Himant Biswasarma: ହିମନ୍ତ ବିଶ୍ୱଶର୍ମାଙ୍କୁ ହତ୍ୟା ଧମକ: ମୁଖ୍ୟ ଅଭିଯୁକ୍ତ ଗିରଫ, ବାପା ଓ ଭାଇ ହାଜତରେ

Aug 16, 2026 - 22:08
Himant Biswasarma: ହିମନ୍ତ ବିଶ୍ୱଶର୍ମାଙ୍କୁ ହତ୍ୟା ଧମକ: ମୁଖ୍ୟ ଅଭିଯୁକ୍ତ ଗିରଫ, ବାପା ଓ ଭାଇ ହାଜତରେ

"ମୋରିଗାଁ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଦେବା ଅଭିଯୋଗରେ ମୋରିଗାଁ ଜିଲ୍ଲା ପୁଲିସ ମୁଖ୍ୟ ଅଭିଯୁକ୍ତ ଅବଦୁଲ ମୁତାଲେବଙ୍କୁ ଗିରଫ କରିଛି।

ଏହି ମାମଲାରେ ତାଙ୍କ ବାପା ଅବଦୁଲ ଖାଲେକ ଓ ଭାଇ ରାହିଦୁଲ ଇସଲାମଙ୍କୁ ମଧ୍ୟ ପୁଲିସ ହାଜତକୁ ନେଇ ପଚରାଉଚରା କରୁଛି।

ଆଜି ମୁତାଲେବଙ୍କୁ ମୋରିଗାଁର ଏକ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି।Advertisment ସ୍ୱାଧୀନତା ଦିବସ ଅବସରରେ ଗୁଆହାଟୀର ଖାନାପାରାଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ଫେସ୍‌ବୁକ୍‌ରେ ଲାଇଭ୍‌ ପ୍ରସାରଣ ଚାଲିଥିବାବେଳେ "ଅବଦୁଲ ମୁତାଲେବ" ନାମକ ଏକ ଆକାଉଣ୍ଟରୁ ଏହି ଧମକ ଆସିଥିଲା।

ମନ୍ତବ୍ୟରେ ୧ କୋଟି ଟଙ୍କା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ କୁହାଯାଇଥିଲା।

ଏଥିସହ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଓ ଭାରତ ବିରୋଧୀ ମନ୍ତବ୍ୟ ମଧ୍ୟ ଥିଲା।

ଧମକ ଦିଆଯାଇଥିବା ମନ୍ତବ୍ୟରେ ଏକ ମୋବାଇଲ୍‌ ନମ୍ବର ମଧ୍ୟ ଦିଆଯାଇଥିଲା।

ପୁଲିସ ଓ ସୁରକ୍ଷା ଏଜେନ୍ସି ଏହି ନମ୍ବରକୁ ଯାଞ୍ଚ କରିବା ପରେ ଏହା ମୁତାଲେବଙ୍କ ନାମରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା।

ଏହାପରେ ତାଙ୍କୁ ମୋରିଗାଁରୁ ଗିରଫ କରାଯାଇଥିଲା।

ଏବେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ, ଡିଜିଟାଲ୍‌ କାର୍ଯ୍ୟକଳାପ ଓ ମୋବାଇଲ୍‌ ନମ୍ବରର ଡିଜିଟାଲ୍‌ ଟ୍ରେଲ୍‌ ଯାଞ୍ଚ କରାଯାଉଛି।

ଆହୁରି ପଢନ୍ତୁ: Tista: ତିସ୍ତା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲା ଭାରତ, ଚୀନ୍‌ର ଭୂମିକା ମଧ୍ୟରେ ବଢ଼ିଲା ଗୁରୁତ୍ବ ତେବେ ମୁତାଲେବ ଧମକପୂର୍ଣ୍ଣ ମନ୍ତବ୍ୟ ନିଜେ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

କେହି ତାଙ୍କ ଫଟୋ ବ୍ୟବହାର କରି ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ତାଙ୍କୁ ଫସାଇବାକୁ ଚେଷ୍ଟା କରିଥିବା ସେ ଦାବି କରିଛନ୍ତି।

ସେ ପେସାରେ ଜଣେ ଦର୍ଜି ବୋଲି ଜଣାପଡ଼ିଛି।

ତେଣୁ ମୁତାଲେବଙ୍କ ଆକାଉଣ୍ଟରୁ ଧମକ ଦିଆଯାଇଥିଲା କି ତାଙ୍କ ପରିଚୟର ଅପବ୍ୟବହାର ହୋଇଥିଲା, ସେନେଇ ପୁଲିସ ଓ ସାଇବର ସେଲ୍‌ ତଦନ୍ତ ଜାରି ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media