Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ

Jul 08, 2026 - 01:05
Health: ୪୦୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କଲା ବେଦାନ୍ତ ଆଲୁମିନିୟମ

"ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ (ଏମ୍ଏଚ୍ୟୁ) ଜରିଆରେ ୧୬ଟି ଗ୍ରାମରେ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଛି।

ଏହା ଦ୍ବାରା ୪୦୦୦ରୁ ଅଧିକ ଶିଶୁ ଓ ୫୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି।Advertisment ଗତ ତିନି ବର୍ଷ ୩୫୦୦ରୁ ଅଧିକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ୧୧୦୦ରୁ ଅଧିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ସେଥିରେ ଚିକିତ୍ସା ପରାମର୍ଶ, ରୋଗ ନିରୀକ୍ଷଣ, ପରୀକ୍ଷା, ନିଦାନ ଓ  ଅତ୍ୟାବଶ୍ୟକ ଔଷଧ ପ୍ରଦାନ କରାଯାଉଛି।

ଏ ସଂକ୍ରାନ୍ତରେ ବେଦାନ୍ତ ଆଲୁମିନିୟମ କୋଇଲା ଖଣିର ସିଇଓ ଅମରେଶ କୁମାର କହିଛନ୍ତି ଯେ ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ କାର୍ଯ୍ୟକ୍ରମ ଆଖପାଖର ଲୋକଙ୍କ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥାଏ।

Vedanta:ବେଦାନ୍ତ ଆଲୁମିନିୟମ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଟିମ୍ର ଡାକ୍ତର ଇନ୍ଦ୍ରପ୍ରକାଶ ପ୍ରଜାପତି କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଏହି ପଦକ୍ଷେପ ସ୍ୱାସ୍ଥ୍ୟସେବାକୁ ଲୋକମାନଙ୍କ ପାଇଁ ଅଧିକ ସୁଲଭ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।