2020 Delhi Riots Case: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲା: ଶାର୍ଜିଲ୍ ଇମାମଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍
"ନୂଆଦିଲ୍ଲୀ: ୨୦୨୦ ଫେବୃଆରୀ ଦିଲ୍ଲୀ ଦଙ୍ଗା ପଛରେ ଥିବା ବୃହତ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇଥିବା ଛାତ୍ର ନେତା ଶାର୍ଜିଲ୍ ଇମାମଙ୍କ ଜାମିନ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି।
ଜଷ୍ଟିସ୍ ପ୍ରତିଭା ଏମ୍.
ସିଂ ଓ ଜଷ୍ଟିସ୍ ବିକାଶ ମହାଜନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାରେ ପୋଲିସଠାରୁ ଜବାବ ତଲବ କରିବା ସହ ପରବର୍ତ୍ତୀ ଶୁଣାଣି ତାରିଖ ଆସନ୍ତା ଅଗଷ୍ଟ ୨୭ କୁ ଧାର୍ଯ୍ୟ କରିଛନ୍ତି।
ଗତ ଜୁଲାଇ ୪ ତାରିଖରେ ନିମ୍ନ ଅଦାଲତ ଶାର୍ଜିଲ୍ ଓ ଉମର ଖାଲିଦଙ୍କ ନୂତନ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ, ଯାହା ବିରୋଧରେ ଶାର୍ଜିଲ୍ ତାଙ୍କ ଓକିଲଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।Advertisment ଶାର୍ଜିଲଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଛି ଯେ, ନିମ୍ନ ଅଦାଲତ ଜାମିନ ଆବେଦନ ଉପରେ ବିଚାର ନକରି ଏକ ବଡ଼ ଭୁଲ୍ କରିଛନ୍ତି।
ସୁପ୍ରିମକୋର୍ଟଙ୍କ ଜାନୁଆରୀ ନିର୍ଦ୍ଦେଶ ପରଠାରୁ ଏପର୍ଯ୍ୟନ୍ତ ଏହି ମାମଲାର ବିଚାର ପ୍ରକ୍ରିୟାରେ କୌଣସି ପ୍ରଗତି ହୋଇନାହିଁ ଏବଂ ଅଭିଯୋଗ ମଧ୍ୟ ଗଠନ କରାଯାଇନାହିଁ।
ଗୁଣ୍ଡିଚାଘରେ ତିନି ରଥ: ଆସନ୍ତାକାଲି ଚତୁର୍ଦ୍ଧାମୂରତିଙ୍କ ଆଡ଼ପ ମଣ୍ଡପ ବିଜେ ଅପରପକ୍ଷେ, ଦିଲ୍ଲୀ ପୋଲିସ ପକ୍ଷରୁ ହାଜର ହୋଇଥିବା ଏଏସଜି ଏସ.ଭି.
ରାଜୁ ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ, କୋର୍ଟ ପୂର୍ବରୁ ହିଁ ବିଚାର ପ୍ରକ୍ରିୟାରେ ବିଳମ୍ବ ସମ୍ପର୍କିତ ଦିଗକୁ ଦୃଷ୍ଟିରେ ରଖି ଜାମିନ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ ଯେ, ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ହୋଇଥିବା ଦିଲ୍ଲୀ ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହି ମାମଲାରେ ୨୦୨୦ ଜାନୁଆରୀ ୨୮ ରେ ଶାର୍ଜିଲଙ୍କୁ ୟୁଏପିଏ ଆଇନ ବଳରେ ଗିରଫ କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।