Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା

Aug 26, 2026 - 23:55
Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା

"କାଳିଆପାଣି (ରବି ନାରାୟଣ କର): ସ୍କୁଲରେ ରକ୍ତହୀନତା ଓ କୁପୋଷଣ ଦୂରୀକରଣ ଲକ୍ଷ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ(ଅମ୍ଳାନ)ରେ ସବୁ ଛାତ୍ରଛାତ୍ରୀଙ୍କୁ ପ୍ରତି ସୋମବାର ମଧ୍ୟାହ୍ନ ଭୋଜନ ପରେ ଫଲିକ୍‌ ଏସିଡ୍‌ ଓ ଆଇରନ ବଟିକା ଖୁଆଇବାର ନିୟମ ରହିଛି।

ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଦାୟିତ୍ବର ସହ ନିର୍ବାହ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି।

ହେଲେ ସୁକିନ୍ଦା ବ୍ଲକର ଗରିବ ଆଦିବାସୀ ବହୁଳ ଇଲାକାରେ ଏହାର ଖୋଲାଖୋଲି ଉଲଂଘନ କରାଯାଇଥିବା ଦେଖାଯାଇଛି।

ସ୍କୁଲରେ ଶହଶହ ଦୁର୍ବଳ କୋପୋଷକ ଶିଶୁ ପଢ଼ୁଥିଲେ ହେଁ ସେମାନଙ୍କୁ ଏହି ଭିଟାମିନଯୁକ୍ତ ବଟିକା ଦିଆନଯାଇ ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି।Advertisment ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ କଡ଼େ କୁସୁମୁଣ୍ଡିଆ ଜଙ୍ଗଲ ବାଘପଡ଼ିଆରେ ପେଟିପେଟି ଏକ୍ସପାରି ଫଲିକ୍ ଏସିଡ୍‌ ଓ ଆଇରନ ବଟିକା ପକାଇ ଦିଆଯାଇଛି।

ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସି) ପକ୍ଷରୁ ଏହା ଯୋଗାଇ ଦିଆଯାଇଥିବା ସବୁ ଖୋଳରେ ଉଲ୍ଲେଖ ରହିଛି।

ମହୁଲଖାଲ, କୁସୁମୁଣ୍ଡିଆ ଓ କାକୁଡ଼ିଆ ଗାଁ ସଂଲଗ୍ନ ଏହି ଜଙ୍ଗଲରେ ଚରୁଥିବା ବୁଲା ଗାଈଗୋରୁ ଓ ବନ୍ୟଜନ୍ତୁ ଖାଇବାର ଆଶଂକା ଥବାରୁ ଏହା ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ହାନୀକାରକ ଓ ସଂପୃକ୍ତ ଗାଈର କ୍ଷୀର ଅନୁରୂପ ଭାବେ ବ୍ୟବହାର ଅନୁପଯୋଗୀ ବୋଲି ଚିକିତ୍ସା ବିଜ୍ଞ‌ାନୀ କହନ୍ତି।

ସେହିପରି ତଳମୁଣ୍ଡରେ ପ୍ରବାହିତ ନାଳ ପାଣିକୁ ଏହି ଔଷଧ ପ୍ରଭାବିତ କରିବା ସହ ପାଣି ସଂସ୍ପର୍ଶରେ ଆସୁଥିବା ମଣିଷ ଓ ଜୀବଜନ୍ତୁ ରୋଗଗ୍ରସ୍ତ ହେବା ଆଶଂକା ରହିଛି।

ବହୁ ପରିମାଣର ମୂଲ୍ୟବାନ ଔଷଧକୁ ଏଭଳି ବେଆଇନ ଓ ବିପଜ୍ଜନକ ଭାବେ ରାସ୍ତାକଡ଼ରେ ଫିଙ୍ଗାଯିବାକୁ ନେଇ ସାଧାରଣ ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକ‌ାଶ ପାଇଛି।

ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଔଷଧ ବିତରଣ ଦାୟିତ୍ବରେ ଥିବା ଫାର୍ମାସିଷ୍ଟ୍‌ କାର୍ତ୍ତିକ ଚନ୍ଦ୍ର ସାମଲଙ୍କୁ ପଚାରିବାରେ ପ୍ରତିବର୍ଷ ବ୍ଲକର ସମସ୍ତ ସ୍କୁଲ ପାଇଁ ମୋଟ୍‌ ୨ଲକ୍ଷ ବଡ଼ ବ୍ଲୁ ବଟିକା ଓ ଲକ୍ଷେ ସାନ ପିଙ୍କ୍ ବଟିକା ଯୋଗାଇ ଦିଆଯାଇଥ‌ାଏ।

ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଧାରରେ ସିଆର୍‌ସିସିମାନେ ସୁକିନ୍ଦା ମେଡିକାଲରୁ ଏହି ବଟିକା ଗ୍ରହଣ କରିଥାନ୍ତି।

ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଗୋଚରରେ ଏମିତି ଔଷଧ ଫିଙ୍ଗାଯିବା ବେଆଇନ ଓ ଦଣ୍ଡନୀୟ କାର୍ଯ୍ୟ ବୋଲି କହନ୍ତି।

ଔଷଧ ଏକ୍ସପାରି ହେଲେ ଏହାର ପରିମାଣ ଓ ପ୍ରକାର ଭେଦ ଅନୁସାରେ ସ୍ବାସ୍ଥ୍ୟ ବିଭାଗକୁ ଆବେଦନ କରାଯାଇଥାଏ।

ବିଭାଗୀୟ ପରାମର୍ଶ ଓ ନିର୍ଦ୍ଦେଶନାମା ଏବଂ ସଂପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ପୃଥକପୃଥକ ଉପାୟରେ ଏସବୁକୁ ନଷ୍ଟ କରାଯିବା ନିୟମ ରହିଛି।

ବେଆଇନ ଔଷଧ ଫିଙ୍ଗା ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକ୍ତର ନନ୍ଦ କହନ୍ତି।

Couple: ସନ୍ତାନପ୍ରାପ୍ତି ଆଶାରେ ଚେରମୂଳି ଔଷଧ ଖାଇ ଦମ୍ପତି ମୃତ ସୂଚନାଯୋଗ୍ୟ ଯେ, ଗତବର୍ଷ ମେ ମାସ ଟମକା-ମଙ୍ଗଳପୁର ସଡ଼କ ପାର୍ଶ୍ବ କାଙ୍କଡ଼ପାଳ ପୋଲ ପାଖରେ ପୁଳାପୁଳା ଏକ୍ସପାରି ଔଷଧ ଫିଙ୍ଗାଯାଇଥିଲା।

୨୦୨୧ ମସିହାରେ ବସ୍ତାବସ୍ତା ବୈଧ ତାରିଖ ଥିବ‌ା ବଟିକା, ସିରପ୍‌ ଓ ଡ୍ରପ୍‌ ସବୁ ନଗଡ଼ା ପାଖ ଜଙ୍ଗଲରେ ଠାବ କରାଯାଇଥିଲା। "ସମ୍ବାଦ"ରେ ଖବର ପ୍ରକାଶ ପରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଙ୍ଗଲରୁ ୧୨ ପେଟି ବୈଧ ଔଷଧ ଉଦ୍ଧାର କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)