Hookah Peeke Aata hun: ଧୋନି କହିଲେ: “ହୁକ୍କା ପିଇକି ଆସୁଛି”, ସୋସିଆଲ ମିଡିଆରେ ଆରମ୍ଭ ହେଲା ଚର୍ଚ୍ଚା

Sep 04, 2026 - 08:23
Hookah Peeke Aata hun: ଧୋନି କହିଲେ: “ହୁକ୍କା ପିଇକି ଆସୁଛି”, ସୋସିଆଲ ମିଡିଆରେ ଆରମ୍ଭ ହେଲା ଚର୍ଚ୍ଚା

"ନୂଆଦିଲ୍ଲୀ: ଗୋଟିଏ ଭିଡିଓ...

ଗୋଟିଏ ଡାଇଲଗ୍...

ଆଉ ତା"ପରେ ସୋସିଆଲ ମିଡିଆରେ ଝଡ଼!

କ୍ରିକେଟ୍ ମଇଦାନରୁ ଦୂରରେ ଥିଲେ ବି ଚର୍ଚ୍ଚାର କେନ୍ଦ୍ରରେ ଏବେ ମହେନ୍ଦ୍ର ସିଂ ଧୋନି।

ଋଷଭ ପନ୍ତଙ୍କ ଏକ ପ୍ରାଇଭେଟ୍ ପାର୍ଟିରୁ ସାମ୍ନାକୁ ଆସିଥିବା ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି ।

ଆଉ ଚର୍ଚ୍ଚାର କାରଣ ସାଜିଛି ଧୋନିଙ୍କ ଏକ ମଜାଳିଆ କଥା "ଦାଦା...

ହୁକ୍କା ପିଇକି ଆସୁଛି..." ବାସ୍‌, ଏହି କିଛି ସେକେଣ୍ଡର ଭିଡିଓ ଏବେ ଲକ୍ଷ ଲକ୍ଷ ଥର ଦେଖାଯାଇଛି ।Advertisment କେହି ମଜା ନେଉଛନ୍ତି, କେହି ସମାଲୋଚନା କରୁଛନ୍ତି, ତ ଆଉ କେହି କହୁଛନ୍ତି "ମାହି ଇଜ୍ ଅଲୱେଜ୍ କୁଲ୍!" ଭାଇରାଲ ଭିଡିଓଟି ଏକ ପ୍ରାଇଭେଟ୍ ଗେଟ୍-ଟୁଗେଦର୍‌ର ବୋଲି କୁହାଯାଉଛି।

ଭିଡିଓରେ ଏମଏସ ଧୋନି, ଋଷଭ ପନ୍ତ ଓ ସେମାନଙ୍କର କିଛି ଘନିଷ୍ଠ ବନ୍ଧୁ ଏକାଠି ମଜାମସ୍ତି କରୁଥିବା ନଜର ଆସୁଛନ୍ତି।

ପ୍ରଥମେ ସମସ୍ତେ ଗ୍ରୁପ୍ ଫଟୋ ଉଠାଉଛନ୍ତି।

ଏହାପରେ ଧୋନି ନିଜ ହାତର ମୁଦି କାଢ଼ି ଋଷଭ ପନ୍ତଙ୍କୁ ପିନ୍ଧାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।

ପାର୍ଟିର ଏହି ହାଲୁକା ମୁଡ୍ ମଧ୍ୟରେ ଏକ ମୁହୂର୍ତ୍ତ ସମସ୍ତଙ୍କ ନଜର ଟାଣିନେଇଛି ।

ପନ୍ତ ସମସ୍ତଙ୍କୁ ନିଜ ପାଖକୁ ଡାକୁଥିବା ବେଳେ ଧୋନି ଆସି ଜଣେ ବୟସ୍କ ବ୍ୟକ୍ତିଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି।

ଆଉ ତା"ପରେ ହସି ହସି କହୁଛନ୍ତି "ଦାଦା, ହୁକ୍କା ପିଇକି ଆସୁଛି..." ଏହି ଗୋଟିଏ ବାକ୍ୟ ଏବେ ସୋସିଆଲ ମିଡିଆରେ ହଟ୍ ଟପିକ୍ ପାଲଟିଛି।

Cricket: ଧୋନିଙ୍କୁ ନେଇ ସିଏସ୍‌କେ ପ୍ରଶଂସକଙ୍କ ଉତ୍କଣ୍ଠା ଜାରି ଭିଡିଓ ଭାଇରାଲ ହେବା ପରେ କେହି  କେହି  ଫ୍ୟାନ୍ସ  ଧୋନିଙ୍କ ପୁରୁଣା ହୁକ୍କା ପିଉଥିବା ଫଟୋ ଶେୟାର କରି ଟ୍ରୋଲ୍ କରୁଛନ୍ତି।

ସେମାନଙ୍କ ମତରେ, ଦେଶର ଏତେ ବଡ଼ ଆଇକନ୍ ହୋଇ ଏଭଳି କଥା କହିବା ଉଚିତ୍ ନୁହେଁ।

ତେବେ ଅନ୍ୟପଟେ ଧୋନିଙ୍କ ସମର୍ଥକମାନେ କହୁଛନ୍ତି, ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ପାର୍ଟିର ମଜାଳିଆ ମୁହୂର୍ତ୍ତ।

ଏହାକୁ ନେଇ ଅନାବଶ୍ୟକ ବିବାଦ ସୃଷ୍ଟି କରିବାର କୌଣସି ଆବଶ୍ୟକତା ନାହିଁ।

ତେବେ ଧୋନିଙ୍କ ହୁକ୍କା ପ୍ରେମ ନେଇ ଏହା ପ୍ରଥମ ଚର୍ଚ୍ଚା ନୁହେଁ।

ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସରେ ତାଙ୍କ ସହ ଖେଳିଥିବା ଅଷ୍ଟ୍ରେଲୀୟ କ୍ରିକେଟର୍ ଜର୍ଜ ବେଲି ଏକ ସାକ୍ଷାତକାରରେ କହିଥିଲେ ଯେ, ଧୋନି ପ୍ରାୟତଃ ହୁକ୍କା ସେସନ୍ ସମୟରେ ଯୁବ ଖେଳାଳିଙ୍କ ସହ କ୍ରିକେଟ୍ ନେଇ ଆଲୋଚନା କରନ୍ତି।

କିନ୍ତୁ ଏଥର ମାହିଙ୍କ ଏହି ଡାଇଲଗ୍ ପୁଣିଥରେ ପୁରୁଣା ଚର୍ଚ୍ଚାକୁ ଜୀବନ୍ତ କରିଦେଇଛି।

ଗୋଟିଏ ଛୋଟ ଭିଡିଓ...

ଗୋଟିଏ ଛୋଟ ବାକ୍ୟ...

ଆଉ ତା"ପରେ ସୋସିଆଲ ମିଡିଆରେ ବଡ଼ ବିତର୍କ।

ଧୋନିଙ୍କ ଏହି ଭାଇରାଲ ଭିଡିଓ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଦୁଇଟି ମତ ସୃଷ୍ଟି କରିଛି।

କିନ୍ତୁ ଏତିକି ନିଶ୍ଚିତ  ମାହି ମଇଦାନରେ ହୁଅନ୍ତୁ କି ପାର୍ଟିରେ, ତାଙ୍କ ପ୍ରତ୍ୟେକ ଅନ୍ଦାଜ୍ ଖବର ହୋଇଯାଏ !

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)