Heroin Seized ୫ଲକ୍ଷ ଟଙ୍କା ମୂଲ୍ୟର ହେରୋଇନ ସହ ଯୁବକ ଗିରଫ
"ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ମାଧପୁର ଅଞ୍ଚଳର ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା।
ତାଙ୍କ ପାଖରୁ ୫୨ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଓ ଏକ ପଲସର ଗାଡି ଜବତ କରାଯାଇଛି।
Advertisment Eating brown sugar: ବ୍ରାଉନ୍ସୁଗାର୍ ଖାଇ ଝାରପଡ଼ା ଜେଲ୍ର ୭ କଏଦୀ ଅସୁସ୍ଥ: ଏମ୍ସ, କ୍ୟାପିଟାଲ୍ ଆଇସିୟୁରେ ୩ମାଧପୁର ଗ୍ରାମର ଖାରବେଳ ଦିଗବିଜୟ ପାତ୍ର (୩୮) ଅନେକ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିଲେ।
ଦିଗ୍ବିଜୟକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଚଢ଼ାଉ କରି ବିଫଳ ହୋଇଥିଲା।
ଗାଡ଼ିରୁ ବାହାରିଲା "ହେରୋଇନ୍"; ଗିରଫ ହେଲେ ଆମେରିକାର "ଗଟ୍ ଟାଲେଣ୍ଟ୍" ପ୍ରସିଦ୍ଧ ୭ ଫୁଟ୍ ୬ ଇଞ୍ଚ୍ ଡେଙ୍ଗା ପୂର୍ବତନ କନେଷ୍ଟବଳ ଶେଷରେ ଦିଗ୍ବିଜୟକୁ ଧରିବାକୁ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ ଯୋଜନା କରିଥିଲେ।
ଆଜି ଗ୍ରାହକଙ୍କୁ ହେରୋଇନ ବିକ୍ରି କରିବା ଯୋଜନା ସମ୍ପର୍କରେ ଗୁଇନ୍ଦା ସୂଚନା ପାଇ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାରସାହୁ, କନଷ୍ଟେବଳ ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଙ୍କୁ ନେଇ ଗଠିତ ଟିମ୍ ଚଢ଼ାଉ କରିଥିଲେ।
ପାଞ୍ଚ କିଲୋଗ୍ରାମ ହେରୋଇନ୍ ଥିବା ଡ୍ରୋନ୍ ଜବତଜଗତସିଂହପୁର ପୌରାଞ୍ଚଳସ୍ଥିତ ଗାଲୁପଡା ବଜାରରେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ ଜବତ ହେରୋଇନ୍ ସହ ମୋଟରସାଇକେଲ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୬ ଲକ୍ଷ ଟଙ୍କା ହେବ।
ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି।
Brownsugar Seized ୮୨ ଗ୍ରାମର ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଅନେକ ଏନ୍ଡିପିଏସ୍ ମାମଲ ରହିଥିବା ଜଣାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
