Chilika: ଚିଲିକାରୁ ଘେରି ଉଛେଦ ନାଁରେ ପ୍ରହସନ, ବିବାଦରେ ପ୍ରଶାସନ

Aug 06, 2026 - 11:35
Chilika: ଚିଲିକାରୁ ଘେରି ଉଛେଦ ନାଁରେ ପ୍ରହସନ, ବିବାଦରେ ପ୍ରଶାସନ

"କୃଷ୍ଣପ୍ରସାଦ: ଦୀର୍ଘ ଦୁଇ ଦିନ ଧରି ପୁରୀଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପ୍ରଶାସନ ତରଫରୁ ଘେରି ଉଛେଦ ନାଁରେ ପ୍ରହସନ ଚାଲିଥିବା ଅଭିଯୋଗ ହେଉଥିବାବେଳେ ତହସିଲ ପ୍ରଶାସନ ଅଡୁଆରେ ପଡିଯାଇଛି | ଥାନା ଆରକ୍ଷୀ ନିରୀକ୍ଷକ ଅଧିକାରୀ ବିଚିତ୍ର ନନ୍ଦ ପ୍ରଧାନ ଓ ତହସିଲଦାର ସହଦେବ ସାହୁଙ୍କ ଅନୁପସ୍ଥିତିରେ ପୂର୍ବରୁ ତହସିଲ ଦାୟିତ୍ୱ ତୁଲାଉଥିବା ନିଯୁକ୍ତିପ୍ରାପ୍ତ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ନେତୃତ୍ୱରେ ଘେରି ଉଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଉଛେଦ ସମୟରେ ଚିଙ୍ଗୁଡ଼ି ବ୍ୟବସାୟୀମାନଙ୍କ ଭିଡ଼ ଜମୁଛି | ବୁଧବାର ଦିନ ଉଛେଦ ହୋଇଥିବା ଜାଲ ବାଡ଼ ଘେରିକୁ ପୁନର୍ବାର ଆବଦ୍ଧ କରିଦିଆଯାଇଛି |Advertisment ଆହୁରି ପଢନ୍ତୁ: Attack: ଛୁଆ ଭାଲୁକୁ ମାରିବା ପରେ ୩ ଜଣଙ୍କୁ ଆକ୍ରମଣ କଲା ମାଈ ଭାଲୁ: ଦୁଇ ମୃତ, ଜଣେ ଗୁରୁତର ଘେରି ଉଛେଦ ସମୟରେ ପୁଲିସ, ଶ୍ରମିକ ଓ ଭସାପୋଲରେ ଜେସିବ ମେସିନ ନିୟୋଜିତ କରାଯାଇଛି | ତହସିଲ ନିକଟରେ ବେଆଇନ ଘେରି ବ୍ୟାପକ ପରିମାଣରେ ବୃଦ୍ଧି ପାଇଥିବା ବେଳେ ତହସିଲ ଠାରୁ ଦୀର୍ଘ ୪୦ କିଲୋମିଟର ଦୂର ବଜ୍ରକୋଟ ପଞ୍ଚାୟତ ତାଳତଳା ଓ ରାମଲେଙ୍କା ପଞ୍ଚାୟତ କୁମାରପୁର, ବୁଦ୍ଧିବର ପଞ୍ଚାୟତ ଡିଆକୁଦା ବାହାର ଚିଲିକାରୁ ଜାଲ ବାଡ଼ ଉଛେଦ କରିବା ନାଁରେ ପ୍ରହସନ ଚାଲିଥିବାରୁ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି | ଅତିରିକ୍ତ ତହସିଲଦାର ଶ୍ରୀ ସେଠୀଙ୍କ କାର୍ଯ୍ୟକଳାପକୁ ନେଇ ଛକ ବଜାରରେ ଚର୍ଚ୍ଚା ଜୋର ଧରିଛି | ଘେରି ଉଛେଦ ନାଁରେ ପ୍ରହସନ ଚାଲିଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଦାବି ହେଉଛି |"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।