TMC: ଋତବ୍ରତ ଗୋଷ୍ଠୀରେ ଯୋଗଦେଲେ ଟିଏମ୍ସିର ବରିଷ୍ଠ ନେତା ରବୀନ୍ଦ୍ରନାଥ ଘୋଷ
"କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍ସି)ର ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ଉତ୍ତର ବଙ୍ଗ ବିକାଶ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତ ଛାଡ଼ି ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି।
ଘୋଷ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବା ସହିତ ରବିବାର କହିଛନ୍ତି ଯେ, ମମତା ବାନାର୍ଜୀ ଯଦି ତାଙ୍କ ପୁତୁରା ଅଭିଷେକ୍ ବାନାର୍ଜୀଙ୍କୁ ସକ୍ରିୟ ରାଜନୀତିରୁ ଅଲଗା କରିପାରିବେ ତେବେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ଥିବା ଅଧିକାଂଶ ନେତା ତାଙ୍କ ନିକଟକୁ ଫେରଆସିବେ।Advertisment ଆହୁରି ପଢନ୍ତୁ: Wild Boar Hunting ବାର୍ହା ଶିକାର, ୪ ଅଭିଯୁକ୍ତ ଗିରଫ ଘୋଷ ସଦ୍ୟତମ ଟିଏମ୍ସି ନେତା ଯିଏ କି ମମତାଙ୍କ ଗୋଷ୍ଠୀ ଛାଡ଼ି ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଛନ୍ତି।
ଘୋଷ ମମତାଙ୍କ ହାତ ଛାଡ଼ିବା କୁଚ ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ହ୍ରାସ ହେବାକୁ ସୂଚାଉଛି।
ଏହାପୂର୍ବରୁ ବରିଷ୍ଠ ଦଳୀୟ ନେତା ତଥା ବୀରଭୂମ ଷ୍ଟ୍ରଙ୍ଗମ୍ୟାନ୍ ଅନୁବ୍ରତ ମଣ୍ଡଳ ଶନିବାର ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଇଥିଲେ।ବିଦ୍ରୋହୀଙ୍କ ସହିତ ସାମିଲ ହେବା ପରେ ଘୋଷଙ୍କୁ ବିଦ୍ରୋହୀ ଗୋଷ୍ଠୀ କୁଚ୍ ବିହାର ଜିଲ୍ଲା ସଭାପତି ଘୋଷଣା କରିପାରନ୍ତି।
ଘୋଷ ବିଧାନସଭା ନିର୍ବାଚନରେ ଟିଏମ୍ସିର ପରାଜୟ ପାଇଁ ଅଭିଷେକ ବାନାର୍ଜୀ ଓ ରାଜନୈତିକ ପରାମର୍ଶଦାତା ଫାର୍ମ ଆଇ-ପ୍ୟାକ୍କୁ ଦାୟୀ କରିଛନ୍ତି।
ଆହୁରି ପଢନ୍ତୁ: Pregnant Woman Removed ଆସନ୍ନ ପ୍ରସବାଙ୍କୁ ଅସ୍ତ୍ରୋପଚାର ଗୃହରୁ ହଟାଇଦେଲେ ଡାକ୍ତର!
ଦୁଇ ଦଶନ୍ଧି ଧରି ଟିଏମ୍ସିର ଜିଲ୍ଲା ସଭାପତି ଥିବା ଓ ମମତାଙ୍କ ଦୀର୍ଘ ଦିନର ସହଯୋଗୀ ଘୋଷ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଦିଦିଙ୍କ ହାତରେ ବର୍ତ୍ତମାନ ଅଧିକ କ୍ଷମତା ନାହିଁ।
କ୍ଷମତା ବର୍ତ୍ତମାନ ଅନ୍ୟ ଆଡ଼େ ରହିଛି।
ଅଯୋଗ୍ୟ ଲୋକଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଉଛି।
ମମତା ବାନାର୍ଜୀ ଚାହିଁଲେ ମଧ୍ୟ ଅଧିକ କିଛି କରିପାରୁନାହାନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।