Health: ଶ୍ରୀ ଅଲାରାନଥ ମନ୍ଦିରରେ ପ୍ରବଳ ଭିଡ଼; ଅଣସର ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

Jul 12, 2026 - 18:55
Health: ଶ୍ରୀ ଅଲାରାନଥ ମନ୍ଦିରରେ ପ୍ରବଳ ଭିଡ଼; ଅଣସର ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

"ବ୍ରହ୍ମଗିରି (ସୁରେଶ ଚନ୍ଦ୍ର ଦାଶ): ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିରରେ ରବିବାର  ଦିନ ସାରା ଭକ୍ତମାନଙ୍କର ପ୍ରବଳ ଗହଳି ରହିଛି।

ସକାଳୁ ଏଠାରେ ଯେମିତି ଭିଡ଼ ଦେଖିବାକୁ ମିଳିଥିଲା ସନ୍ଧ୍ୟା ସମୟରେ ମଧ୍ୟ ସମାନ ଅବସ୍ଥା ରହିଛି।

ଦିନ ସମୟରେ ପ୍ରବଳ ଖରା ଏବଂ ଗରମ ସତ୍ତ୍ବେ ହଜାର ହଜାର ଭକ୍ତ ଧାଡ଼ିରେ ଛିଡ଼ା ହୋଇଥିଲେ।

ତେବେ ମାତ୍ରାଧିକ ଭିଡ଼ ଗରମ ଏବଂ ଗୁଳୁଗୁଳିର ସାମ୍ନା କରିଛନ୍ତି।Advertisment #ଶ୍ରୀଅଲାରନାଥଙ୍କ_ଅଣସର_ଦର୍ଶନ_ଜାରି-ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ-ଆସନ୍ତାକାଲି ଅଣସର ଦର୍ଶନର ଶେଷ ଦିନ-ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଶ୍ରୀ ଅଲାରନାଥ ବିରାଜମାନ#Sambad #Alarnath #Puri #Odisha pic.twitter.com/rHk1APBkr0 — Sambad (ସମ୍ବାଦ) (@sambad_odisha) July 12, 2026 ଅଣସର ଦର୍ଶନର ତ୍ରୟୋଦଶ ଦିନରେ ରବିବାର ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ରହି ଦର୍ଶନ କରୁଛନ୍ତି।

ଏହାରି ଭିତରେ ପ୍ରବଳ ଗୁଳୁଗୁଳିରେ ଧାଡ଼ିରେ ଛିଡା ହୋଇ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୩ ଜଣ ଅଚେତ ହୋଇଛନ୍ତି।

ତ୍ରିପୁରାର ମିଲସି (୫୫), ଭୁବେନେଶ୍ୱରର ପ୍ରିୟମ୍ବଦା ମହାନ୍ତି (୪୮) ଏବଂ ରାମ ଚନ୍ଦ୍ର ପାଢ଼ୀ (୭୧) ଅଚେତ ହୋଇ ଆଶୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପରେ ରେବଣାନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠା ଯାଇଛି।

Alarnath darshan ଅଣସର ଦର୍ଶନ ନିମନ୍ତେ ଅଲାରନାଥରେ ବ୍ୟାପକ ବ୍ୟବସ୍ଥା ସୂଚନାଯୋଗ୍ୟ ଗତକାଲି ମଧ୍ୟ୍ୟ ଜଣେ ପୁଲିସ କର୍ମଚାରୀଙ୍କ ସହିତ ୮ ଜଣ ଗୁଳୁଗୁଳି ଯୋଗୁ ଅଚେତ ହୋଇ ଥିଲେ।

ପୁଲିସ, ସିଭିଲ ଡିଫେନ୍ସ ଓ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ।

ଅଣସର ଦର୍ଶନ ଆସନ୍ତାକାଲି ଶେଷ ହେଉଥିବାରୁ ରବିବାର ଦିନ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଏକ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା।

ପ୍ରତିଦିନ ଭଳି ଆଜି ମଧ୍ୟ ଶ୍ରୀଅଲରାନାଥଙ୍କ ମନ୍ଦିର ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ସକାଳ ୬ଟାରୁ ଖୋଲିଥିଲା।

ମଧ୍ୟାହଣ ୧୨ଟାରୁ ଅପରାହ୍‌ଣ ୨ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିଥିଲେ।

ସନ୍ଧ୍ୟା ୭ଟାରୁ ପୁଣି ରାତି ୧୨ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।