Bridge Approach Road Collapse; ଧସିଯାଇଛି ପୋଲ, ୭ ଗାଁର ଯୋଗାଯୋଗ ବିଚ୍ଛିନ୍ନ; ଦୁର୍ଦ୍ଦଶାରେ ୫୦୦ ପରିବାର
ଧସିଯାଇଛି ପୋଲ ସଂଲଗ୍ନ ରାସ୍ତା, ଦୁର୍ଦ୍ଦଶାରେ ୫୦୦ ପରିବାର। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ବିଲଣା-ମିରିପୁରକୁ ମିଶାଇ ୭ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବର୍ତ୍ତମାନ କୌଣସି ଯାନବାହାନ ଯାତାୟତ କରିପାରୁ ନଥିବା ବେଳେ ଅଂଚଳବାସୀଙ୍କ ଚିନ୍ତା ବଢିଛି।
ତିହିଡ଼ି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମିଳିତ ଜନଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ଅଂଚଳବାସୀ। ତେବେ ଏନେଇ ପ୍ରଶାସନ ର ପ୍ରତିକ୍ରିୟା ମିଳି ନାହିଁ।