Daily wage in 'VB G Ram G': ‘ଭିବି ଜି ରାମ ଜି’ରେ ଦୈନିକ ମଜୁରି: ଓଡ଼ିଶା ଶ୍ରମିକ ପାଇବେ ୩୦୦ ଟଙ୍କା

Jul 02, 2026 - 05:58
Daily wage in 'VB G Ram G': ‘ଭିବି ଜି ରାମ ଜି’ରେ ଦୈନିକ ମଜୁରି: ଓଡ଼ିଶା ଶ୍ରମିକ ପାଇବେ ୩୦୦ ଟଙ୍କା

"ନୂଆଦିଲ୍ଲୀ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ "ବିକଶିତ ଭାରତ: ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିସନ-ଗ୍ରାମୀଣ (ଭିବି ଜି ରାମ ଜି) ଯୋଜନାରେ ଓଡ଼ିଶାର ଅଣ-କୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ମଜୁରି ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ପୂର୍ବର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଅଧୀନରେ ଧାର୍ଯ୍ୟ କରାଯାଇଥିବା ୨୭୩ ଟଙ୍କାର ଦୈନିକ ମଜୁରି ତୁଳନାରେ ଏହା ୨୭ ଟଙ୍କା ଅଧିକ।

ସିକିମର ତିନିଟି ଗ୍ରାମ ପଞ୍ଚାୟତ ପାଇଁ ଦୈନିକ ମଜୁରି ସର୍ବାଧିକ ୪୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଏହା ବ୍ୟତୀତ ହରିୟାଣା (୪୦୯ ଟଙ୍କା), ଗୋଆ (୪୦୬ ଟଙ୍କା) ଓ କେରଳ (୪୦୧ ଟଙ୍କା) ଶ୍ରମିକମାନେ ୪୦୦ ଟଙ୍କାରୁ ଅଧିକ ମଜୁରି ପାଇବେ।

କର୍ଣ୍ଣାଟକରେ ମଜୁରି ୩୮୨ ଟଙ୍କା ଧାର୍ଯ୍ୟ କରାଯାଇଛି।

ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଜମ୍ମୁ ଓ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ଦୈନିକ ମଜୁରି ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Advertisment Vedanta: 'ବେଦକ୍ଷତା" ଦକ୍ଷତା ତାଲିମ କେନ୍ଦ୍ରରେ ନାମ ଲେଖାଇଲେ ୩୧୮ଜଣ ଆଜିଠାରୁ ଦେଶବ୍ୟାପୀ ଭିବି ଜି ରାମ ଜି ଯୋଜନା ଲାଗୁ ହୋଇଛି।

ସର୍ବଭାରତୀୟ ସ୍ତର ପାଇଁ ସର୍ବନିମ୍ନ ଦୈନିକ ମଜୁରି ୩୦୦ ଟଙ୍କା ରହିଛି।

ପ୍ରଥମ ଥର ପାଇଁ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ତେଣୁ କୌଣସି ରାଜ୍ୟ ଏହି ଯୋଜନାରେ ତାଠାରୁ କମ ମଜୁରି ଦେଇପାରିବେ ନାହିଁ।

ମନରେଗା ସମୟରେ ହାରାହାରି ଦୈନିକ ମଜୁରି ୨୯୮ ଟଙ୍କା ୮୦ ପଇସା ଥିଲା।

ଭିବି ଜି ରାମ ଜିରେ ତାହା ୩୨୭.୪ ଟଙ୍କାକୁ ବୃଦ୍ଧି ପାଇଛି।

ଅର୍ଥାତ ହାରାହାରି ଦୈନିକ ମଜୁରିରେ ୨୮ ଟଙ୍କା ୬୦ ପଇସାର ବୃଦ୍ଧି ହୋଇଛି।

ମନରେଗା ସମୟରେ ଅଧିକାଂଶ ରାଜ୍ୟରେ ଦୈନିକ ମଜୁରି ୩୦୦ ଟଙ୍କାରୁ କମ୍‌ ଥିଲା।

ସର୍ବନିମ୍ନ ମଜୁରି ୨୪୧ ଟଙ୍କା ରହିଥିଲା।

ସର୍ବନିମ୍ନ ମଜୁରି ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ୨୧ଟି ରାଜ୍ୟର ଶ୍ରମିକମାନେ ଉପକୃତ ହେବେ।

ଭିବି ଜି ରାମ ଜିରେ ବର୍ଷକୁ ୧୨୫ ଦିନର କାମ ମିଳିବ।

Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା"