Hirakud dam: ୬୦୦.୬୫ ଫୁଟରେ ହୀରାକୁଦ: ଶୁଖୁଛି ମହାନଦୀ, କମିଲା ବିଜୁଳି ଉତ୍ପାଦନ
"ସମ୍ବଲପୁର: ଶୁଖିଲା ପଡ଼ିଛି ମହାନଦୀ, ଉପର ମୁଣ୍ଡରେ ବର୍ଷା ହେଉନି।
ଏଥିଯୋଗୁଁ ନାମମାତ୍ର ହେଉଛି ବିଜୁଳି ଉତ୍ପାଦନ।
କାରଖାନା ଜଳଯୋଗାଣକୁ ଅକ୍ଷୁଣ୍ଣ ରଖି ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ସୁରକ୍ଷିତ ସ୍ତରରେ ରଖିବାକୁ ବିଜୁଳି ଉତ୍ପାଦନ ପାଇଁ ଜଳଯୋଗାଣ କମ୍ କରିଦିଆଯାଇଛି।
ଫଳସ୍ବରୂପ ଆଜି ଚିପିଲିମା ଜଳବିଦ୍ୟୁତ୍ କେନ୍ଦ୍ରରେ ସକାଳେ ବିଜୁଳି ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ଏବଂ ବୁର୍ଲାରେ ୧୧.୬ ମେଗାୱାଟ୍ ହୋଇଛି।
ସନ୍ଧ୍ୟାରେ ଚିପିଲିମାର ଗୋଟିଏ ୟୁନିଟ୍ ଜରିଆରେ ୧୨ ମେଗାୱାଟ୍ ଏବଂ ବୁର୍ଲାରେ ୧୧ ମେଗାୱାଟ୍ ଉତ୍ପାଦନ ହେଉଥିବା ନେଇ ହୀରାକୁଦ ଜଳଭଣ୍ଡାର ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୬୫ ଫୁଟରେ ରହିଛି, ଯାହାକି ଗତବର୍ଷ ଆଜିର ତାରିଖ ତୁଳନାରେ ୦.୨୦ ଫୁଟ କମ୍।
କେବଳ ଆଜି ନୁହେଁ, ଲଗାତାର ଭାବରେ ଏହିଭଳି ସ୍ତର ରହିଆସିଛି।
ହୀରାକୁଦ ନଦୀବନ୍ଧର ପୂର୍ବତନ ମୁଖ୍ୟଯନ୍ତ୍ରୀ ରବୀନ୍ଦ୍ର ପଣ୍ଡା କହିଛନ୍ତି, ହୀରାକୁଦର ୩୦ ହଜାର କ୍ୟୁସେକ୍ ପାଣି ପାୱାର୍ ଚାନେଲ୍ରେ ଛଡ଼ାଗଲେ ସର୍ବାଧିକ ବିଜୁଳି ଉତ୍ପାଦନ ହୋଇଥାଏ।
ଏହା କରାଗଲେ, ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇ ୫୯୦ ଫୁଟ ସ୍ତରକୁ ଖସି ଆସିବ।
ଜଳସେଚନ ପ୍ରଭାବିତ ହେବ।Advertisment Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ତେଣୁ ବିଦ୍ୟୁତ୍ ଉତ୍ପାଦନ ପାଇଁ କମ୍ ପାଣି ଛଡ଼ାଯାଉଛି।
ଓଏଚ୍ପିସି ୟୁନିଟ୍ ମୁଖ୍ୟ ଜ୍ୟୋତିର୍ମୟ ଦାସ କହିଛନ୍ତି, ମହାନଦୀ ଜଳସ୍ତର ଖରାପ ସ୍ଥିତିରେ ରହିଛି।
ଜଳଭଣ୍ଡାରର ବୁର୍ଲା ଓ ଚିପିଲିମା ପାୱାରହାଉସ୍ ମଧ୍ୟରୁ ଚିପିଲିମାରେ ବିଜୁଳି ଉତ୍ପାଦନ ବନ୍ଦ ରହିଛି।
ସର୍ବାଧିକ ଗୋଟିଏ ୟୁନିଟ୍ ହିଁ କାର୍ଯ୍ୟ କରିପାରୁଛି।
ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଜୁଳି ଉତ୍ପାଦନ ସ୍ବାଭାବିକ ଥିଲା।
କିନ୍ତୁ ଏପ୍ରିଲ ୨୦ ତାରିଖରୁ ମହାନଦୀର ଜଳସ୍ତର କମ୍ ହେବାରୁ ବିଜୁଳି ଉତ୍ପାଦନ କମିବାରେ ଲାଗିଛି ଓ ବିଭିନ୍ନ ସମୟରେ ବନ୍ଦ ହୋଇଯାଇଛି।
ବୁର୍ଲା ପାୱାରହାଉସ୍ର ରଞ୍ଜନ ମହାନ୍ତି କହିଛନ୍ତି, ସକାଳେ ବିଜୁଳି ଉତ୍ପାଦନ ବନ୍ଦ ରହୁଛି।
କିନ୍ତୁ ସନ୍ଧ୍ୟାରେ ଗୋଟିଏରୁ ୩ଟି ୟୁନିଟ୍ ଜରିଆରେ ଯାହା କିଛି ଉତ୍ପାଦନ ହେଉଛି।
ଜଳସ୍ତର କମ୍ ଥିବା ହେତୁ ଏଭଳି ସ୍ଥିତି ଉପୁଜିଛି।
Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା"