Meeting : ‘ଉତ୍ତମ ସମନ୍ୱୟ ଜରିଆରେ ବିଭାଗଗୁଡ଼ିକ ନିଜର ସଫଳତାକୁ ବାଣ୍ଟିବା ଉଚିତ’
"ରାଞ୍ଚି: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ରାଞ୍ଚି ପକ୍ଷରୁ ଆଇସିଏଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସେକେଣ୍ଡାରି ଏଗ୍ରିକଲଚର୍, ନାମକୁମଠାରେ ଇଣ୍ଟର୍ ମିଡିଆ ପବ୍ଲିସିଟି କୋଅର୍ଡିନେସନ୍ କମିଟି (ଆଇଏମପିସିସି)ର ବୈଠକ ଆୟୋଜିତ ହୋଇଯାଇଛି।
ଏହି ବୈଠକରେ ପିଆଇବି ରାଞ୍ଚି ଓ ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ।Advertisment ଉଦଘାଟନୀ ଅଭିଭାଷଣରେ ଶ୍ରୀ ମିଶ୍ର କହିଥିଲେ, ଯେକୌଣସି ବାର୍ତ୍ତାର ପ୍ରଭାବୀ ପ୍ରସାର ପାଇଁ ଯୋଗାଯୋଗର ବିଭିନ୍ନ ଦିଗ ପ୍ରତି ସମାନ ଧ୍ୟାନ ଦିଆଯିବା ଆବଶ୍ୟକ।
ସୂଚନା ଆଦାନ ପ୍ରଦାନରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଏହା ସରକାରୀ ସୂଚନାର ବିଶ୍ୱସନୀୟ ପ୍ରସାରରେ ସହାୟକ ହୋଇଥାଏ ।
ପିଆଇବି ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର (ସିବିସି) ମୁଖ୍ୟ ଶ୍ରୀ ଗୌରବ କୁମାର ପୁଷ୍କର ଅଂଶଗ୍ରହଣକାରୀମାନଙ୍କୁ ପିଆଇବି ଏବଂ ସିବିସିର କାର୍ଯ୍ୟକାରିତା ଏବଂ ସୂଚନା ପ୍ରସାରରେ ସେମାନଙ୍କର ଭୂମିକା ବିଷୟରେ ସୂଚନା ଦେଇଥିଲେ।
ରାଞ୍ଚିସ୍ଥି ଏମ୍ଏସ୍ଏମ୍ଇ-ଡିଏଫ୍ଓ ର ନିର୍ଦ୍ଦେଶକ ଇନ୍ଦ୍ରଜିତ ଯାଦବ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ଦକ୍ଷତା ବିକାଶ ପଦକ୍ଷେପ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ଝାଡ଼ଖଣ୍ଡର ନ୍ୟୁଜ୍ ୟୁନିଟ୍ ମୁଖ୍ୟ ତଥା ଦୂରଦର୍ଶନ ନ୍ୟୁଜର ସହକାରୀ ନିର୍ଦ୍ଦେଶକ ଶ୍ରୀ ଦିବାକର କୁମାର ସରକାରୀ ଯୋଜନା ଏବଂ ଜାତୀୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନାର ପ୍ରଭାବଶାଳୀ ପ୍ରସାରରେ ଦୂରଦର୍ଶନର ଭୂମିକା ଉପରେ ଆଲୋକପାତ କରିଥିବାବେଳେ ଦୂରଦର୍ଶନ ରାଞ୍ଚିର କାର୍ଯ୍ୟକ୍ରମ ମୁଖ୍ୟ ଅମିତ କୁମାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୂରଦର୍ଶନ ଝାଡ଼ଖଣ୍ଡର ବୃଦ୍ଧି ପାଉଥିବା ପ୍ରସାର ବିଷୟରେ କହିଥିଲେ।
ୟୁଆଇଡିଏଆଇର ଆଞ୍ଚଳିକ ନିର୍ଦ୍ଦେଶକ ନୀରଜ କୁମାର ଆଧାର ସେବାର ସମ୍ପ୍ରସାରଣ, ନୂଆ ଆଧାର ଆପ୍, ଏପିଏଆରଆଇଡି ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ରେ ଆଧାରର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଅରୁଣ କୁମାର, ସିଜିଏସଟି ରାଞ୍ଚିର ପ୍ରତିନିଧି ରବି କୁମାର ଏବଂ ନାବାର୍ଡର ପ୍ରତିନିଧି ଅମିତ କୁମାର ନିଜ ନିଜ ସଂସ୍ଥାର ପ୍ରମୁଖ ସଫଳତା ଏବଂ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।
Viksit Bharat 2047: ସମଗ୍ର ବିଶ୍ୱରେ ଡିଜିଟାଲ ପରିବର୍ତ୍ତନ ଦ୍ରୁତ ଗତିରେ ଘଟୁଛି: ଅଖିଳ କୁମାର ମିଶ୍ର ଆକାଶବାଣୀ ରାଞ୍ଚିର କାର୍ଯ୍ୟକ୍ରମ ପରିଚାଳକ ପ୍ରଭୁ ଶରଣ ଜନସ୍ୱାର୍ଥ ସମ୍ବନ୍ଧୀୟ ସୂଚନା ପ୍ରସାରରେ ଆକାଶବାଣୀର ଭୂମିକା ବିଷୟରେ କହିଥିଲେ।
ମାଇଁ ଭାରତ ଝାଡ଼ଖଣ୍ଡର ରାଜ୍ୟ ନିର୍ଦ୍ଦେଶିକା ଲଲିତା କୁମାରୀ ଯୁବ ସଂସଦ, ବିବିଧ ଭାରତ ଯୁବ ନେତୃତ୍ବ ବାର୍ତ୍ତାଳାପ ଏବଂ ପରୀକ୍ଷାମୂଳକ ଶିକ୍ଷା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ରାଞ୍ଚି ୟୁନିଟର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଅଧୀକ୍ଷକ ଶ୍ରୀ ସାରିକ ଉମର ଏବଂ ଆଇସିଏଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସେକେଣ୍ଡାରୀ ଏଗ୍ରିକଲଚରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ନିରନ୍ତର ପ୍ରସାଦ ଯଥାକ୍ରମେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଏବଂ କୃଷି ନବସୃଜନ ସମ୍ବନ୍ଧୀୟ ପଦକ୍ଷେପ ଉପରେ ସୂଚନା ସେୟାର କରିଥିଲେ।
ଏହି ବୈଠକରେ ଆକାଶବାଣୀ ରାଞ୍ଚିର ଜାଭିୟର୍ କାଣ୍ଡୁଲାନା, ଦୂରଦର୍ଶନ ରାଞ୍ଚିର ସୁଧୀର କୁମାର ଏବଂ ୟୁଆଇଡିଏଆଇର ଅବଦୁଲ କଲାମ ଅନସାରୀ ପ୍ରମୁଖ ଯୋଗ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।