High Court: ଲାଞ୍ଚ ମାମଲାରେ ପିନାରାୟି ବିଜୟନ୍‌ଙ୍କ ବିରୋଧରେ ଏତଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Oct 09, 2026 - 19:20
High Court: ଲାଞ୍ଚ ମାମଲାରେ ପିନାରାୟି ବିଜୟନ୍‌ଙ୍କ ବିରୋଧରେ ଏତଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

"କୋଚି: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌, ତାଙ୍କ ଝିଅ ଟି.

ବୀଣା ଓ ଜ୍ୱାଇଁ ପି.ଏ.

ମହମ୍ମଦ ରିୟାସଙ୍କ ବିରୋଧରେ କଥିତ ଲାଞ୍ଚ କାରବାର ମାମଲାରେ ଏତଲା ରୁଜୁ କରିବାକୁ କେରଳ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।

କୋଚିନ୍‌ ମିନେରାଲ୍ସ ଆଣ୍ଡ୍‌ ରୁଟାଇଲ୍‌ ଲିମିଟେଡ୍‌ (ସିଏମ୍‌ଆର୍‌ଏଲ୍‌) ଓ ବୀଣାଙ୍କ କମ୍ପାନି ଏକ୍ସାଲୋଜିକ୍‌ ସଲ୍ୟୁସନ୍ସ ମଧ୍ୟରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଇଥିବା ତଥ୍ୟ ଆଧାରରେ ଏହି ନିର୍ଦ୍ଦେଶ ଆସିଛି।Advertisment ଜଷ୍ଟିସ୍‌ ଏ.

ବଦରୁଦ୍ଦିନ୍‌ ଆବେଦନକାରୀ ଓକିଲ କେ.ଏମ୍‌.

ସାଜାହାନ୍‌ଙ୍କ ଆବେଦନକୁ ମଞ୍ଜୁର କରି ଏତଲା ରୁଜୁ କରିବାକୁ କହିଛନ୍ତି।

ଇଡି ଦେଇଥିବା ତଥ୍ୟ ଉପରେ ସିଧାସଳଖ ମାମଲା ରୁଜୁ କରିବା ପରିବର୍ତ୍ତେ ପ୍ରାଥମିକ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସାଜାହାନ୍‌ ଚ୍ୟାଲେଞ୍ଜ୍‌ କରିଥିଲେ।

ରାୟର ବିସ୍ତୃତ ବିବରଣୀ ଏଯାବତ୍‌ ପ୍ରକାଶ ପାଇନାହିଁ।

ଇଡିର ଅଭିଯୋଗ ଅନୁସାରେ, ସିଏମ୍‌ଆର୍‌ଏଲ୍‌ ବୀଣାଙ୍କ ପୂର୍ବରୁ ବନ୍ଦ ହୋଇଯାଇଥିବା କମ୍ପାନି ଏକ୍ସାଲୋଜିକ୍‌ ସଲ୍ୟୁସନ୍ସକୁ ସୂଚନା ପ୍ରଯୁକ୍ତି ପରାମର୍ଶ ସେବା ଦେବା ଆଳରେ ୨.୭୮ କୋଟି ଟଙ୍କା ଦେଇଥିଲା।

ଏହି ଅର୍ଥ ପ୍ରଦାନ ପଛରେ ପ୍ରକୃତ ସେବା ବଦଳରେ ଅନୈତିକ ଆର୍ଥିକ କାରବାର ହୋଇଥିବା ଇଡି ସନ୍ଦେହ କରିଛି।

ଏହାର ତଦନ୍ତ ସମୟରେ ମିଳିଥିବା ତଥ୍ୟକୁ ଆଧାର କରି ଇଡି କେରଳ ପୁଲିସକୁ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ କରିବାକୁ କହିଥିଲା।

ଏହି ଅଭିଯୋଗ ସମ୍ପର୍କରେ ଇଡି ରାଜ୍ୟ ପୁଲିସ ମୁଖ୍ୟଙ୍କୁ ତଥ୍ୟ ଦେବା ପରେ ରାଜ୍ୟ ସରକାର ଅପରାଧ ଶାଖାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାକୁ ବିରୋଧ କରି ସାଜାହାନ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତଥ୍ୟରେ ଦୁର୍ନୀତିର ସୂଚନା ଥିବାରୁ ପ୍ରଥମେ ଏତଲା ରୁଜୁ କରାଯିବା ଆବଶ୍ୟକ ବୋଲି ସେ ଯୁକ୍ତି ଦର୍ଶାଇଥିଲେ।

ଶୁଣାଣି ସମୟରେ ଇଡି ମଧ୍ୟ ଏତଲା ରୁଜୁ ସପକ୍ଷରେ ମତ ଦେଇଥିଲା।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ କେ.

ଜାଜୁ ବାବୁ ଯୁକ୍ତି ଦେଇଥିଲେ ଯେ କେବଳ ଇଡିର ରିପୋର୍ଟ ଆଧାରରେ ଏତଲା ରୁଜୁ କରିବା ପରିବର୍ତ୍ତେ ପ୍ରଥମେ ଅଭିଯୋଗର ସତ୍ୟତା ଯାଞ୍ଚ କରାଯିବା ଉଚିତ।

ତେବେ ହାଇକୋର୍ଟ ଏହି ଯୁକ୍ତି ଗ୍ରହଣ ନ କରି ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)