Heat Storm: ପୃଥିବୀକୁ ବିପଦ ‘ହିଟ୍ ଷ୍ଟର୍ମ’

Oct 21, 2026 - 20:46
Heat Storm: ପୃଥିବୀକୁ ବିପଦ ‘ହିଟ୍ ଷ୍ଟର୍ମ’

"ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀରେ ଅତ୍ୟଧିକ ତାପମାତ୍ରାର ପ୍ରଭାବ ଅଧିକ ବ୍ୟାପକ ଓ ଦୀର୍ଘସ୍ଥାୟୀ ହେବାରେ ଲାଗିଛି।

ପୂର୍ବରୁ ଅଳ୍ପ କିଛି ଅଞ୍ଚଳରେ ସୀମିତ ରହୁଥିବା ତାପ ପ୍ରବାହ ଏବେ ପୃଥିବୀର ବିସ୍ତୀର୍ଣ୍ଣ ଅଞ୍ଚଳକୁ ମାସ ମାସ ଧରି ପ୍ରଭାବିତ କରୁଛି।

ଏଭଳି ବିଶାଳ ଓ ଦୀର୍ଘସ୍ଥାୟୀ ତାପ ପ୍ରବାହକୁ "ହିଟ୍ ଷ୍ଟର୍ମ" (ଉତ୍ତାପ ଝଡ଼) ବୋଲି ନାମ ଦେଇଛି ଖବର ସଂସ୍ଥା ରଏଟର୍ସ।

ଏହାର ଏକ ତଦନ୍ତମୂଳକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହି ଘଟଣାର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ଦ୍ରୁତ ଗତିରେ ବଢ଼ିଛି।Advertisment ଆହୁରି ପଢନ୍ତୁ :Kotia Dispute: କୋଟିଆ ବିବାଦ: ପରବର୍ତ୍ତି ପଦକ୍ଷେପ ପାଇଁ ଏଜି ଓ ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ଆଲୋଚନା କଲେ ରାଜସ୍ୱ ମନ୍ତ୍ରୀ ରଏଟର୍ସ ୧୯୬୦ ମସିହାରୁ ବିଶ୍ବର ତାପମାତ୍ରା ସମ୍ପର୍କିତ ପ୍ରତି ଘଣ୍ଟାର ତଥ୍ୟ ବିଶ୍ଳେଷଣ କରିବା ସହ ୨୦ରୁ ଅଧିକ ଜଳବାୟୁ ଗବେଷକଙ୍କ ସହ ପରାମର୍ଶ କରି ଏହି ନିଷ୍କର୍ଷରେ ପହଞ୍ଚିଛି।

ଏହି ଅଧ୍ୟୟନ ଅନୁଯାୟୀ, ୧୯୬୦ ଦଶକରେ ବର୍ଷକୁ ହାରାହାରି ପ୍ରାୟ ୫ଟି ହିଟ୍ ଷ୍ଟର୍ମ ଦେଖାଯାଉଥିଲା।

କିନ୍ତୁ ଚଳିତ ଦଶନ୍ଧିରେ ଏହି ସଂଖ୍ୟା ବଢ଼ି ପ୍ରାୟ ୧୦୨ରେ ପହଞ୍ଚିଛି।

ଆହୁରି ପଢନ୍ତୁ :Salman Khan's Security Tightened: ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ଗୁଳିମାଡ଼ ପରେ ସଲମାନ ଖାନ୍‌ଙ୍କ ସୁରକ୍ଷା କଡ଼ାକଡ଼ି ସାଧାରଣତଃ ଲଗାତାର ୫ ଦିନ କିମ୍ବା ତା"ଠାରୁ ଅଧିକ ସମୟ ଅସ୍ବାଭାବିକ ଭାବେ ତାପମାତ୍ରା ବଢ଼ିଲେ ତାହାକୁ ତାପ ପ୍ରବାହ କୁହାଯାଏ।

ଏଭଳି ଘଟଣା ଯେତେବେଳେ ସର୍ବାଧିକ ପ୍ରଭାବ ସମୟରେ ପୃଥିବୀର ଅତି କମ୍‌ରେ ୧ ପ୍ରତିଶତ ଭୂଭାଗକୁ ଆଚ୍ଛାଦିତ କରେ, ରଏଟର୍ସ ତାହାକୁ ହିଟ୍ ଷ୍ଟର୍ମ ଭାବେ ବିବେଚନା କରିଛି।

ତେବେ ଏହି ନାମକରଣ ପାଣିପାଗ ବିଭାଗ କରିନାହିଁ।

ଏହି ଅଧ୍ୟୟନରେ "ଭେରା" ନାମକ ହିଟ୍ ଷ୍ଟର୍ମ ସବୁଠୁ ବଡ଼ ବୋଲି ଚିହ୍ନଟ ହୋଇଛି।

୨୦୨୩ରୁ ୨୦୨୪ ମଧ୍ୟରେ ଏହା ୩୬୭ ଦିନ ଧରି ଜାରି ରହିଥିଲା ଏବଂ କୌଣସି ଏକ ସମୟରେ ପୃଥିବୀର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳକୁ ପ୍ରଭାବିତ କରିଥିଲା।

୨୦୨୪ ବର୍ଷ ମଧ୍ୟ ରେକର୍ଡ ଅନୁଯାୟୀ ସବୁଠୁ ଉତ୍ତପ୍ତ ବର୍ଷ ହୋଇଥିଲା।

ଆହୁରି ପଢନ୍ତୁ :Online business: ଆମାଜନରେ ନୂଆ ଗ୍ରାହକ ୨ ଗୁଣା ବଢ଼ିଲେ, ଓଡ଼ିଶାରେ ଉତ୍ସାହଜନକ ବୃଦ୍ଧି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସମେତ ତାପ ଧରି ରଖୁଥିବା ଗ୍ରିନ୍ ହାଉସ୍‌ ଗ୍ୟାସ୍‌ର ପରିମାଣ ବଢ଼ିବା ଏହି ପରିବର୍ତ୍ତନର ଏକ ପ୍ରମୁଖ କାରଣ।

୧୯୬୦ ଦଶକଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ୩୦ ପ୍ରତିଶତରୁ ଅଧିକ ବଢ଼ିଛି।

ସେହି ସମୟ ମଧ୍ୟରେ ତାପ ପ୍ରବାହ ଓ ହିଟ୍ ଷ୍ଟର୍ମ ଦ୍ବାରା ପ୍ରଭାବିତ ପୃଥିବୀର ହାରାହାରି ଅଞ୍ଚଳ ୧୨ ଗୁଣରୁ ଅଧିକ ବୃଦ୍ଧି ପାଇଛି।

ଭାରତ ପାଇଁ ଏହା ଗମ୍ଭୀର ଚିନ୍ତାର ବିଷୟ।

ଦେଶର କେତେକ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୫ ଡିଗ୍ରି ସେଲସିୟସ୍‌ ଅତିକ୍ରମ କରୁଥିବା ବେଳେ ଏଭଳି ଅତ୍ୟଧିକ ଗରମ ଜନସ୍ବାସ୍ଥ୍ୟ, କୃଷି ଓ ଜଳ ଯୋଗାଣ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)