Deras: ଡେରାସ୍‌ ସିଫୁଡ୍‌ ପାର୍କରେ ମୁଖ୍ୟ ଶାସନ ସଚିବ

Aug 26, 2026 - 23:39
Deras: ଡେରାସ୍‌ ସିଫୁଡ୍‌ ପାର୍କରେ ମୁଖ୍ୟ ଶାସନ ସଚିବ

"ଭୁବନେଶ୍ବର: ମୁଖ୍ୟ  ଶାସନ ସଚିବ ଅନୁ ଗର୍ଗ ଡେରାସ ସି-ଫୁଡ୍ ପାର୍କ ପରିଦର୍ଶନ କରିବା ସହ ରପ୍ତାନିକାରୀମାନଙ୍କ ସହ ଆଲୋଚନା କରି ମତାମତ ନେଇଥିଲେ।

ସିଫୁଡ୍ ପାର୍କକୁ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ରପ୍ତାନିମୁଖୀ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ କେନ୍ଦ୍ର ଭାବେ ବିକାଶ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ।

ବର୍ତ୍ତମାନ ପାର୍କରେ ଆବଣ୍ଟିତ ପ୍ଲଟ୍, ୟୁନିଟ୍ କାର୍ଯ୍ୟକ୍ଷମ, ନିର୍ମାଣାଧୀନ ଓ ଯୋଜନା ପର୍ଯ୍ୟାୟରେ ଥିବା କାର୍ଯ୍ୟର ସେ ସମୀକ୍ଷା କରିଥିଲେ।Advertisment ଆହୁରି ପଢନ୍ତୁ: Nepal flood: ନେପାଳ ବନ୍ୟା; ଓଡ଼ିଶା ନିବାସ ପକ୍ଷରୁ ହେଲପ୍‌ଲାଇନ ନମ୍ବର ଜାରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ପାଇଁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଶୀଘ୍ର କାର୍ଯ୍ୟାରମ୍ଭ, ଅଚଳ ସାଧାରଣ ସୁବିଧାଗୁଡ଼ିକର ପୁନଃ କାର୍ଯ୍ୟକ୍ଷମ ଓ ମୌଳିକ ସେବାଗୁଡ଼ିକର ସୁଦୃଢ଼ୀକରଣକୁ ସେ ଗୁରୁତ୍ୱ ଦେଇଥିଲେ।

ସେ ଡେରାସ ସ୍ଥିତ ଉଦ୍ୟାନ କୃଷି ଉତ୍କର୍ଷ କେନ୍ଦ୍ର ମଧ୍ୟ ପରିଦର୍ଶନ କରି ଛାୟା ଜାଲି, ଅମୃତଭଣ୍ଡା ନର୍ସରୀ, ଭିଏନ୍ ଆର ବିହି ପିଜୁଳି, ଡ୍ରାଗନ୍ ଫ୍ରୁଟ୍ ଚାଷ , ନାଲି କଦଳୀ ଚାଷ ଓ ୧୦ ମେଟ୍ରିକ୍ ଟନ୍ କ୍ଷମତାର ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ସମ୍ପର୍କରେ ଅବଗତ ହୋଇଥିଲେ ।

ଏଠାରେ କୃଷି-ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)