Hockey: ଆମେରିକାକୁ ପରାସ୍ତ କରି ଭାରତର ବିଜୟ ଅଭିଯାନ
"ଅକ୍ଲାଣ୍ଡ: ଭାରତୀୟ ମହିଳା ହକିଦଳ ଏଠାରେ ଚାଲିଥିବା ଏଫ୍ଆଇଏଚ୍ ନେସନ୍ସ କପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ନିଜର ପ୍ରଥମ ପୁଲ୍-ଏ" ମ୍ୟାଚ୍ରେ ଭାରତ ୩-୨ ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି।
Advertisment ଏହି ମ୍ୟାଚ୍ରେ ଆମେରିକା ଚମତ୍କାର ଆରମ୍ଭ କରିଥିଲା।
ଚତୁର୍ଥ ମିନିଟ୍ରେ ଆସ୍ଲେ ସେସାଙ୍କ ଗୋଲ୍ରେ ଆମେରିକା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ଏହାର ୩ ମିନିଟ୍ ପରେ ଆମେରିକାକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମାଡେଲିନ୍ଜିମର (୭ ମିନିଟ୍) ଗୋଲ୍ରେ ପରିଣତ କରି ଭାରତକୁ ଚାପରେ ରଖିଥିଲେ।
ହେଲେ ପ୍ରଥମ କ୍ବାର୍ଟର ୦-୨ରେ ପଛୁଆ ଥିବା ଭାରତ ଦ୍ବିତୀୟ କ୍ବାର୍ଟରରେ ଆକ୍ରମଣାତ୍ମକ ଖେଳ ଖେଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା।
ଏହାର ଫଳ ଦଳକୁ ୧୭ତମ ମିନିଟ୍ରେ ମିଳିଥିଲା।
ଆହୁରି ପଢ଼ନ୍ତୁ: FIFA World Cup 2026: ଫିଫା ଫୁଟ୍ବଲ୍ ବିଶ୍ବକପ୍-୨୦୨୬: ମହାକୁମ୍ଭର ମହାଉଦ୍ଘାଟନ ୧୭ତମ ମିନିଟ୍ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଡ୍ରାଗ ଫ୍ଲିକର୍ ଦୀପିକା ଗୋଲ୍ରେ ପରିଣତ କରି ସ୍ଥିତି ୧-୨ କରିଥିଲେ।
୨୪ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଦୀପିକା ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ସ୍ଥିତି ୨-୨ ସମାନ ସ୍ତରକୁ ଆଣିଥିଲେ।
ଏହାର ୪ ମିନିଟ୍ ପରେ ନବନୀତ କୌର (୨୮ ମିନିଟ୍) ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ପ୍ରଥମାର୍ଦ୍ଧ ସୁଦ୍ଧା ମ୍ୟାଚ୍ ୩-୨ରେ ଭାରତ ପକ୍ଷରେ ରଖିଥିଲେ।
ପରବର୍ତ୍ତୀ ଦୁଇ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହେବାରୁ ଭାରତ ୩-୨ରେ ବିଜୟ ମୁଣ୍ଡି ମାରିଥିଲା।
ଦୀପିକାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ମଙ୍ଗଳବାର ଭାରତ ପରବର୍ତ୍ତୀ ମ୍ୟାଚ୍ରେ ଜାପାନ୍କୁ ଭେଟିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।