ଆକାଶଛୁଆଁ ଅଟ୍ଟାଳିକା ତଳେ ଦାରିଦ୍ରତାର ଛାଇ: ଚୀନ୍ର ଚକଚକିଆ ମୁହଁ ପଛରେ ଲୁଚିଛି ଅସ୍ପୃଶ୍ୟତା, ଏବଂ ଅସମାନତା ଭଳି ସାମାଜିକ ମହାମାରୀ

Jun 24, 2026 - 14:22
ଆକାଶଛୁଆଁ ଅଟ୍ଟାଳିକା ତଳେ ଦାରିଦ୍ରତାର ଛାଇ: ଚୀନ୍ର ଚକଚକିଆ ମୁହଁ ପଛରେ ଲୁଚିଛି ଅସ୍ପୃଶ୍ୟତା, ଏବଂ ଅସମାନତା ଭଳି ସାମାଜିକ ମହାମାରୀ
  • ବିଶ୍ବ ମଞ୍ଚରେ ଅତ୍ୟାଧୁନିକ ଦେଖାଇହେଉଛି ଚୀନ୍
  • ଚୀନର ସୁଉଚ୍ଚ ଅଟ୍ଟାଳିକା ତଳେ ଲୁଚି ରହିଛି ଅନେକ ଅସାମାଜିକ ତତ୍ତ୍ବ
  • ଗୋଟିଏ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ଗଲେ ଦେଖାଇବାକୁ ହେବ ପାସପୋର୍ଟ
  • ଚୀନରେ ମଧ୍ୟ ରହିଛି ୪ ପ୍ରକାରର ଜାତିଭେଦ

ନୂଆଦିଲ୍ଲୀ,୨୪/୦୬: ଜୁନ ପହିଲା ୨୦୨୬। ଭାରତୀୟ ସମ୍ପ୍ରଦାୟକୁ ଟାର୍ଗେଟ କରୁଥିବା ୧୪ଟି ସୋସିଆଲ ମିଡିଆ ପୋଷ୍ଟ ଉପରେ ପ୍ରତିବନ୍ଧକ ଲଗାନ୍ତି ସିଙ୍ଗାପୁର ସରକାର। କାରଣ ସେଠାରେ ଭାରତୀୟ ବଂଶୋଦ୍ଭବଙ୍କର ଏକ ବଡ଼ ଜନସଂଖ୍ୟା ରହୁଛନ୍ତି। ସିଙ୍ଗାପୁର ଏହା ମଧ୍ୟ କହିଥିଲା ଯେ, ଏହି ସବୁ ପୋଷ୍ଟ ଚାଇନାରୁ ଅପଲୋଡ ହୋଇଛି। ଅର୍ଥାତ୍ ଭାରତୀୟ ଭାବମୂର୍ତ୍ତିକୁ ବିଶ୍ବରେ ଖରାପ କରିବା ପାଇଁ ଚୀନ୍ ଏପରି କିଛି ଷଡ଼ଯନ୍ତ୍ର ରଚିଥିଲା। ସୋସିଆଲ ମିଡିଆରେ ପର୍ଯ୍ୟଟନ, ଗମନାଗମନର ମାଧ୍ୟମ, ରାସ୍ତାଘାଟ ଇତ୍ୟାଦିରେ ନିଜ ଦେଶର ଫଟୋ ଛାଡ଼ି ଭାରତର ଛବିକୁ ତଳେ ପକାଇବା ପାଇଁ ଏଆଇରେ ନାନା ପ୍ରକାରର ଫଟୋ ତିଆରି କରି ପୋଷ୍ଟ କରିଥିଲା। କିନ୍ତୁ ଏବେ ଚୀନର ଏହି ଚାଲବାଜୀର ଜବରଦସ୍ତ ଜବାବ ଦେଇଛନ୍ତି ଭାରତୀୟ ସୋସିଆଲ ମିଡିଆ ୟୁଜର୍ସ। ବଡ଼ କଥା ହେଉଛି ଚୀନ୍ ନିଜେ ତାର ଏହି ଛକିଶୂନ ଖେଳରେ ଫସିଛି। ସଂଘାଇ ସହରର ଚିକ୍ ମିକ୍ ଆଲୁଅ ପଛରେ ରହିଛି ଅନ୍ଧକାରମୟ ଅସାମାଜିକ ବ୍ୟବସ୍ଥା, ବେଜିଂର ବଡ଼ ବଡ଼ କୋଠା ପଛରେ ରହିଛି ଚିନି ଲୋକଙ୍କ ବହୁରୂପୀ ଚେହେରା ଆଉ ଯନ୍ତ୍ର ନିର୍ମାଣରେ ପାରଙ୍ଗମ ବୋଲି କହୁଥିବା ଆଧୁନିକ ଚୀନର ବ୍ୟାକଗ୍ରାଉଣ୍ଡରେ ଏବେ ବି ମୁଣ୍ଡଟେକି ରହିଛି ଜାତିପ୍ରଥା।

ଅଧିକ ପଢ଼ନ୍ତୁ: india vs pakistan : ସିନ୍ଧୁ ଜଳଚୁକ୍ତିକୁ ନେଇ ଯୁଦ୍ଧ ଧମକ ଦେଇଥିଲା ପାକିସ୍ତାନ, କଡା ଆଭିମୂଖ୍ୟ ରଖିଲା ଭାରତ…

ଯୋଉ ଚୀନ୍ ସବୁବେଳେ ଏହାର ଚାଲବାଜୀରେ ଭାରତକୁ ଇଙ୍ଗିତ କରି ଆସୁଥିଲା, ସେହି ଚୀନର ଅସଲ ମୁଖା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଭାରତ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରିବା ପରେ ଏବେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସମାନେ ଚୀନର ପ୍ରକୃତ ମୁଖା ଖୋଲିଛନ୍ତି। ବିଭିନ୍ନ ଦିଗରୁ ଚୀନ୍ର ଚିତ୍ରକୁ ହାସଲ କରି ଏହାକୁ ସମାଲୋଚନା କରାଯାଇଛି। ସେଠି ମଧ୍ୟ ୪ଟି ଜାତି ରହିଛି। ପ୍ରଥମେ ଏମ୍ପୋରର, ଅର୍ଥାତ୍ ଯେଉଁମାନେ ସମ୍ରାଟ ବା ଶାସକ ବୋଲି କୁହାଯାଇପାରେ, ଏହା ପରେ ଆସନ୍ତି ସି, ଏମାନେ ମେଧାବି, ପ୍ରଶାସକ, ଶିକ୍ଷିତ ଗୋଷ୍ଠୀଙ୍କ ମଧ୍ୟରେ ରୁହନ୍ତି। ଏହା ପରେ, ନୋଙ୍ଗ ଅର୍ଥାତ୍ ଏହି ଶ୍ରେଣୀରେ ଚାଷବାସ କରୁଥିବା ଲୋକମାନଙ୍କୁ ରଖାଯାଇଥିଲା। ଏହା ପରେ ଆସେ ଗୋଙ୍ଗ, ଅର୍ଥାତ୍ ଯେଉଁମାନେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରନ୍ତି, ଅର୍ଥାତ୍ କାଠ କାମ, ଲୁହା କାମ ସିଲେଇ ଇତ୍ୟାଦି। ଶେଷରେ ରହିଛି ସାଙ୍ଗ୍....ଏହି ବର୍ଗର ଲୋକମାନେ ବିଶେଷ କରି ମାଛ ଧରିବା, ଡଙ୍ଗା ଚଳାଇବା ଆଦି କାମରେ ନିୟୋଜିତ ଅଛନ୍ତି। ଏମାନଙ୍କୁ ଅତି ଘୃଣ୍ୟ ନଜରରେ ଉପରିସ୍ଥ ଲୋକମାନେ ଦେଖନ୍ତି।

ଆହୁରି ପଢ଼ନ୍ତୁ: ଏଲନ୍ ମସ୍କଙ୍କ କମ୍ପାନୀରେ କାମ କରିବା ସହଜ ନୁହେଁ ! ଟେସଲା କର୍ମଚାରୀଙ୍କ ଭିଡିଓ ଇଣ୍ଟରନେଟ୍ରେ ହେଲା ଭାଇରାଲ

ବର୍ତ୍ତମାନ ଚୀନ୍ର "ହୁକୋଉ" (Hukou) ବ୍ୟବସ୍ତାର ପର୍ଦ୍ଦାଫାଶ ହୋଇଛି। ହୁକୋଉ ହେଉଛି ଏକ ପରିବାର ପଞ୍ଜୀକରଣ ବ୍ୟବସ୍ଥା, ଯାହା ନାଗରିକଙ୍କ ସ୍ଥାୟୀ ବାସସ୍ଥାନ ଏବଂ ସାମାଜିକ ପରିଚୟକୁ ସରକାରୀ ଭାବେ ସ୍ବିକୃତ୍ତି ଦିଏ। କିନ୍ତୁ ଏହା ଅଧିନରେ ସେଠାରେ କିଛି ଅବ୍ୟବସ୍ଥିତ ଧାରା ଏବେ ମଧ୍ୟ ସେଠାରେ ରହିଛି। ସେଠାରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ହେଲେ ପାସପୋର୍ଟ ଆବଶ୍ୟକ। ଯାହାକୁ କୁହାଯାଏ ହାଉସହୋଲ୍ଡ ରେଜିଷ୍ଟର। ଏହା ଦ୍ବାରା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ସାମାଜିକ ପରିଚୟ ମିଳିଥାଏ। ଯାହାକି ତାଙ୍କର ଜନ୍ମସ୍ଥାନ ସହିତ ଜଡ଼ିତ ଥାଏ। ଯଦି କୌଣସି ବ୍ୟକ୍ତିଙ୍କ ସନ୍ତାନ ଅନ୍ୟ କୌଣସି ସ୍ଥାନରେ ଜନ୍ମନିଏ, ତେବେ ସେହି ସନ୍ତାନ ତାର ପୈତୃକ ଜନ୍ମସ୍ଥାନ ଆଧାରରେ ପରିଚୟ ପାଏ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ସହରାଞ୍ଚଳ ଏବଂ ଅନ୍ୟଟି ଗ୍ରାମାଞ୍ଚଳ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗାଁ ଲୋକ ସହରରେ କାମ କରିପାରିବେ, କିନ୍ତୁ ପରିବାର ନେଇ ରହିପାରିବେ ନାହିଁ, ପିଲାମାନେ ପାଠ ପଢ଼ିପାରିବେ ନାହିଁ, ହସ୍ପିଟାଲରେ ଚିକିତ୍ସା କରିପାରିବେ ନାହିଁ।

ଆନ୍ତର୍ଜାତୀୟ ଖବର ପଢ଼ନ୍ତୁ: US Citizenship : ଗ୍ରୀନ କାର୍ଡଧାରୀ ଭାରତୀୟଙ୍କ ପାଇଁ ଖରାପ ଖବର ? ଟ୍ରମ୍ପଙ୍କ ନୂଆ ଯୋଜନାରେ ୟୁଏସ ନାଗରିକତା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ

ଏତିକି ନୁହେଁ, ସାମାଜିକ ସୁରକ୍ଷା ମିଳିବନି କି ଘରଭଡ଼ା ବି ମିଳିବନି। ପରିବାରର କାମୁକା ପୂଅ କାମ କରିବ ସହରରେ, ପରିବାର ରହିବ ଗାଁରେ। ଗାଁରୁ ଯାଇଥିବା କୌଣସି ଲୋକ ପାଇଁ ସହରର ବିଲ୍ଡିଂ, ଅନ୍ୟ ପ୍ରଦର୍ଶନୀ ସ୍ଥାନ, ସବୁ କିଛି ବନ୍ଦ। ଏହି ଧାରାକୁୁ ମଧ୍ୟ ଚାରି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି, ବି ସାଙ୍ଗ୍ ସି। ଏହା ଅଧିନରେ ବଡ଼ ବଡ଼ ଅରବପତି, ବ୍ୟବସାୟୀ ଆଦି ରୁହନ୍ତି। ଏମାନଙ୍କ ପାଖରେ ସମାଜର ସବୁ ସୁବିଧା ଉପଲବ୍ଧ ଥାଏ। ଏହା ପରେ ରହିଛି ଗୁଆନ୍-ସେନ୍-ସି: ସମାଜର କିଛି ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କୁ ନେଇ ଏହି ବର୍ଗ ରହିଛି। ଏହା ପରେ ରହିଛନ୍ତ ଅତି ସାଧାରଣ ବର୍ଗ। ଯଦି କୌଣସି ବ୍ୟକ୍ତି ଗାଁରେ ଜନ୍ମ ନେଇଛନ୍ତି ତାହେଲେ ତାଙ୍କ ପାଇଁ କୌଣସି ସହରି ସୁବିଧାସୁଯୋଗ ଉପଲବ୍ଧ ନାହିଁ। ବ୍ୟକ୍ତି ଜଣକ ସହରକୁ ଯିବେ କାମ କରିବାକୁ, ଘରକୁ ଫେରିବେ। ପରେ ତାଙ୍କ ସନ୍ତାନମାନେ ବଡ଼ ହେବା ପରେ ସମାନ ଧାରାରେ ଚାଲିବେ। ଚୀନର ସହର ଗୁଡ଼ିକର ଚମକ ପଛରେ ଜନସଂଖ୍ୟା ମଧ୍ୟ ପ୍ରମୂଖ ପ୍ରସଙ୍ଗ। କାରଣ ଏହି ସହର ଗୁଡ଼ିକରେ ଅଧିକ ଲୋକଙ୍କୁ ପ୍ରବେଶ ନିଷେଧ କରାଯାଇଛି।

ଆଶ୍ଚର୍ଯ୍ୟକର କଥା ହେଉଛି, ଚୀନର ନିମ୍ନ ବର୍ଗରେ ଥିବା ଲୋକମାନଙ୍କର ଜୀବନ ଶୈଳୀ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡ଼ିଛି। ସୋସିଆଲ ମିଡିଆରେ ସେମିତି କିଛି ଫଟୋ ଭାଇରାଲ ହେବା ପରେ ଚୀନ୍ର ସୌନ୍ଦର୍ଯ୍ୟତା ପଛର କିଛି ବାସ୍ତବ ଚିତ୍ର ସାମ୍ନାକୁ ଆସିଥିଲା। ଠିକ୍ ଏହିପରି ଭାବରେ ଚୀନ୍ର ଧ୍ବସ୍ତବୀଧ୍ବସ୍ଥ ପରିବେଶର ଚିତ୍ର ବିଶ୍ବ ସାମ୍ନାକୁ ଆଣିଥିଲେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସମାନେ।

ପ୍ରମେୟ ପୃଷ୍ଠାର ପ୍ରମୂଖ ଖବର: Heatwave: ଫ୍ରାନ୍ସରେ ୪୩ ଡିଗ୍ରୀ ଡେଇଁବ ପାରଦ ! ୨୦୦୩ର ସେହି ଭୟଙ୍କର 'ହିଟ୍ ୱେଭ୍', ମନେପଡ଼ିଲେ ଥରି ଉଠୁଛି ଛାତି