High Court: ସ୍କୁଲ୍‌ ପାଖରେ ଜଙ୍କ୍‌ ଫୁଡ୍‌ ବିକ୍ରି ବନ୍ଦ କଲେ ରାଜସ୍ଥାନ ହାଇକୋର୍ଟ

Aug 25, 2026 - 20:51
High Court: ସ୍କୁଲ୍‌ ପାଖରେ ଜଙ୍କ୍‌ ଫୁଡ୍‌ ବିକ୍ରି ବନ୍ଦ କଲେ ରାଜସ୍ଥାନ ହାଇକୋର୍ଟ

"ଯୋଧପୁର: ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ ସମସ୍ୟା ଉପରେ ରାଜସ୍ଥାନ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି।

ଜେନ୍‌-ଜି, ଜେନ୍‌-ଆଲ୍‌ଫା ଓ ଆଗାମୀ ଜେନ୍‌-ବିଟା ପିଢ଼ିକୁ ପ୍ରଭାବିତ କରୁଥିବା ଜଙ୍କ୍‌ ଫୁଡ୍‌, ଅଧିକ ସ୍କ୍ରିନ୍‌ ସମୟ, ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଓ ସ୍କୁଲ୍‌ଗୁଡ଼ିକର ମୌଳିକ ସୁବିଧା ଭଳି ପ୍ରସଙ୍ଗକୁ ଅଦାଲତ ଏକ ମାମଲାର ପରିସର ମଧ୍ୟରେ ଆଣିଛନ୍ତି।

ସୋମବାର ଜଷ୍ଟିସ୍‌ ଅନୂପ କୁମାର ଧଣ୍ଡଙ୍କ ଏକକ ଖଣ୍ଡପୀଠ ଏନେଇ ଏକାଧିକ ନିର୍ଦ୍ଦେଶ ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Earthquakes: ୭ ଦିନରେ ୧୮୭ ଭୂକମ୍ପ, ରିଙ୍ଗ୍‌ ଅଫ୍‌ ଫାୟାରରେ ବଢ଼ିଲା ହଲଚଲ ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ୍‌ କ୍ୟାଣ୍ଟିନ୍‌ ଓ ସ୍କୁଲ୍‌ ଫାଟକର ୫୦ ମିଟର ପରିସର ମଧ୍ୟରେ ଅଧିକ ଚର୍ବି, ଚିନି ଓ ଲୁଣ ଥିବା ଖାଦ୍ୟ ବିକ୍ରି ଉପରେ ରୋକ୍‌ ଲଗାଯାଇଛି।

କାର୍ବୋନେଟେଡ୍‌ ପାନୀୟ, ଚିପ୍ସ, ଟ୍ରାନ୍ସ-ଫ୍ୟାଟ୍‌ ଥିବା ବେକରି ଉତ୍ପାଦ ସମେତ ଅନ୍ୟ ଜଙ୍କ୍‌ ଫୁଡ୍‌ ଏହି ନିଷେଧାଦେଶ ଅଧୀନରେ ରହିବ।

ଛାତ୍ରଛାତ୍ରୀଙ୍କୁ ସୁସ୍ଥ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ।

ପ୍ରତ୍ୟେକ ସ୍କୁଲ୍‌ରେ ୪ ସପ୍ତାହ ମଧ୍ୟରେ "ସ୍କୁଲ୍‌ ଫୁଡ୍‌ ସେଫ୍ଟି ଆଣ୍ଡ୍‌ ନ୍ୟୁଟ୍ରିସନ୍‌ କମିଟି" ଗଠନ କରିବାକୁ କୋର୍ଟ କହିଛନ୍ତି।

ଏଥିରେ ଶିକ୍ଷକ, ଅଭିଭାବକ ଓ ଛାତ୍ର ପ୍ରତିନିଧି ରହିବେ।

୮ ସପ୍ତାହ ମଧ୍ୟରେ କ୍ୟାଣ୍ଟିନ୍‌ରେ ଖାଦ୍ୟର କ୍ୟାଲୋରି, ଉପାଦାନ ଓ ପୋଷଣମୂଲ୍ୟ ଦର୍ଶାଉଥିବା ତାଲିକା ଲଗାଇବା ସହ "ଟ୍ରାଫିକ୍‌ ଲାଇଟ୍‌" ଲେବଲିଂ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।

ଆହୁରି ପଢନ୍ତୁ :JAAC : ପାକିସ୍ତାନ ବିରୋଧରେ ପୁଣି ଆନ୍ଦୋଳନ ଡାକଦେଲା ଜେଏଏସି ପିଲାମାନଙ୍କ ମୋବାଇଲ୍‌ ଓ ଅନ୍ୟ ଡିଜିଟାଲ୍‌ ଉପକରଣ ବ୍ୟବହାର ନେଇ ମଧ୍ୟ ଅଦାଲତ ଚିନ୍ତା ପ୍ରକାଶ କରିଛନ୍ତି।

କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ୍‌ ଶିକ୍ଷାର ଗୁରୁତ୍ୱକୁ ସ୍ବୀକାର କରି ମଧ୍ୟ ଏହା ଯେପରି ମୌଳିକ ଶିକ୍ଷାକୁ ବଦଳାଇ ନଦିଏ, ସେଥିପ୍ରତି ସତର୍କ କରାଯାଇଛି।

ହାତଲେଖା, ବହି ପଢ଼ିବା, ନୋଟ୍‌ ତିଆରି, ନିଜସ୍ବ ଚିନ୍ତାଧାରା ଓ ଲିଖିତ ପରୀକ୍ଷା ଭଳି ଅଭ୍ୟାସ ବଜାୟ ରଖିବାକୁ କୋର୍ଟ କହିଛନ୍ତି।

ବାରମ୍ବାର ପ୍ରଶ୍ନପତ୍ର ଲିକ୍‌ ହେବା ଦ୍ବାରା ଛାତ୍ରଛାତ୍ରୀଙ୍କ ମାନସିକ ଚାପ ବଢ଼ିବା ସହ ପରୀକ୍ଷା କାର୍ଯ୍ୟସୂଚୀ ପ୍ରଭାବିତ ହେଉଛି ଏବଂ ଶିକ୍ଷା ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ବାସ କମୁଛି ବୋଲି ଖଣ୍ଡପୀଠ କହିଛନ୍ତି।

ଏହାକୁ ରୋକିବା ପାଇଁ ତ୍ରୁଟିହୀନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଆହୁରି ପଢନ୍ତୁ :Rahul Gandhi: ଜାତିଗଣନା ପ୍ରଶ୍ନାବଳୀ ନେଇ ମୋଦୀଙ୍କୁ ଖଡ୍‌ଗେ, ରାହୁଲଙ୍କ ଚିଠି ଗ୍ରାମୀଣ ଓ ଦୁର୍ଗମ ଅଞ୍ଚଳର ସରକାରୀ ସ୍କୁଲ୍‌ଗୁଡ଼ିକରେ ଖାଲି ଶିକ୍ଷକ ପଦ, ସ୍ମାର୍ଟ କ୍ଲାସ୍‌, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଶୌଚାଳୟ, ପାନୀୟଜଳ ଓ ଖେଳ ସୁବିଧାର ଅଭାବ ଦୂର କରିବାକୁ କୋର୍ଟ କହିଛନ୍ତି।

ଜିଲ୍ଲାପାଳମାନେ ହଠାତ୍‌ ସ୍କୁଲ୍‌ ପରିଦର୍ଶନ କରି ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବେ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ତ୍ରୈମାସିକ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ କରାଯିବ।

ଏହାଛଡ଼ା ଜେନ୍‌-ଜି ପିଢ଼ିର ଶିକ୍ଷା-ନିଯୁକ୍ତି ବ୍ୟବଧାନ, ଗିଗ୍‌ କର୍ମଚାରୀଙ୍କ ସାମାଜିକ ସୁରକ୍ଷା, ସୁଲଭ ଛାତ୍ରାବାସ ଓ ବାସଗୃହ, ଡିଜିଟାଲ୍‌ ଡିଟକ୍ସ, ତଥ୍ୟ ଗୋପନୀୟତା ଓ ସାଇବର୍‌ ସୁରକ୍ଷା ଭଳି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ଅଦାଲତ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)