Heavy Rain: ଲଗାଣ ବର୍ଷାରେ ନଷ୍ଟ ହେଲା ଘର, ଜଳମଗ୍ନ ହେଲା ଚାଷ ଜମି

Aug 23, 2026 - 14:43
Heavy Rain: ଲଗାଣ ବର୍ଷାରେ ନଷ୍ଟ ହେଲା ଘର, ଜଳମଗ୍ନ ହେଲା ଚାଷ ଜମି

"ରାୟଗଡା: ୩୬ ଘଣ୍ଟା ଧରି ଚାଲିଥିବା ଲଗାଣ ବର୍ଷାରେ ରାୟଗଡା ଜିଲ୍ଳାର କାଶିପୁର,ରାମନାଗୁଡା, ଗୁଣପୁର,ପଦ୍ମପୁର ଓ ଗୁଡାରି  ବ୍ଲକରେ ବ୍ୟାପକ କ୍ଷତି ହୋଇଥିବା‌ ରିପୋର୍ଟରୁ ଜଣାପଡିଛି ।

ସୂଚନାରୁ ଜଣାପଡିଛି ଗତ ୨୪ ଘଣ୍ଟା ମଧ୍ୟରେ ଆଜି ସକାଳ ୮.୩୦ ସୁଦ୍ଧା‌ ଜିଲ୍ଲାରେ ୧୦୬୩.୬ ମିମି ବର୍ଷା ହୋଇଥିବା ବେଳେ ଗୁଣପୁର ବ୍ଲକରେ ସର୍ବାଧିକ ୨୬୦ ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି କାଶିପୁର ବ୍ଲକରେ ୨୧୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାମନାଗୁଡା ବ୍ଲକରେ ୮୮.୪ ମିମି ବର୍ଷା ରେକର୍ଡ ହୋଇଛି ।

କାଶିପୁର ବ୍ଲକରେ ୧୩ଟି ଗ୍ରାମର ୨୨ଟି ଗୃହ ଭାଙ୍ଗିଥିବା ରାଜସ୍ବ ବିଭାଗର ସୂଚନାରୁ ଜଣାପଡିଛି ।

ସେହିଭଳି ରାମନାଗୁଡା ବ୍ଲକରେ ୩ଟି ଗ୍ରାମ ପଞ୍ଚାୟତର ୬ଗ୍ରାମ ଚଳିତ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ ୧୩ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।

ସେହିଭଳି ରାମନାଗୁଡା ବ୍ଲକରେ ଜଣେ ଏକାକି ରହୁଥିବା ବୟସ୍କ ମହିଳାଙ୍କ ଗୃହ ଭାଙ୍ଗିଯିବାରୁ ତାଙ୍କୁ  ସ୍ଥାନାନ୍ତରିତ କରାଯାଇଥିବା ବ‌େ‌ଳେ ୬ଟି ଗୃହ ବର୍ଷା ମାଡରେ ସାମାନ୍ୟ ଭାଙ୍ଗିଥିବା ସୂଚନାରୁ ଜଣାପଡିଛି ।Advertisment କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ ଗୋଗୁପାଡୁ ଗ୍ରାମର ବୟସ୍କ ମହିଳା ସୁକି ପାତିଲାଙ୍କ ଗୃହ ପ୍ରଭାବିତ ହେବାରୁ ରାମନାଗୁଡା ବ୍ଲକ ପ୍ରଶାସନ ଖବର ପାଇ ତାଙ୍କୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଥଇଥାନ କରିଥିବା ଜଣାପଡିଛି  ।

ସେହିଭଳି ଲଗାଣ ବର୍ଷା ପ୍ରଭାବରେ ଭାମିନି ଓ ସେରେମା ଅଞ୍ଚଳର ଧାନ ଜମି ସଂପୂର୍ଣ ବୁଡିଯାଇଥିବା ଜଣାପଡିଛି ।

ଲଗାଣ ବର୍ଷ ଫଳରେ ଜିଲ୍ଲାର ବହୁ ଚାଷ ଜମି ଜଳମଗ୍ନ ହୋଇଛି କିନ୍ତୁ ଚାଷ ଜମି କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ ।

ଗତକାଲି ଗୁଣପୁର ଗୁଣୁପୁର ବ୍ଲକ ଭୀମପୁର ପଞ୍ଚାୟତ ଅନ୍ତର୍ଗତ ମାଲାପଦର ଗ୍ରାମରେ ଚାରି ଘଣ୍ଟାରୁ ଅଧିକ ସମୟ ଧରି ଲଗାଣ ବର୍ଷା ହେବା ଫଳରେ ମାଟିରେ ତିଆରି   ନିର୍ମିତ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ସହ ଘର ଭିତରେ ବର୍ଷାପାଣି ପଶିଯାଇଥିଲା ।

ଫଳରେ ଘରେ ଥିବା ଚାଉଳ, ଲୁଗାପଟା, ଘରୋଇ ଉପକରଣ ଓ ଦୈନନ୍ଦିନ ବ୍ୟବହାରର ବିଭିନ୍ନ ଜିନିଷପତ୍ର ନଷ୍ଟ ହୋଇଥିବା ପରିବାର ସଦସ୍ୟମାନେ କହିଥିଲେ ।

ମାଲାପଦର ଗ୍ରାମର ଉର୍ଦ୍ଧମ ଶବର ଓ ଲର୍ଗିଙ୍ଗ ଶବରଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି।

ଘରର କାନ୍ଥ ଭୁଶୁଡ଼ି ପଡ଼ିବା ପରେ ଦୁଇ ପରିବାରଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ସେହିଭଳି ଚିନାସାରି ଗ୍ରାମ ପଞ୍ଚାୟତର ତଳମୁଣ୍ଡା ରୁ କୁଟୁଣି ରାସ୍ତାରେ ପାହାଡ ଧସି ରାସ୍ତା ଅବରୋଧ ହୋଇଥିଲା ।

ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ କଳିଙ୍ଗ କେଶରୀଙ୍କୁ ପଚାରିବାରୁ ଜିଲ୍ଲାର ୧୧ଟି ତହସିଲଦାରଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି, ଆର ଆଇ ତଦନ୍ତ ରିପୋର୍ଟ ଦେଲା ପରେ ସଂପୂର୍ଣ କ୍ଷୟକ୍ଷତି ସୂଚନା ମିଳିପାରିବ ବୋଲି କହିଛନ୍ତି ।

ଜିଲ୍ଲାର କାଶିପୁରୁ,ଗୁଣପୁର,ଗୁଡାରି,ରାମନାଗୁଡା,ପଦ୍ମପୁର ବ୍ଲକରେ ଲଗାଣ ବର୍ଷା  ଫଳରେ କ୍ଷୟକ୍ଷତି ହେବା ସହ କିଛି ଜନସାଧାରଣ ପ୍ରଭାବିତ ହୋଇଛନ୍ତି ବୋଲି ଜରୁରୀ କାଳୀନ ଅଧିକାରୀ ପ୍ରକାଶ କରିଛନ୍ତି ।

ଜିଲ୍ଲା ପ୍ରଶାସନ ବ୍ଲକ ଓ ତହସିତଦାରଙ୍କ ସହ ସମନ୍ବୟ ରଖି ପ୍ରଭାବିତ ଲୋକଙ୍କୁ ସହାୟତା କରୁଥିବା କଳିଙ୍ଗ କେଶରୀ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ଲଗାଣ ବର୍ଷ।

ଫଳରେ ବଂଶଧାରା ଏବଂ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବିପଦ ଶଙ୍କେତ ଠାରୁ କମ ଥିବା ଜଣାପଡିଛି ଏବଂ ଭୟର କୌଣସି କାରଣ ନାହିଁ ବୋଲି ଜରୁରୀ କାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Death: ଭଡ଼ା ଘରେ ଜୀବନ ହାରିଲେ ନର୍ସ, କାରଣ ଅସ୍ପଷ୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)