Welcome!

Unlock your personalized experience.
Sign Up

High Court: ହାଇକୋର୍ଟରେ ୬ଶହ ମିସନ୍‌ ଶକ୍ତି ମାମଲାର ଏକତ୍ର ଶୁଣାଣି: ଏଜିଙ୍କ ଯୁକ୍ତି ଉପସ୍ଥାପନ, ଆଜି ପୁଣି ଶୁଣାଣି

Aug 28, 2026 - 05:40
High Court: ହାଇକୋର୍ଟରେ ୬ଶହ ମିସନ୍‌ ଶକ୍ତି ମାମଲାର ଏକତ୍ର ଶୁଣାଣି: ଏଜିଙ୍କ ଯୁକ୍ତି ଉପସ୍ଥାପନ, ଆଜି ପୁଣି ଶୁଣାଣି

କଟକ: ଏସଏଚ୍‌ଜି ଓ ଅନ୍ୟ ଗୋଷ୍ଠୀ ଅନୁଷ୍ଠାନଗୁଡ଼ିକର କମିଟି ପୁନର୍ଗଠନ ପାଇଁ ମିସନ୍‌ ଶକ୍ତି ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ବିରୋଧରେ ହାଇକୋର୍ଟରେ ବିଚାରାଧୀନ ପ୍ରାୟ ୬ଶହ ମାମଲାର ଏକତ୍ର ଶୁଣାଣି ଆଜି ହୋଇଛି। ଆବେଦନକାରୀଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଜବାବରେ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଏଜିଙ୍କ ଯୁକ୍ତି ଉପସ୍ଥାପନ ଆଧା ରହିଛି। ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାଗୁଡ଼ିକର ଶୁଣାଣି କରୁଥିବା ବେଳେ ଶୁକ୍ରବାରକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ମିସନ୍‌ ଶକ୍ତି ବିଭାଗ କମିସନର୍‌ ତଥା ସଚିବଙ୍କ ତରଫରୁ ଏସ୍‌ଏଚ୍‌ଜି, ସିଏଲ୍‌ଏଫ୍‌, ଜିପିଏଲ୍‌ଏଫ୍‌, ବିଏଲ୍‌ଏଫ୍‌ ଓ ଡିଏଲ୍‌ଏଫ୍‌ର ପରିଷଦ/କମିଟି/ସବ୍-କମିଟି ପୁନର୍ଗଠନ ପ୍ରସଙ୍ଗରେ ଜାରି ମାର୍ଗଦର୍ଶିକା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ୨୦୨୫ ଜାନୁଆରି ୨୨ରେ ଚିଠି ଲେଖାଯାଇଥିଲା।

Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି

ଜଣେ ସଦସ୍ୟ ଦୁଇ ଥର ଅଫିସ ବିଅରର୍‌ ହୋଇପାରିବେ ନାହିଁ ବୋଲି ମାର୍ଗଦର୍ଶିକାରେ ସ୍ପଷ୍ଟ କରାଯାଇଥିଲା। ଗୋଷ୍ଠୀ ଅନୁଷ୍ଠାନ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ଗୋଟିଏ ପରିବାରର କେବଳ ଜଣେ ସଦସ୍ୟ ରହିପାରିବେ। ଗୋଟିଏ ପରିବାରର ଦୁଇ ଜଣ ବା ଅନ୍ୟ ସମ୍ପର୍କୀୟ ଗୋଟିଏ ଗୋଷ୍ଠୀ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ କମିଟିରେ ସଦସ୍ୟ ହୋଇପାରିବେ ନାହିଁ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା। ଏପରି ମାର୍ଗଦର୍ଶିକା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ଶତାଧିକ ମାମଲା ରୁଜୁ ହୋଇଛି। ୨୦୨୫ ଏପ୍ରିଲ ୨୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ମିସନ୍‌ ଶକ୍ତି ବିଭାଗ କମିସନର ତଥା ସଚିବଙ୍କ ତରଫରୁ ସମସ୍ତ ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠି ସହିତ ସଂଲଗ୍ନ ମାର୍ଗଦର୍ଶିକାର ନିର୍ଦ୍ଦିଷ୍ଟ ସର୍ତ୍ତ (୫.୧୦ , ୫.୧୧, ୬.୪(ଏକ୍ସ)) ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ସେପ୍ଟେମ୍ବର ୨୨ରେ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଫଇସଲା ପର୍ଯ୍ୟନ୍ତ ଉପରୋକ୍ତ ସର୍ତ୍ତଗୁଡ଼ିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୁବିର ପାଲିତ, ଆଇନଜୀବୀ ସୁକାନ୍ତ କୁମାର ଦଳାଇ, ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ, ଏଜିଏ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

Bank account: ପିଏମ୍‌ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Data Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)