Haryana Boy Fell Borewell : ୨୨୦ ଫୁଟ୍ ଗଭୀର ବୋରୱେଲକୁ ଖସିପଡ଼ିଲା ୪ ବର୍ଷର ଶିଶୁ: ମୃତ ଅବସ୍ଥାରେ ହେଲା ଉଦ୍ଧାର
"ଅମ୍ବାଲା: ହରିୟାଣାର ଧନୌରା ଗାଁରେ ୨୨୦ ଫୁଟ ଗଭୀର ଖୋଲା ବୋରୱେଲରେ ଖସି ପଡ଼ିଥିବା ଜଣେ ଚାରି ବର୍ଷର ଶିଶୁର ମୃତ୍ୟୁ ଘଟିଛି।
ଶିଶୁଟିକୁ ବୋରୱୋଲରୁ ଉଦ୍ଧାର କରିବାକୁ ୧୯ ଘଣ୍ଟା ଧରି ଚାଲିଥିବା ଅପରେସନ ବିଫଳ ହୋଇଥିଲା।
ଶିଶୁଟିକୁ ଉଦ୍ଧାର କରାଯିବା ପରେ ମୃତ ଘୋଷଣା କରାଯାଇଥିଲା।Advertisment ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଶିଶୁଟି ବୋରୱେଲକୁ ଖସି ପଡ଼ିଥିବା ଜଣାପଡ଼ିବା ପରେ ଭାରତୀୟ ସେନା, ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ସହିତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶିଶୁଟିକୁ ଉଦ୍ଧାର କରିବାକୁ ବଡ଼ଧରଣର ଅପରେସନ ଚାଲିଥିଲା।
ଏହି ଉଦ୍ଧାର କାର୍ଯ୍ୟ ପାଇଁ ଅପରେସନ ଚାଲିଥିବାବେଳେ ଉଦ୍ଧାରକାରୀ ଦଳଗୁଡ଼ିକ ବିଭିନ୍ନ ବୈଷୟିକ ଓ ପରିବେଶଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ।
ଲଗାତାର ବର୍ଷା ଯୋଗୁଁ ସଂକୀର୍ଣ୍ଣ ବୋରୱେଲ ଭିତରକୁ ପାଣି ପଶିଯାଇଥିଲା।
ନ୍ୟୁଜ ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ଜଳସ୍ତର ଲଗାତାର ବୃଦ୍ଧି ଯୋଗୁ ୬୦ ଫୁଟ ଗଭୀରତାରେ ଫସି ରହିଥିବା ପିଲାଟି ଖାତ ଭିତରେ ପାଣିରେ ବୁଡ଼ିବାରେ ଲାଗିଥିଲା।
ମଧ୍ୟପ୍ରଦେଶ-ବିହାରରେ ବଜ୍ରପାତରେ ୮ ମୃତ ଖୋଲା ବୋରୱେଲକୁ କର୍ତ୍ତୃପକ୍ଷ ସ୍ଥାୟୀ ଭାବରେ ସିଲ୍ କରିଦେଇଛନ୍ତି ଓଦା ମାଟି ଧସୁଥିବାରୁ ଉଦ୍ଧାରକାରୀ ଦଳକୁ ବାରମ୍ବାର ସେମାନଙ୍କ ଉଦ୍ଧାରକାର୍ଯ୍ୟ ଶୈଳୀ ବଦଳାଇବାକୁ ପଡ଼ିଥିଲା।
ତେବେ ୧୯ ଘଣ୍ଟାର ଅପରେସନ ପରେ ଶିଶୁଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ଉଦ୍ଧାର କାର୍ଯ୍ୟ ସମାପ୍ତ ହେବା ପରେ ଧନୌରା ଗାଁରେ ଖୋଲା ବୋରୱେଲକୁ କର୍ତ୍ତୃପକ୍ଷ ସ୍ଥାୟୀ ଭାବରେ ସିଲ୍ କରିଦେଇଛନ୍ତି।
"