Heavy Rain: ଲଗାଣ ବର୍ଷାରେ ଧୋଇ ନେଲା ଅସ୍ଥାୟୀ କାଠପୋଲ

Jul 29, 2026 - 01:08
Heavy Rain: ଲଗାଣ ବର୍ଷାରେ ଧୋଇ ନେଲା ଅସ୍ଥାୟୀ କାଠପୋଲ

"ଦେବଗଡ଼ (ଶକ୍ତି ସୌରଭ ନନ୍ଦ): ତିଲେଇବଣି ବ୍ଲକର ଦେସୀଙ୍କୁଳି ଗାଁରେ ଆଜି ଲଗାଣ ବର୍ଷାରେ ଧୋଇ ନେଇଛି ଅସ୍ଥାୟୀ କାଠ ପୋଲ।ନାଳରେ ପ୍ରବଳ ପାଣି ପ୍ରବାହ ହେଉଥିବାବେଳେ ଉକ୍ତ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲଲ ନିର୍ମାଣ କରିବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଗ୍ରାମବାସୀମାନେ ଦାବି କରିଥିଲେ।

କିନ୍ତୁ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ସେହି ନାଳ ଉପରେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରି ଯିବା ଆସିବା କରୁଥିଲେ।

କିନ୍ତୁ ଉକ୍ତ ଅସ୍ଥାୟୀ କାଠ ପୋଲି ଆଜି ବର୍ଷାରେ ଧୋଇହୋଇଯାଇଛି।

Advertisment ସୂଚନା ଅନୁଯାୟୀ, ଦେସୀଙ୍କୁଳି ଗାଁରେ ବସବାସ କରୁଛନ୍ତି ୪୧ଜଣ ଆଦିବାସୀ ପରିବାର।ବଣ ପାହାଡ଼ ଘେରା ଏହି ଗାଁକୁ ରହିଛି କେବଳ ଗୋଟିଏ ମାତ୍ର ରାସ୍ତା।ନିକ୍ତିମାଳ ନାଳ ଉପରେ ଏହି ଗାଁକୁ ଯାତାୟତ ପାଇଁ ସରକାର ବହୁ ବର୍ଷ ପୂର୍ବରୁ ନିର୍ମାଣ କରିଥିଲେ ଗୋଟିଏ ପୋଲ।ଏହି ପୁରୁଣା ପୋଲଟି କିଛି ବର୍ଷ ପୂର୍ବରୁ ବର୍ଷାରେ ଧୋଇ ହୋଇ ଭୁସୁଡିପଡିଥିଲା।

ପୋଲଟି ଭୁସୁଡିପଡିବା ଫଳରେ ମୁଖ୍ୟରାସ୍ତାକୁ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Roads Flooded: ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷାରେ ଉବୁଟୁବୁ ରାସ୍ତାଘାଟ ଏହି ନାଳ ଉପରେ ନୂତନ ପୋଲଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।ଗ୍ରାମବାସୀମାନେ ବାଧ୍ୟ ହୋଇ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ବିପଦସଂଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଥିଲେ।ଗ୍ରାମକୁ ତୁତନ୍ତ ପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।