା ଶୁଣିବାକୁ ପାଇବେ।
ନୂଆ କାମରେ ଆଗ୍ରହ ବଢ଼ିବ।
ବିରୋଧୀ ପକ୍ଷ ଭ୍ରମିତ କରିବାକୁ ଚେଷ୍ଟା କରିବେ।
ପ୍ରେମୀଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ।
ସ୍ବାସ୍ଥ୍ୟ ଠିକ୍ ରହିବ।
ମକର: ନବବିବାହିତ ନିଜର ସାଥୀଙ୍କୁ କୌଣସି ଉପହାର ଦେବେ।
ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭଲ ଉଦ୍ୟୋଗରେ ଚାକିରିର ଡାକରା ଆସିବ।
ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।
କୁମ୍ଭ: ସାମାଜିକ ଉତ୍ସବରେ ସହଭାଗୀତା କରିବେ।
ଗୃହିଣୀମାନଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ।
ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ।
ଅଫିସରେ ଆପଣ ସାବଧାନ ରହନ୍ତୁ।
ମୀନ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ।
ବେପାରରେ ଉନ୍ନତି ହେବ।
ସାମାଜିକ କାର୍ଯ୍ୟରେ ସହଯୋଗ ଦିଅନ୍ତୁ ସମ୍ମାନ ବଢ଼ିବ।
ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
