Horoscope 2026 July 28: ଜାଣନ୍ତୁ ଆଜିର ରାଶିଫଳ...

Jul 28, 2026 - 00:04
Horoscope 2026 July 28: ଜାଣନ୍ତୁ ଆଜିର ରାଶିଫଳ...

"‌ମେଷ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ।

ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ।

ବାଲ୍ୟବନ୍ଧୁ ସହ ଦେଖା ହେବ।

କୌଣସି ନୂଆ ସୁଯୋଗ ମିଳିପାରେ।

ପାରିବାରିକ ଜୀବନ ଶାନ୍ତିମୟ ହେବ।

Advertisment ବୃଷ: ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ।

ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି।

ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତ ପାଇଁ ଇଚ୍ଛୁକ ହେବେ।

ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ‌  ମିଥୁନ: ଆପଣଙ୍କ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି।

କୌଣସି ବିଷୟରେ ଭାବୁକ ହେବେ।

ଆର୍ଥିକ ସ୍ଥିତିରେ ପ୍ରଗତି ହେବ।

ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ।

କର୍କଟ: ଆପଣ ନିଜର ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ।

ସାମାଜିକ କାର୍ଯ୍ୟ କରିବା ଲାଗି ଇଚ୍ଛା ହେବ।

ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ।

ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।

ସିଂହ: ବ୍ୟବସାୟ କାମରେ ସହଯୋଗୀର ସାହାଯ୍ୟ ପାଇବେ।

କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।

ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ।

କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ‌  କନ୍ୟା: ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ।

ପାରିବାରିକ ବିବାଦ ଠାରୁ ଦୂରରେ ରହନ୍ତୁ।

ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଶିକ୍ଷାର୍ଥୀଙ୍କ କ୍ୟାରିୟର୍‌ରେ ନୂଆ ମୋଡ଼ ଆସିପାରେ। ‌ ଆହୁରି ପଢ଼ନ୍ତୁ- Odisha CM Public Grievance Hearing ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ୧୫ହଜାର ଅଭିଯୋଗରୁ ୧୪ହଜାର ସମାଧନ  ତୁଳା: ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

କର୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ଦୂରସ୍ଥାନକୁ ପଠାଇ ପାରନ୍ତି।

ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।

ବିଛା: ଅଫିସରେ ଆପଣଙ୍କ ମତ ରଖିବାରେ ସୁଯୋଗ ପାଇବେ।

ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହୋଇପାରେ।

କୌଣସି ବିଶେଷ କାମରେ ଲାଭ ମିଳିବା ଯୋଗ ଅଛି।

ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ଧନୁ: ପରିବାର ଲୋକଙ୍କର ଉତ୍ସାହ ବଜାୟ ରହିବ।

ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ।

ଚାକିରିରେ ଉନ୍ନତି ଯୋଗ ଅଛି।

ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

ମକର: କାରବାରରେ ଲାଭ ମିଳିବ।

ଅଧିକାରୀ ସହ ବିଶେଷ କାର୍ଯ୍ୟକୁ ନେଇ କଥାବର୍ତ୍ତା କରିପାରନ୍ତି।

ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ।

ଘର ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ କରିବେ।

କୁମ୍ଭ: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ।

ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ।

ରାଜନୀତିରେ ଆର୍ଥିକ ଲାଭ ହେବ।

ବୈବାହିକ ଜୀବନ ଖୁସି ଭରା ରହିବ। ‌  ମୀନ: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ।

କାରବାରରେ ପୁଞ୍ଜିି ଲଗାଇବା ପାଇଁ ଭାବିପାରନ୍ତି।

ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।