Hirakud Opens 12 Spillway Gates: ହୀରାକୁଦର ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ, ମୁଣ୍ଡଳୀରେ ବଢ଼ୁଛି ମହାନଦୀର ଜଳସ୍ତର
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୧୦ଟି ଗେଟ୍। ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଇଛି । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଛି। ପ୍ରବଳ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ବନ୍ୟା ଜଳ ପ୍ରବେଶ କରୁଛି।
ବଢୁଛି ମହାନଦୀ। ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି। ସେକେଣ୍ଡକୁ ୮ ଲକ୍ଷ ୭୩ ହଜାର ୩୨ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ବିପଦ ସଂକେତ ଠାରୁ ମାତ୍ର ଦେଢ ଫୁଟ୍ ତଳେ ପାଣି ପ୍ରବାହିତ ହେଉଛି। ମହାନଦୀର ଶାଖା ନଦୀ ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା ଏବଂ ଦେବୀ ନଦୀରେ ମଧ୍ୟ ବନ୍ୟା ଆସିବ।
କନ୍ଦଳ, କୁଶଭଦ୍ରା, ଭାର୍ଗବୀ, ଦୟା ନଦୀରେ ମଧ୍ୟ ଜଳସ୍ତର ବଢୁଛି। ବନ୍ୟାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ। କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ଼ ଅଂଚଳ ମଧ୍ୟ ମହାନଦୀ ପାଇଁ ପ୍ରଭାବିତ ହେବ। ଏଥିପାଇଁ ସଂପୃକ୍ତ ଜିଲ୍ଲାର ତଳିଆ ଅଂଚଳ ପାଇଁ ସତର୍କ ସୂଚନା ଜାରି ହୋଇଛି। ମହାନଦୀରେ ବନ୍ୟାପାଣି ବଢୁଥିବାରୁ ଧବଳେଶ୍ବର, ଭଟ୍ଟାରିକା ଓ ସିଂହନାଥ ପୀଠରେ ବିଏନ୍ଏସ୍ ୧୬୩ ଧାରା ଲାଗୁ କରାଯାଇଛି।
ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍
ଆଜି ୧୦ଟି ଗେଟ୍ ଖୋଲିଲା
ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୩.୫୨ ଫୁଟ ଥିଲା
ପ୍ରବେଶ କରୁଛି ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ୍ ଜଳ
ନିଷ୍କାସିତ ହେଉଛି ୬୫ ହଜାର ୫୪୩ କ୍ୟୁସେକ୍ ପାଣି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।