Doctors Protest: ଓମ୍‌ସା ଡାକ୍ତର ଆନ୍ଦୋଳନରେ, ଡିଏମଏଫ ଡାକ୍ତର କରୁଛନ୍ତି ରୋଗୀ ସେବା

Jul 01, 2026 - 13:05
Doctors Protest: ଓମ୍‌ସା ଡାକ୍ତର ଆନ୍ଦୋଳନରେ, ଡିଏମଏଫ ଡାକ୍ତର କରୁଛନ୍ତି ରୋଗୀ ସେବା

"ସୁନ୍ଦରଗଡ଼: ଆଜି ସାରା ରାଜ୍ୟରେ ଓମ୍‌ସା ଡାକ୍ତର ବିଭିନ୍ନ ଦାବି ନେଇ ରୋଗୀ ସେବାକୁ ସମ୍ପୂର୍ଣ ଭାବରେ ବନ୍ଦ କରିଦେଇଥିବା ବେଳେ ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ଡିଏମଏଫ ପାଣ୍ଠିରୁ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ନେଇ ଆରମ୍ଭ କରିଛି ରୋଗୀ ସେବା ।

ବହିର୍ବିଭାଗ  ହେଉକି , ଜରୁରୀ ସବୁଠାରେ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିସ୍ତାଳୟରେ ଆଜି ଡିଏମଏଫ ଡାକ୍ତରମାନଙ୍କୁ ଦାୟିତ୍ବ ଦିଆଯାଇଛି ।

ସେମାନେ ରୋଗୀମାନଙ୍କୁ ଚିକତ୍ସା କରିବା ସହିତ ଜରୁରୀକାଳୀନ ସ୍ଥିତିକୁ ସମ୍ଭାଳିଛନ୍ତି।Advertisment Doctors Strike: ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଆନ୍ଦୋଳନ: ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟସେବା ପ୍ରଭାବିତ ନିରାଶ ହୋଇ ଫେରିଛନ୍ତି ଭିନ୍ନକ୍ଷମ ପରିବାର ଅନ୍ଯପଟେ ଆଜି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆସିଥିବା ଭିନ୍ନକ୍ଷମ ଓ ସେମାନଙ୍କ ପରିବାର ନାହିଁ ନଥିବା ହୀନସ୍ତା ଭୋଗିଛନ୍ତି।

କିଏ ୧୫୦ କିଲୋମିଟରରୁ ଆସିଛି ତ ଆଉ କିଏ ୨୫୦ କିଲୋମିଟରରୁ ଆସିଛି ।

କିଏ ଗୁରୁଣ୍ଡି ଗୁରୁଣ୍ଡି ଆସିଛି ତ, ଆଉ କିଏ ବାଉଁଶ ବାଡ଼ିର ସହାୟତାରେ ଛୋଟେଇ ଛୋଟେଇ ଆସିଛି ।

ଏହିଭଳି ୧୦୦ ରୁ ଅଧିକ ଭିନ୍ନକ୍ଷମ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସି ନାହିଁନଥିବା ଅସୁବିଧାର ଶିକାର ହୋଇଛନ୍ତି ।

ହଜାର ହଜାର ଟଙ୍କା ଖର୍ଚ କରି ପରିବାର ଲୋକ ବହୁ କଷ୍ଟରେ ଏହି ଭିନ୍ନକ୍ଷମମାନଙ୍କୁ ନେଇକି ଆସିଥିଲେ।

ଭିନ୍ନକ୍ଷମ ସାର୍ଟିଫିକେଟର ଯାଞ୍ଚ ପରୀକ୍ଷା ପାଇଁ, ହେଲେ ଆଜି ଡାକ୍ତରମାନେ ଆନ୍ଦୋଳନରେ ଥିବା ଯୋଗୁଁ ଏହି ବୋର୍ଡରେ ଡାକ୍ତରମାନେ ଆସିନଥିଲେ ଆଉ ଏହି ଗରିବ ଲୋକ ନିଜ ଭିନ୍ନକ୍ଷମ ପରିବାର ବର୍ଗକୁ ସାଥିରେ ଆଣି ନିରାଶ ହୋଇ ଫେରିଛନ୍ତି ।

"