Himachalpradesh: ହିମାଚଳରେ ମୌସୁମୀ ବର୍ଷାର ତାଣ୍ଡବ: ୫୫ ଦିନରେ ୨୨୪ ମୃତ, ୧୪୯ ରାସ୍ତା ଏବେ ବି ବନ୍ଦ
"ଶିମଲା: ହିମାଚଳ ପ୍ରଦେଶରେ ଚଳିତ ବର୍ଷ ମୌସୁମୀ ବର୍ଷା ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଛି।
ଜୁନ୍ ୩୦ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ୫୫ ଦିନ ମଧ୍ୟରେ ରାଜ୍ୟରେ ବର୍ଷାଜନିତ ବିପର୍ଯ୍ୟୟ ଓ ସଡ଼କ ଦୁର୍ଘଟଣାରେ ମୋଟ ୨୨୪ ଜଣଙ୍କ ମୃତ୍ୟୁ ହୋଇଛି।
ଏଥିରୁ ୯୧ ଜଣଙ୍କ ମୃତ୍ୟୁ ଭୂସ୍ଖଳନ, ବାଦଲ ଫଟା ବର୍ଷା, ବୁଡ଼ିଯିବା ଓ ଅନ୍ୟ ବର୍ଷାଜନିତ ଘଟଣାରେ ହୋଇଥିବା ବେଳେ ସଡ଼କ ଦୁର୍ଘଟଣାରେ ୧୩୩ ଜଣ ପ୍ରାଣ ହରାଇଛନ୍ତି।Advertisment ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ରବିବାର ସକାଳର ତଥ୍ୟ ଅନୁସାରେ, ତାଜା ବର୍ଷା ପରେ ରାଜ୍ୟର ୧୪୯ଟି ରାସ୍ତା ଏବେ ବି ଅବରୋଧ ହୋଇ ରହିଛି।
ଶନିବାର ସନ୍ଧ୍ୟାରେ ଏହି ସଂଖ୍ୟା ୯୮ ଥିବା ବେଳେ ରବିବାର ସକାଳ ସୁଦ୍ଧା ଏହା ୧୪୯କୁ ବଢ଼ିଛି।
ଭୂସ୍ଖଳନ, ରାସ୍ତା ଉପରେ ମାଟି ଓ ପଥର ପଡ଼ିବା ଏବଂ ରାସ୍ତା ଭିତ୍ତିଭୂମି ନଷ୍ଟ ହେବା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି।
ରାସ୍ତା ଅବରୋଧ ଦୃଷ୍ଟିରୁ ମଣ୍ଡି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ଆହୁରି ପଢନ୍ତୁ : Protest: କାଦୁଅ ରାସ୍ତାରେ ଦୁର୍ଦ୍ଦଶା, ପ୍ରତିବାଦରେ ଧାନ ରୋଇଲେ ମହିଳା ଏଠାରେ ୮୬ଟି ରାସ୍ତା ବନ୍ଦ ଥିବା ବେଳେ କୁଲ୍ଲୁରେ ୩୧, ଶିମଲାରେ ୧୦, ଚମ୍ବା ଓ କାଙ୍ଗଡ଼ାରେ ୮ଟି ଲେଖାଏଁ ରାସ୍ତା ଅବରୋଧ ହୋଇଛି।
ବର୍ଷା ଯୋଗୁଁ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି।
ମୌସୁମୀ ବର୍ଷାରେ ରାଜ୍ୟର ମୋଟ କ୍ଷୟକ୍ଷତି ୧,୧୨୧ କୋଟି ଟଙ୍କା ଅତିକ୍ରମ କରିଛି।
ଏଥିରେ ସରକାରୀ ଭିତ୍ତିଭୂମି, ଘର, ରାସ୍ତା, ବିଦ୍ୟୁତ୍, ଜଳ ଯୋଗାଣ ବ୍ୟବସ୍ଥା, ଫସଲ ଓ ଅନ୍ୟ ସମ୍ପତ୍ତିର କ୍ଷତି ସାମିଲ ରହିଛି।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା କିଛି ଦିନରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିପାରେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

