Heavy Rain: ଦିଲ୍ଲୀରୁ-କେରଳ ସାରା ଦେଶରେ ବର୍ଷା ବିତ୍ପାତ

Jul 09, 2026 - 10:55
Heavy Rain: ଦିଲ୍ଲୀରୁ-କେରଳ ସାରା ଦେଶରେ ବର୍ଷା ବିତ୍ପାତ

"ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରେ ସକ୍ରିୟ ଥିବାବେଳେ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ ହୋଇଛି।

ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାବେଳେ ଭୂସ୍ଖଳନ, ଘର ଭୁଶୁଡ଼ିବା, ଗଛ ଉପୁଡ଼ି ପଡ଼ିବା, ଜଳବନ୍ଦୀ ପରି ସମସ୍ୟା ବ୍ୟାପକ ଧନଜୀବନ ନଷ୍ଟ କରିବା ସହିତ କ୍ଷୟକ୍ଷତି ବୃଦ୍ଧି କରିଛି।

ସଡ଼କ ପଥଠାରୁ ରେଳ ସେବା ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

Advertisment ଦିଲ୍ଲୀରେ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି ହୋଇଥିବାବେଳେ ଅନେକ ରାଜ୍ୟରେ ଆଗାମୀ କିଛି ଦିନ ପାଇଁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ।

ଦିଲ୍ଲୀ-ଏନସିଆରର ଅନେକ ଅଂଶ ବିଶେଷକରି ଉତ୍ତର ପ୍ରଦେଶର ନୋଏଡା, ଗାଜିଆବାଦରେ ରାତିସାରା ପ୍ରବଳ ବର୍ଷା ହୋଇଥିଲା।

ଏହିସବୁ ଅଞ୍ଚଳରେ ଗୁରୁବାର ସକାଳେ ବର୍ଷା ଜାରି ରହିଥିଲା, ଫଳରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହିତ ଯାତାୟାତ ପ୍ରଭାବିତ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଦିଲ୍ଲୀର ସମସ୍ତ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରି ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି।

ଗାଜିଆବାଦ, ନୋଏଡା, ମିରଟ ଓ ଗୁରୁଗ୍ରାମ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଦିନସାରା ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଦିଲ୍ଲୀ-ଏନସିଆରରେ ବର୍ଷା ଯୋଗୁଁ ଗୁରୁଗ୍ରାମରେ ପ୍ରବଳ ଜଳବନ୍ଦୀ ଓ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି, ଯାହା ଫଳରେ ଘରୋଇ କାର୍ଯ୍ୟାଳୟଗୁଡ଼ିକ କର୍ମଚାରୀମାନଙ୍କ ପାଇଁ ଘରୁ କାମ କରିବାକୁ ପରାମର୍ଶ ଜାରି କରାଯାଇଛି।

ମହାରାଷ୍ଟ୍ର ଓ ଗୁଜରାଟରେ ବର୍ଷା ଜାରି ରହିଛି।

Heavy rainfall:ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ସୋମବାର ଭୋର ଘାଟ କ୍ଷେତ୍ରରେ ଭୂସ୍ଖଳନ ପରେ ମୁମ୍ବାଇ-ପୁଣେ ମାର୍ଗରେ ‌ରେଳ ଚଳାଚଳ ବନ୍ଦ ରହିଛି।

ନାସିକରେ ଗୋଦାବରୀ ନଦୀ ବନ୍ୟା ଜଳରେ ଫୁଲି ଉଠିଥିବାବେଳେ ଅନେକ ମନ୍ଦିର ଭିତରେ ପାଣି ପଶି ଯାଇଛି।

ସୁରତରେ ୩୫୮ ମିମି ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପଜୁିଛି।

୩୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ବର୍ଷା ସମ୍ପର୍କିତ ଘଟଣାରେ ଅତି କମରେ ନଅ ଜଣଙ୍କର ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ଏକ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ ଉପରେ ଥିବା ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା ଗୁରୁବାର ସକାଳ ସୁଦ୍ଧା, ବିପର୍ଯ୍ୟୟ ସହାୟତା ଦଳ ଦ୍ୱାରା ଏପର୍ଯ୍ୟନ୍ତ ନଅ ଜଣଙ୍କୁ ଉଦ୍ଧାର କରାଯାଇଛି।

ଜୁନ୍ ୭ ତାରିଖରେ କେରଳର ୱାୟନାଡରେ ହୋଇଥିବା ଭୂସ୍ଖଳନ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମୟରେ ଧ୍ବଂସାବଶେଷ ତଳୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।