Health: ଅନୁମତି ବିନା ପ୍ରେସକ୍ରିପ୍ସନ ଔଷଧର ବିଜ୍ଞାପନ ମନା; ଆଗୁଆ ଅନୁମତି ଦରକାର

Oct 09, 2026 - 18:03
Health: ଅନୁମତି ବିନା ପ୍ରେସକ୍ରିପ୍ସନ ଔଷଧର ବିଜ୍ଞାପନ ମନା; ଆଗୁଆ ଅନୁମତି ଦରକାର

"ନୂଆଦିଲ୍ଲୀ: ଡାକ୍ତରଙ୍କ ପରାମର୍ଶରେ ବା ପ୍ରେସ୍‌କ୍ରିପ୍‌ସନ୍‌ ମାଧ୍ୟମରେ ବିକ୍ରି ହେଉଥିବା ଔଷଧର ବିଜ୍ଞାପନ ପ୍ରଚାର ଆଉ ମନଇଚ୍ଛା କରାଯାଇପାରିବ ନାହିଁ।

ଏଥିପାଇଁ ଆଗୁଆ ସରକାରଙ୍କ ଅନୁମତି ଦେବାକୁ ପଡ଼ିବ।

ଏ ସମ୍ପର୍କିତ ନିୟମରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଂଶୋଧନ କରିଛନ୍ତି।

ସିଡ୍ୟୁଲ୍‌ ଏଚ୍‌, ସିଡ୍ୟୁଲ୍‌ ଏଚ୍‌୧ ଓ ସିଡ୍ୟୁଲ ଏକ୍ସରେ ଥିବା ଔଷଧଗୁଡ଼ିକର ବିଜ୍ଞାପନ କରିବା ପୂର୍ବରୁ ସରକାରଙ୍କ ଅନୁମତି ନେବା ଲାଗି ଡ୍ରଗ୍‌ସ ନିୟମ ୧୯୪୫ରେ ସଂଶୋଧନ କରାଯାଇଛି।

Advertisment ଔଷଧର ବିକ୍ରି ଓ ବିତରଣ ପାଇଁ ଲାଇସେନ୍ସ ହାସଲ କରିଥିବା ସଂସ୍ଥା ଏହି ଅନୁମୋଦନ ହାସଲ କରିବେ।

ଗତ ସେପ୍ଟେମ୍ବର ୨୮ରେ ଏହି ଆଇନର ଚିଠା ଜାରି କରାଯାଇଛି।

ପୂର୍ବରୁ ପ୍ରଚଳନରେ ଥିବା ନିୟମ ଅନୁସାରେ କେବଳ ଔଷଧ ନିର୍ମାତାମାନଙ୍କୁ ବିନା ଅନୁମତିରେ ପ୍ରେସ୍‌କ୍ରିପ୍ସନ ଔଷଧର ବିଜ୍ଞାପନ କରିବାକୁ ବାରଣ କରାଯାଇଥିଲା।

କିନ୍ତୁ ସଂଶୋଧିତ ନିୟମରେ ଖୁଚୁରା ଓ ପାଇକାରୀ ବିକ୍ରି ଓ ଔଷଧ ବିତରଣ ସହ ଜଡ଼ିତ ସଂସ୍ଥାଗୁଡ଼ିକୁ ମଧ୍ୟ ଏଥିପାଇଁ ବାରଣ କରାଯାଇଛି।

ଔଷଧ ଯୋଗାଣ ଶୃଙ୍ଖଳ ଉପରେ ସରକାରୀ ନିରୀକ୍ଷଣକୁ ସୁଦୃଢ଼ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏଥିରେ ଆଣ୍ଟିବାୟୋଟିକ୍‌, ସାଇକୋଟ୍ରୋପିକ୍‌ ଓ ଅନ୍ୟାନ୍ୟ ପ୍ରେସ୍‌କ୍ରିପ୍ସନ ଆଧାରିତ ଔଷଧକୁ ସାମିଲ କରାଯାଇଛି।

220 medicine outlets: ୨୨୦ ଔଷଧ ବିକ୍ରି ପ୍ରତିଷ୍ଠାନରେ ଚଢ଼ଉ: କେନ୍ଦ୍ରାପଡ଼ାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍‌ ଓ ଯନ୍ତ୍ରପାତି ଜବତ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡ (ଡିଟିଏବି)ର ୯୩ତମ ବୈଠକରେ ଲାଇସେନ୍ସଧାରୀମାନଙ୍କ ଦ୍ବାରା ଔଷଧର ବିକ୍ରି ଓ ବିତରଣ ଉପରେ ଉପଯୁକ୍ତ ନିୟନ୍ତ୍ରଣ ରଖିବାକୁ ଆଲୋଚନା ହୋଇଥିଲା।

ସେହି ବୈଠକରେ ବିଜ୍ଞାପନ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଏହାପରେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି ଓ ତାହା ଉପରେ ଜନ ସାଧାରଣଙ୍କ ମତାମତ ଆହ୍ବାନ କରାଯାଇଛି।

ସେଥିପାଇଁ ୩୦ ଦିନ ସମୟ ଦିଆଯାଇଛି।

ଚୂଡ଼ାନ୍ତ ନିୟମ ପ୍ରସ୍ତୁତ ବେଳେ ସେହି ପ୍ରସ୍ତାବଗୁଡ଼ିକୁ ବିଚାରକୁ ନିଆଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)