Hockey: ରାଉରକେଲା, ରାଜଗିରରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌

Nov 23, 2026 - 15:24
Hockey: ରାଉରକେଲା, ରାଜଗିରରେ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌

ଭୁବନେଶ୍ବର: ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ପୁରୁଷ ଦଳ ନିଜର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ବିହାରର ରାଜିଗିରରେ ଖେଳିବ।

ରାଜଗିର ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଫେବ୍ରୁଆରି ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଲେଗ୍‌ରେ ଭାରତ ସହ ଜର୍ମାନୀ ଓ ଆର୍ଜେଣ୍ଟିନା ନିଜ ନିଜ ମଧ୍ୟରେ ୨‌ ଲେଖାଏଁ ମ୍ୟାଚ୍‌ ଖେଳିବେ।

Advertisment ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଓ ପୁରୁଷ ଏସୀୟ କପ୍‌ ୨୦୨୫ ସଫଳତାର ସହ ଆ‌ୟୋଜନ କରିଥିବା ରାଜଗିରରେ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତା ଖେଳାଯିବ।

ଭାରତ ୧୩ ତାରିଖରେ ଜର୍ମାନୀ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

୧୪ରେ ଆର୍ଜେଣ୍ଟିନା-ଜର୍ମାନୀ, ୧୫ରେ ଭାରତ-ଆର୍ଜେଣ୍ଟିନା, ୧୬ରେ ଭାରତ-ଜର୍ମାନୀ, ୧୭ରେ ଜର୍ମାନୀ-ଆର୍ଜେଣ୍ଟିନା, ୧୮ରେ ଭାରତ-ଆର୍ଜେଣ୍ଟିନା ମ୍ୟାଚ୍‌ ଖେଳାଯିବ।

୨୪ ଓ ୨୭ରେ ଗ୍ରେଟ୍‌ ବ୍ରିଟେନ୍‌-ସ୍ପେନ୍‌ ମୁହାଁମୁହିଁ ରାଜଗିର ପର୍ଯ୍ୟାୟ ପରେ ସେହିମାସ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ରେ ଭାରତୀୟ ପୁରୁଷ ଓ ମହିଳା ଦଳ ସ୍ପେନ୍‌ ଓ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ୨ ଲେଖାଏଁ ମ୍ୟାଚ୍‌ ଖେଳିବେ।

ପ୍ରତ୍ୟେକ ଦିନ ୨‌ ଲେଖାଏଁ (ଗୋଟିଏ ପୁରୁଷ ଓ ମହିଳା) ମ୍ୟାଚ୍‌ ଖେଳାଯିବ।

ଭାରତର ଉଭୟ ଦଳ ୨୩ ଓ ୨୬ରେ ଗ୍ରେଟ୍‌ ବ୍ରିଟେନ୍‌ ଏବଂ ୨୫ ଓ ୨୮ରେ ସ୍ପେନ୍‌ ବିପକ୍ଷରେ ଖେଳିବ।

ସେହିପରି ୨୪ ଓ ୨୭ରେ ଗ୍ରେଟ୍‌ ବ୍ରିଟେନ୍‌ ଓ ସ୍ପେନ୍‌ ମୁହାଁମୁହିଁ ହେବେ।

Cricket: ଭାରତ-ନ୍ୟୁଜିଲାଣ୍ଡ ୱେଲିଂଟନ୍‌ ଟେଷ୍ଟ୍‌ ଅମୀମାଂସିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)