Hockey: ମହିଳା ହକି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷିତ

Jul 17, 2026 - 16:58
Hockey: ମହିଳା ହକି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଘୋଷିତ

"ନୂଆଦିଲ୍ଲୀ: ଆଗାମୀ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ଲାଗି ଶୁକ୍ରବାର ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରିଛି।

ଏହି ଦଳର ନେତୃତ୍ବ ଭାର ମିଡ୍‌ଫିଲ୍ଡର ସଲିମା ଟେଟେଙ୍କୁ ମିଳିଛି।

ଦଳ‌ରେ ଏକ ମାତ୍ର ଓଡ଼ିଆ ଖେଳାଳି ଭାବେ ସୁନେଲିତା ଟୋପ୍ପୋ ସ୍ଥାନ ପାଇଛନ୍ତି।

ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଶିବିରରୁ ଏହି ଚୂଡ଼ାନ୍ତ ଦଳ ବଛାଯାଇଛି।

ଗତମାସରେ ନ୍ୟୁଜିଲାଣ୍ଡରେ ଆୟୋଜିତ ନେସନ୍ସ କପ୍‌ରେ ଭାରତ ଅପରାଜେୟ ରହି ଟ୍ରଫି ଜିତିଥିଲା।

ଏହି ଧାରା ବିଶ୍ବକପ୍‌ରେ ରଖିବା ଲାଗି ମୁଖ୍ୟପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ ଆଶା ରଖିଛନ୍ତି।Advertisment ଆହୁରି ପଢନ୍ତୁ:France vs England: ଶନିବାର କାଂସ୍ୟ ଲଢ଼େଇ: ବିଜୟ ସହ ଡେସ୍‌ଚାମ୍ପ୍ସଙ୍କୁ ବିଦାୟ ଦେବା ଲକ୍ଷ୍ୟରେ ଫ୍ରାନ୍ସ; ଏମ୍‌ବାପେଙ୍କ ପାଇଁ ରେକର୍ଡ ସୁଯୋଗ  ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ବିଶ୍ବକପ୍‌କୁ ନେଦରଲାଣ୍ଡ୍‌ସଓ ବେଲ୍‌ଜିୟମ୍‌ ମିଳିତ ଭାବେ ଆୟୋଜନ କରୁଛନ୍ତି।

ଏଥିରେ ଭାରତ ପୁଲ୍‌-ଡି"ରେ ଚୀନ୍‌, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ରହିଛି।

ଭାରତ ତା"ର ସମସ୍ତ ପୁଲ୍‌ ମ୍ୟାଚ୍‌ ନେଦରଲାଣ୍ଡ୍‌ସର ଆମ୍‌ଷ୍ଟଲଭିନସ୍ଥିତ ୱାଗେନର ହକି ଷ୍ଟାଡିୟମ୍‌ରେ ଖେଳିବ।

ଅଗଷ୍ଟ ୧୬ରେ ଚୀନ୍‌ ବିପକ୍ଷରେ ଅଭିଯାନ ଆରମ୍ଭ କରିବା ପରେ ଭାରତ ଅଗଷ୍ଟ ୧୮ରେ ଦକ୍ଷିଣ ଆଫ୍ରିକା ଓ ୨୦ରେ ଇଂଲଣ୍ଡ ବିପକ୍ଷରେ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ।

ଆହୁରି ପଢନ୍ତୁ:Supreme Court : ଶବ ନମିଳିଲେ ବି ହେବ ହତ୍ୟା ମାମଲାରେ ସଜ୍ଜା: ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି ଭାରତୀୟ ମହିଳା ହକି ଦଳ: ଗୋଲି-ସବିତା, ବିଚୁ ଦେବୀ ଖାରିବାମ୍‌, ଡିଫେଣ୍ଡର-ଈଶିକା ଚୌଧୁରୀ, ସୁଶିଲା ଚାନୁ ପୁଖ୍ରାମ୍ବାମ୍‌, ଲାଲଥାନ୍ତଲୁଆଙ୍ଗୁ, ଜ୍ୟୋତି, ଶିଳ୍ପୀ ଦାବାସ, ମିଡ୍‌ଫିଲ୍ଢର-ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟୋପ୍ପୋ, ସଲିମା ଟେଟେ (ଅଧିନାୟିକା), ନେହା, ଦୀପିକା ସୋରେଙ୍ଗ, ଫରୱାର୍ଡ-ଲାଲରେମସିଆମି, ଋତୁଜା ଦାଦାସାଓ ପିସାଲ, ନବନୀତ କୌର, ଈଶିକା, ବଲଜିତ କୌର, ବିଉଟି ଡୁଙ୍ଗ୍‌ଡୁଙ୍ଗ୍‌।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।