PM Modi Visit New Zealand: ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ମୋଦୀ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଗସ୍ତ କରିବେ।
ଗତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ।
ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସପ୍ତାହରେ ତାଙ୍କର ପ୍ରଥମ ସରକାରୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।
ଲକ୍ସନ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସହିତ ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ।
ଏହାଦ୍ବାରା ନ୍ୟୁଜିଲାଣ୍ଡରେ ଅଧିକ ନିଯୁକ୍ତି, ଅଧିକ ରପ୍ତାନୀ ଓ ଅଧିକ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କହିଛନ୍ତି।Advertisment Khamenei: ତେହେରାନର ଗ୍ରାଣ୍ଡ ମୋସାଲ୍ଲାରେ ପହଞ୍ଚିଲା ସର୍ବୋଚ୍ଚ ନେତା ଖେମିନିଙ୍କ ପାର୍ଥିବ ଶରୀର: ଆସନ୍ତାକାଲି ହେବ ଶେଷକୃତ୍ୟ "ଏକ୍ସ"ରେ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ଲକ୍ସନ ସାମାଜିକ ଗଣମାଧ୍ୟମ "ଏକ୍ସ"ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ଅକଲାଣ୍ଡରେ ପହଞ୍ଚିବେ ଓ ତା"ପର ଦିନ ଭାରତ ଫେରିବେ।
ଭାରତ ଓ ନ୍ୟୁଜିଲାଣ୍ଡ ଚଳିତ ବର୍ଷ ଏପ୍ରିଲ ୨୭ ତାରିଖରେ ନୂଆଦିଲ୍ଲୀଠାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ।
"