Hormuz Deal: ଦୁଇ ଉପକୂଳ, ତିନି ଶୁଳ୍କ ଫର୍ମୁଲା: ସର୍ବୋଚ୍ଚ ନେତାଙ୍କ ସ୍ୱାକ୍ଷର ଅପେକ୍ଷାରେ ଇରାନ-ଓମାନ ହର୍ମୁଜ୍ ଚୁକ୍ତି
"ତେହେରାନ: ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘଚି କହିଛନ୍ତି ଯେ, ତେହେରାନ ଏବଂ ମସ୍କାଟ ହର୍ମୁଜ ପ୍ରଣାଳୀ ଦେଇ ଏକ ଜାହାଜ ଚଳାଚଳ ମାର୍ଗର ଭୌଗୋଳିକ ସମନ୍ୱୟ ଉପରେ ସମାଧାନ କରିଛନ୍ତି ଏବଂ ଏକ ମିଳିତ ବିବୃତି ସମୀକ୍ଷା ଡ୍ରାଫ୍ଟ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଅଛି।
ଇରାନ ହର୍ମୁଜ୍ ପ୍ରଣାଳୀରେ ଯାତାୟାତ ଉପରେ ନିଜର ନିୟନ୍ତ୍ରଣ ବଜାୟ ରଖିବା ନୀତିରେ ଅଟଳ ରହିଛି।
ଯେତେବେଳେ ଆମେରିକା ଏବଂ ଏହାର କିଛି ଆଞ୍ଚଳିକ ସହଯୋଗୀ ଏହା ନ ହେଉ ବୋଲି ଚାହୁଁଛନ୍ତି।ସେ କାହାର ନାମ ନନେଇ କହିଛନ୍ତି, ପ୍ରକ୍ରିୟାରେ କିଛି ନିର୍ଦ୍ଦିଷ୍ଟ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ବିନା ଆଗକୁ ବଢ଼ିବାକୁ ପଡିବ।
ଆସୋସିଏଟେଡ୍ ପ୍ରେସ୍ ଅନୁସାରେ ଏହା ଯୁକ୍ତରାଷ୍ଟ୍ରକୁ ବୁଝାଉଥିବା ପରି ମନେ ହେଉଛି ।
ଆଲୋଚନା ବିଷୟରେ ସୂଚନା ଦେଇଥିବା ଦୁଇ ଆଞ୍ଚଳିକ ଅଧିକାରୀ କହିଛନ୍ତି, ଦୁଇ ଦେଶର ଆଲୋଚନାକାରୀମାନେ ଏବେ ଚୁକ୍ତିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖେମିନିଙ୍କ ସ୍ୱାକ୍ଷରକୁ ଅପେକ୍ଷା କରିଛନ୍ତି।
ଯୁଦ୍ଧର ପ୍ରାରମ୍ଭିକ ଦିନଠାରୁ ମୋଜତାବା ସାଧାରଣରେ ଦେଖାଯାଇ ନାହାନ୍ତି।
ସେ ଆହତ ହୋଇଥିବା ଅନୁମାନ କରାଯାଉଛି।Advertisment ଆଲୋଚନାରେ ବହୁ ଅଗ୍ରଗତି ହୋଇଛି: ଡୋନାଲ୍ଡ ଟ୍ରମ୍ପ ଇରାନର ବିବୃତିର କିଛି ଘଣ୍ଟା ପୂର୍ବରୁ ଲସ୍ ଆଞ୍ଜେଲସ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଏକ ଚୁକ୍ତି ସମ୍ପର୍କରେ ଘୋଷଣା ୪୮ ଘଣ୍ଟା ମଧ୍ୟରେ ଆସିପାରେ।
ସେ କହିଥିଲେ ଯେ, ଆଲୋଚନାରେ ବହୁ ଅଗ୍ରଗତି ହୋଇଛି।
ଯୁଦ୍ଧ ପୂର୍ବରୁ ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ ବାଣିଜ୍ୟ ତୈଳ ଏବଂ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ହେଉଥିଲା ଏବଂ ପାଞ୍ଚ ମାସରୁ ଅଧିକ ସମୟ ଧରି ଏହି ମାର୍ଗ ବନ୍ଦ ହେବା ଯୋଗୁଁ ବିଶ୍ୱ ଶକ୍ତି ମୂଲ୍ୟ ବୃଦ୍ଧି ପାଇଛି।
ଫେବ୍ରୁଆରି ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ପରଠାରୁ ଇରାନ ଜଳପଥ ଉପରେ ନିୟନ୍ତ୍ରଣ ରଖିଛି ଏବଂ ଏହା ବିନା ଅନୁମତିରେ ପାର୍ ହେଉଥିବା ବାଣିଜ୍ୟିକ ଜାହାଜ ଉପରେ ଗୁଳି ଚଳାଉଛି।
ଯୁଦ୍ଧ ପୂର୍ବରୁ ଜାହାଜଗୁଡ଼ିକ କୌଣସି ଶୁଳ୍କ କିମ୍ବା ଅନୁମତି ବିନା ମୁକ୍ତ ଭାବରେ ହର୍ମୁଜ୍ରେ ପରିବହନ କରୁଥିଲେ।
UP's Pratapgarh: ଉତ୍ତର ପ୍ରଦେଶରେ ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ ଇରାନ ଏବଂ ଓମାନର ଦୁଇ ଉପକୂଳରେ ଥିବା ଏହି ସାମୁ୍ଦ୍ରିକ ମାର୍ଗରେ ଏବେ ତିନି ପ୍ରକାର ଶୁଳ୍କ ଲାଗୁ କରାଯିବାର ଫର୍ମୁଲା ପ୍ରସ୍ତୁତ କରାଯାଇଛି।
ଇରାନ ଏହି ପ୍ରଣାଳୀ ବ୍ୟବହାର କରୁଥିବା ଜାହାଜଗୁଡ଼ିକ ଉପରେ ମାଲ୍ ମୂଲ୍ୟର ୫% ରୁ ୭% ପର୍ଯ୍ୟନ୍ତ ଶୁଳ୍କ ଆଦାୟ କରିବାକୁ ଚାପ ପକାଉଛି।
ସେହିପରି ଓମାନ ପ୍ରାୟ ୩% ଶୁଳ୍କ ନେବ।
ୱାସିଂଟନ ବାରମ୍ବାର କହିଆସୁଛି ଯେ, ପ୍ରଣାଳୀରେ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଶୁଳ୍କ କିମ୍ବା ଟୋଲ୍ ଗ୍ରହଣ କରାଯିବ ନାହିଁ।
ତେବେ ଇରାନ ଏହି ଟୋଲ୍କୁ ଭିନ୍ନ ଭାବେ ବାଖ୍ୟା କରିଛି।
ତେହେରାନ କହିଛି, ଜାହାଜଗୁଡ଼ିକ ପରିବହନ ହେଉଥିବା ମାଲ୍ର ସୁରକ୍ଷା ଏବଂ କର୍ମଚାରୀଙ୍କ ପରିବେଶଗତ ପ୍ରଭାବ ପାଇଁ ସେବା ଶୁଳ୍କ ଦେବେ।
ଏହି ରାଜସ୍ୱ ଦୁଇ ଦେଶ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ।
ଅପରପକ୍ଷରେ ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ ସାର୍ବଜନୀନ ଭାବରେ ଯୁକ୍ତି ଦେଇଛନ୍ତି ଯେ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଏକ ଅନ୍ତର୍ଜାତୀୟ ଜଳପଥର କୌଣସି ରାଷ୍ଟ୍ର ଦ୍ବାରା ନିୟନ୍ତ୍ରଣ କରାଯିବା ଗ୍ରହଣୀୟ ନୁହେଁ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।