Hai Jawani To Ishq Hona Hai' : ବକ୍ସ ଅଫିସ୍ରେ ମନ୍ଥର ପଡ଼ିଲା ‘ହୈ ଜୱାନି ତୋ ଇସ୍କ ହୋନା ହୈ’
"ମୁମ୍ବାଇ: ବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ""ହୈ ଜୱାନି ତୋ ଇସ୍କ ହୋନା ହୈ"" ମୁକ୍ତିଲାଭ ପରେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭଲ ସମର୍ଥନ ପାଇଥିଲା।
କିନ୍ତୁ ସିନେମାର ବକ୍ସ ଅଫିସ୍ ଯାତ୍ରା ଏବେ କିଛିଟା ମନ୍ଥର ହୋଇଥିବା ଦେଖାଯାଇଛି।
ମୁକ୍ତିଲାଭର ପ୍ରଥମ ତିନି ଦିନରେ ଆଶାଜନକ ବ୍ୟବସାୟ କରିଥିବା ଏହି ଚଳଚ୍ଚିତ୍ରର ଆୟ ସପ୍ତାହର ମଝିଭାଗରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି।Advertisment ବ୍ୟବସାୟିକ ରିପୋର୍ଟ ଅନୁସାରେ, ଚଳଚ୍ଚିତ୍ରଟି ମୁକ୍ତିଲାଭର ଷଷ୍ଠ ଦିନରେ ପ୍ରାୟ ୨.୮ କୋଟି ଟଙ୍କା ଆୟ କରିଛି।
ଏହା ସହିତ ଦେଶରେ ଏହାର ମୋଟ ନିଟ୍ ଆୟ ୩୪ କୋଟି ଟଙ୍କାରୁ ଅଧିକରେ ପହଞ୍ଚିଛି।
ପ୍ରଥମ ଦିନରେ ଭଲ ଆରମ୍ଭ କରିଥିବା ଏହି ସିନେମା ଶନିବାର ଓ ରବିବାର ଦିନ ଅଧିକ ଦର୍ଶକ ଆକର୍ଷଣ କରିଥିଲା।
ତେବେ ସୋମବାରଠାରୁ ଦର୍ଶକ ସଂଖ୍ୟା କମିବା ସହ ଆୟରେ ମଧ୍ୟ ହ୍ରାସ ଦେଖାଦେଇଛି ।
ମୋ ପରକୀୟା ପ୍ରୀତି ବିଷୟରେ ଜାଣି ମୋତେ ବ୍ଲାକମେଲ୍ କରୁଥିଲେ ଏପଷ୍ଟାଇନ୍: ବିଲ୍ ଗେଟ୍ସଙ୍କ ଅଭିଯୋଗ ଅନ୍ୟପକ୍ଷରେ ଦେଖିବାକୁ ଗଲେ ବିଶ୍ୱସ୍ତରରେ ଚଳଚ୍ଚିତ୍ରଟି ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିବାରେ ସଫଳ ହୋଇଛି।
ବିଦେଶରେ ଏହାକୁ ଅପେକ୍ଷାକୃତ ଭଲ ପ୍ରତିକ୍ରିୟା ମିଳୁଥିବା ବେଳେ ଦେଶୀୟ ବଜାରରେ ଅନ୍ୟ ଚଳଚ୍ଚିତ୍ରଗୁଡ଼ିକର ପ୍ରତିଯୋଗିତା ଏହାର ଆୟ ଉପରେ ପ୍ରଭାବ ପକାଇଛି ।
ରୋମାଞ୍ଚ, ହାସ୍ୟ ଓ ପାରିବାରିକ ମନୋରଞ୍ଜନକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି।
କେତେକ ଦର୍ଶକ ଏହାର ହାସ୍ୟରସ ଓ ଅଭିନୟକୁ ପସନ୍ଦ କରିଥିବା ବେଳେ ଅନ୍ୟ କେତେକ କାହାଣୀକୁ ସାଧାରଣ ବୋଲି ମତ ଦେଇଛନ୍ତି।
ଏବେ ନଜର ରହିଛି ଆଗାମୀ ସପ୍ତାହାନ୍ତ ଉପରେ।
ଯଦି ଛୁଟିଦିନରେ ଦର୍ଶକଙ୍କ ସମର୍ଥନ ବଢ଼େ, ତେବେ ଚଳଚ୍ଚିତ୍ରଟି ପୁଣିଥରେ ବକ୍ସ ଅଫିସ୍ରେ ନିଜର ପୁରୁଣା ଗତି ଫେରାଇ ଆଣିପାରିବ ବୋଲି ସିନେ ବିଶ୍ଳେଷକମାନେ ଆଶା ପ୍ରକାଶ କରିଛନ୍ତି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।