Highcourt: ହାଇକୋର୍ଟରେ ସହର ସମସ୍ୟା: ପୁରୁଣା ଲାଲବାଗ ଥାନା ଜମିରେ ବହୁତଳ ପାର୍କିଂ ଉପରେ ପକ୍ଷ ରଖିବେ ସରକାର
"କଟକ: କାଉଡିଆମାନେ ଚହଟାରୁ ନରାଜ ଦିଗକୁ ଶ୍ରାବଣ ମାସରେ ଯାତ୍ରା କରୁଥିବା ବେଳେ ଏହି ରାସ୍ତାରେ ଅଗଷ୍ଟ ୧୩ର ନିର୍ଦ୍ଦେଶ ପାଳନ କରି ଅସ୍ଥାୟୀ ଆଲୋକ ବ୍ୟବସ୍ଥା କରାଯାଇଛି ବୋଲି କଟକ ପୌର ନିଗମ (କେଏମସି) ପକ୍ଷରୁ ହାଇକୋର୍ଟରେ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୮ଟି ଅସ୍ଥାୟୀ ହାଲୋଜେନ ଲାଇଟ ଓ କାଉଡିଆଙ୍କ ସୁରକ୍ଷା ପାଇଁ ଅନ୍ଧକାରରେ ରହୁଥିବା ରାସ୍ତାରେ ଗୋଟିଏ ଟାୱାର ଲାଇଟ ବ୍ୟବସ୍ଥା କରାଯାଇଛି।
ଚହଟା-ନରାଜ ରାସ୍ତାରେ ଆରଓରେ ଉପଲବ୍ଧ ଟାୱାର ଲାଇଟ ବ୍ୟବସ୍ଥା କରାଯିବ ବୋଲି କଟକ ଡିସିପି ଦର୍ଶାଇଥିଲେ।
ଶ୍ରାବଣ ମାସ ପରେ ଚହଟା-ନରାଜ ୬ଲେନ ରାସ୍ତା ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା।
ଟିପିସିଓଡିଏଲ ଓ କେଏମସିର ଏକ ଯୁଗ୍ମ ବୈଠକ ଡାକି ଏହି ରାସ୍ତାରେ ପ୍ରସ୍ତାବିତ ଆଲୋକ ବ୍ୟବସ୍ଥା ପ୍ରସଂଗରେ ଆଲୋଚନା କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
୧୦ ଦିନ ଭିତରେ ଯୁଗ୍ମ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ କୃଷ୍ଣ ରାମ ମହାପାତ୍ର ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ସହର ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।Advertisment ପୂର୍ବରୁ ଲାଲବାଗ ଥାନା ଥିବା ସ୍ଥାନରେ ବହୁତଳ ପାର୍କିଂ ନିର୍ମାଣ ପ୍ରସଂଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବର ଲାଲବାଗ ଥାନା ସ୍ଥାନରେ ବହୁତଳ ପାର୍କିଂ ନିର୍ମାଣ କରାଗଲେ ଆଡଭୋକେଟ ଜେନେରାଲ କାର୍ଯ୍ୟଳାୟ, ଆଇନଜୀବୀ ଓ ଜନସାଧାରଣଙ୍କ ବ୍ୟବହାରରେ ଆସିବ।
ଏହା ଦ୍ବାରା ଏହି ରାସ୍ତାରେ ଟ୍ରାଫିକ ଭିଡ ହ୍ରାସ ପାଇବ ବୋଲି ଶୁଣାଣି ବେଳେ ଦର୍ଶାଯାଇଥିଲା।ସତ୍ୟବ୍ରତ ଷ୍ଟାଡିୟମର ଉନ୍ନତିକରଣ ପ୍ରସଂଗରେ ଏଏସଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି।
ଏହି ସତ୍ୟପାଠ ଉପରେ ପର୍ଯ୍ୟଟନ ବିଭାଗର ତଥ୍ୟ ଦାଖଲ ପାଇଁ ସରକାରଙ୍କ ତରଫରୁ ସମୟ ଲୋଡ଼ା ଯାଇଥିଲା।
ସତ୍ୟପାଠର କପି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସତ୍ୟବ୍ରତ ଷ୍ଟାଡିୟମ ପ୍ରସଂଗରେ ରହିଥିବା ପ୍ରସ୍ତାବ କାର୍ଯ୍ୟକାରୀ ପ୍ରସଂଗରେ ନିଗମ ଜବରବ ରଖିବ।
ଏହି ପ୍ରସଂଗରେ ସେପ୍ଟେମ୍ବର ୧୭ରେ ପରବର୍ତ୍ତୀ ଶୁଣାଣି ହେବ।
ଆହୁରି ପଢନ୍ତୁ: Lakhmananda Saraswati: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଶୈଳବାଳା କଲେଜ ସହିତ ରାଜ୍ୟର ଅନ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ପ୍ରସଂଗରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇଛି।
ଏଥିରେ ଉଲ୍ଲେଖ କରାଯାଇଛି ଯେ ୭ଶହ ଉଚ୍ଚଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଅଗଷ୍ଟ ୧୭ ସୁଦ୍ଧା ସଂଶୋଧିତ ଟଏଲେଟ ନିର୍ମାଣ କାର୍ଯ୍ୟ ୫୧୦ଟି ଅନୁଷ୍ଠାନରେ ଆରମ୍ଭ ହୋଇ ସାରିଛି।
୨୯ଟିରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ବ୍ୟବହାର ପାଇଁ ଦିଆଯାଇଛି।
୩୨୦ଟି ଶିକ୍ଷାନୁଷ୍ଠାନରେ ୫୦ପ୍ରତିଶତରୁ ଅଧିକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।
୧୭୧ଟି ଶିକ୍ଷାନୁଷ୍ଠାନରେ ଲଗାଣ ବର୍ଷା, ପ୍ରତିକୂଳ ପାଗ, ବନ୍ୟା, ବାଲି ଯୋଗାଣରେ ସମସ୍ୟା ପାଇଁ ଏପରି କାମ ଆରମ୍ଭ ହୋଇ ପାରି ନାହିଁ।
ସଂଶୋଧିତ ଟଏଲେଟ ନିର୍ମାଣ ପାଇଁ ନିଜ ଜମି ନଥିବାରୁ ୧୯ଟି ଶିକ୍ଷାନୁଷ୍ଠାନ ମଞ୍ଜୁର ହୋଇଥିବା ଅର୍ଥ ଫେରସ୍ତ କରିଛନ୍ତି।
ଆହୁରି ପଢନ୍ତୁ: Ramayana: ରାମାୟଣରେ ୟଶଙ୍କ ଚରିତ୍ରକୁ ପ୍ରଶଂସା କଲେ ହନି ସିଂ ଏସଏସଇପିଇଡି ବିଭାଗ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ଥିତି ଆକଳନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।
୧୮୮୭ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇଛି।
ଏଥି ମଧ୍ୟରୁ ୪୦୨ ଜଣଙ୍କୁ ଆବଶ୍ୟକ ସହାୟତା ଓ ଉପକରଣ ପ୍ରଦାନ କରାଯାଇଛି।
୨୯୪ଜଣଙ୍କୁ ୩ଶହ ଆବଶ୍ୟକ ସହାୟତା ଓ ଉପକରଣ ପ୍ରଦାନ କରାଯିବ ଓ ଏଥି ପାଇଁ ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି।
ଅନ୍ୟମାନଙ୍କ ସହାୟତା ଓ ଉପକରଣ ଆବଶ୍ୟକ ନଥିବା ଯାଞ୍ଚରୁ ଜଣା ପଡ଼ିଛି।
କେତେକ ସହାୟତା ଓ ଉପକରଣ ଏବେ ଉପଲବ୍ଧ ନାହିଁ।
ତେଣୁ ଆର୍ଟିଫିସିଆଲ ଲିମ୍ବସ୍ ମାନୁଫ୍ୟାକଚରିଙ୍ଗ କର୍ପୋରେସନକୁ ୯୮ଟି ଆବଶ୍ୟକ ସହାୟତା ଉପକରଣ ଓ ଯନ୍ତ୍ରପାତି ଯୋଗାଇବା ପାଇଁ ଅନୁରୋଧ କରାଯାଇଛି।
ଫ୍ରି ଲାପଟପ ଯୋଜନାରେ ୭୨ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସାମିଲ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ସବୁ ଶିକ୍ଷାନୁଷ୍ଠାନରେ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି।
ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଏସଏସପିଇଡି ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ସେପ୍ଟେମ୍ବର ୧୭ରେ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି।
ବରିଷ୍ଠ ଆଇନଜୀବୀ ଏଲ.ସାମନ୍ତରାୟ, ଆଇନଜୀବୀ ହୃଦାନନ୍ଦ ମହାପାତ୍ର, ବିଭୁତି ଭୂଷଣ ଚୌଧୁରୀ, କାଜଲ ସାହୁ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
