Heavy Rain Triggers Flood-Like Situation; ଲଗାଣ ବର୍ଷାରେ ନାକେଦମ୍ ମୁମ୍ବାଇ; ଗତକାଲି ରାତିରୁ ଲାଗି ରହିଛି ପ୍ରବଳ ବର୍ଷା
ମହାରାଷ୍ଟ୍ରରେ ପ୍ରବଳ ବର୍ଷା। ମୁମ୍ବାଇ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ଆଜି ସକାଳୁ ମଧ୍ୟ ପ୍ରବଳ ବର୍ଷାରୁ ମୁଖ୍ୟ ରାସ୍ତା ସବୁ ବୁଡି ରହିଛି। ରାସ୍ତାଘାଟ, ବଜାର ଅଞ୍ଚଳ ଏବଂ ସହରତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।
ବିଭିନ୍ନ ସ୍ଥାନରେ ମାତି ଅତଡ଼ା ଧସିଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରୁ ସଡ଼କ ଓ ରେଳପଥରେ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି। ବର୍ଷା ପାଇଁ ମୁମ୍ବାଇ ମହାନଗରୀ ସମେତ ରାଇଗଡ, ଥାଣେ, ପାଲଘର ଓ ସିନ୍ଧୁଦୁର୍ଗ ଆଦି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି।
- ଲଗାଣ ବର୍ଷାରେ ନାକେଦମ୍ ମୁମ୍ବାଇ
- ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ବର୍ଷା
- ଗତକାଲି ରାତିରୁ ଲାଗି ରହିଛି ପ୍ରବଳ ବର୍ଷା
- ସହର ତଳି ଅଞ୍ଚଳେର ଜଳବନ୍ଦୀ ସ୍ଥିତି
- ବିଭିନ୍ନ ଜିଲ୍ଲାକୁ ବର୍ଷା ପାଇଁ ଅରେଂଜ୍ ୱାର୍ଣ୍ଣିଂ
- ସଡ଼କ ଓ ରେଳ ପଥରେ ଯାତାୟତ ବାଧାପ୍ରାପ୍ତ