Gymnastics: ଜିମ୍ନାଷ୍ଟିକ୍ କେଳେଙ୍କାରୀରେ ନୂଆ ମୋଡ଼: ସବୁକିଛି ହେଉଥିଲା ସଂପାଦକଙ୍କ ଇଙ୍ଗିତରେ
କଟକ: ସବୁ ପ୍ରକାର କେଳେଙ୍କାରୀରେ ସଂପୃକ୍ତ ଥିଲେ ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘ ସଂପାଦକ। ସଂଘର ଆର୍ଥିକ ଅନିୟମିତତାଠାରୁ ଆରମ୍ଭ କରି ଖେଳାଳିଙ୍କ ବୟସ ତଞ୍ଚକତା, ଖେଳାଳି ଚୟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସଂଘର ସଂପାଦକ ଅଶୋକ ସାହୁଙ୍କ ଇଙ୍ଗିତରେ ଚାଲୁଥିଲା। ସଂଘର ମୂଳ କର୍ମକର୍ତ୍ତା ଓ ସଦସ୍ୟମାନେ ସଂଘଠାରୁ ଦୂରେଇ ରହୁଥିବାରୁ ଏହାର ଫାଇଦା ଉଠାଉଥିଲେ ଶ୍ରୀ ସାହୁ। ଏପରିକି ସବୁ କ୍ଷେତ୍ରରେ ସେ ନିଜ ଲୋକଙ୍କୁ ରଖି ସେମାନଙ୍କ ଜରିଆରେ ବ୍ୟାପକ ଅନିୟମିତତାକୁ ବେଶ୍ ସହଜରେ କରିପାରୁଥିଲେ। କଟକରୁ ଆରମ୍ଭ କରି ଦିଲ୍ଲୀରେ ବହୁ ଅଭିଯୋଗ ତାଙ୍କ ନାମରେ ଆସିବାରୁ ଶେଷରେ ବାଧ୍ୟହୋଇ ଅଲିମ୍ପିକ୍ ସଂଘକୁ ଚିଠି ଲେଖି ରାଜ୍ୟ ଜିମ୍ନାଷ୍ଟିକ୍ ସଂଘର ପରିଚାଳନା ପାଇଁ ଏକ ଅସ୍ଥାୟୀ କମିଟି ଗଠନ କରିବାକୁ ନିଜ ଆଡ଼ୁ ଶ୍ରୀ ସାହୁ ଚିଠି ଲେଖିଥିବା ଜଣାପଡ଼ିଛି। ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କର ୨୦୨୪ରେ ପରଲୋକ ଘଟିଥିଲା। କିନ୍ତୁ ୨୦୨୫ ଅଗଷ୍ଟରେ ଭାରତୀୟ ଜିମ୍ନାଷ୍ଟିକ୍ ମହାସଂଘ(ଜିଏଫଆଇ) ୱେବ୍ସାଇଟ୍ ଅପଡେଟ୍ ହୋଇଥିଲେ ମଧ୍ୟ ସଭାପତି ଭାବେ ସମୀର ଦେଙ୍କ ନାମ ରହିଛି।
Education: 'ଇଗ୍ନୋ'ରେ ନୂତନ ନାମଲେଖା ଓ ପୁନଃ ପଞ୍ଜୀକରଣ ଆରମ୍ଭ
ଶ୍ରୀ ସାହୁ ସଂପାଦକ ଥିବା ବେଳେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗ ପ୍ରତିଯୋଗିତାରେ ବ୍ୟାପକ ତଞ୍ଚକତା ହୋଇଥିବା ସାମ୍ନାକୁ ଆସିଛି। ପ୍ରତିଯୋଗିତାରେ କିଛି ପ୍ରତିଯୋଗୀଙ୍କ ମା’ କିମ୍ବା ସଂପର୍କୀୟଙ୍କୁ ବିଚାରକ ଭାବେ ନିୟୋଜିତ କରାଯାଉଥିଲା। ପୁଣି ଜାତୀୟ ପ୍ରତିଯୋଗିତା ପାଇଁ ନିଜ ପରିଚିତ ବା ସଂପର୍କୀୟଙ୍କୁ ଚୟନ କରିବା ପାଇଁ ଶ୍ରୀ ସାହୁ ଅନେକ ପ୍ରତିଭାବାନ ଖେଳାଳିଙ୍କୁ ବିଭିନ୍ନ ଆଳରେ ବଞ୍ଚିତ କରୁଥିଲେ। ଶ୍ରୀ ସାହୁ ନିଜେ ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଥିବାରୁ ଏହାର ସୁଯୋଗ ନେଇ ବାହାର ରାଜ୍ୟ ଖେଳାଳିଙ୍କୁ ଓଡ଼ିଶା ଖେଳାଳି ଭାବେ ବିଭିନ୍ନ ପ୍ରତିଯୋଗିତା ପାଇଁ ସୁଯୋଗ ଦେଉଥିଲେ। ଏହା ଫଳରେ ଓଡ଼ିଶାର ବହୁ ଖେଳାଳି ରାଜ୍ୟରୁ ସୁଯୋଗ ପାଇବାରୁ ବଞ୍ଚିତ ହେଉଥିଲେ। ବିଭିନ୍ନ ଅଭିଯୋଗ ପରେ ଶ୍ରୀ ସାହୁଙ୍କୁ ଜାତୀୟ ଚୟନ କମିଟିରୁ ବାଦ୍ ଦିଆଯାଇଥିଲା। ଏସଂକ୍ରାନ୍ତରେ ଓଡ଼ିଶା ଅଲିମ୍ପିକ ସଂଘ ସଂପାଦକ ଅଭିଜିତ ପାଲ କହିଛନ୍ତି ଯେ, ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘ ନାମରେ ବହୁ ଅଭିଯୋଗ ଆସିବା ପରେ ଜିମ୍ନାଷ୍ଟିକ୍ ସଂଘର ଏକ ଅସ୍ଥାୟୀ କମିଟି ଗଠନ କରି ସଂଘ ପରିଚାଳନା କରିବାକୁ ସଂପୃକ୍ତ ସଂଘ ସଂପାଦକ ଅଶୋକ କୁମାର ସାହୁ ଜଣାଇଛନ୍ତି।
ଗଠନ ହେଲା ଆଡ୍ହକ୍ କମିଟି ବିନୋଦ ଦାଶ ଅଧ୍ୟକ୍ଷ
Meeting: ଉପକୃତ ହେବେ ଦୀର୍ଘ ଦିନ ଧରି ବସତି ସ୍ଥାପନ କରୁଥିବା ସେବାୟତ, ନିଯୋଗ ଓ ମଠ
କଟକ: ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘ ପରିଚାଳନା ପାଇଁ ଓଡ଼ିଶା ଅଲିମ୍ପିକ ସଂଘ(ଓଏଏ) ପକ୍ଷରୁ ଏକ ପାଞ୍ଚଜଣିଆ ଆଡ୍ହକ୍ କମିଟି ଗଠନ କରାଯାଇଛି। ଓଡ଼ିଶା ଅଲିମ୍ପିକ ସଂଘ ଉପସଭାପତି ବିନୋଦ ଦାଶ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବେ ଓଡ଼ିଶା ଅଲିମ୍ପିକ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ଭୁବନେଶ୍ବର ଆଥ୍ଲେଟିକ ସଂଘ ସଂପାଦକ ଡକ୍ଟର ସୌର୍ଯ୍ୟରଞ୍ଜନ ପରିଜା, ପୂର୍ବତନ ଆନ୍ତର୍ଜାତିକ ଜିମ୍ନାଷ୍ଟ ରମେଶ ଚନ୍ଦ୍ର ବେହେରା, ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ବିଚାରକ ପ୍ରଦୀପ କୁମାର ସାହୁ ପ୍ରମୁଖ ରହିଛନ୍ତି। ଏହି ପାଞ୍ଚଜଣିଆ କମିଟି ରାଜ୍ୟ ଜିମ୍ନାଷ୍ଟିକ୍ ସଂଘର ଦୈନନ୍ଦିନ କାର୍ଯ୍ୟକଳାପ ପରିଚାଳନା କରିବା ସହିତ ସଂଘରେ ଚାଲିଥିବା ବିଭିନ୍ନ ଅନିୟମିତତାର ତଦନ୍ତ କରିବେ। ଆସନ୍ତା ୩/୪ମାସ ମଧ୍ୟରେ ଜାତୀୟ କ୍ରୀଡ଼ା ନିୟମ ଆଧାରରେ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯିବ ବୋଲି ଅଲିମ୍ପିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଜିମ୍ନାଷ୍ଟିକ୍ ସଂଘରେ ଚାଲିଥିବା ବ୍ୟାପକ ଅନିୟମିତତା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିମ୍ନାଷ୍ଟିକ ସଂଘ ସଂପାଦକ ବିବାଦୀୟ ହୋଇପଡ଼ିଥିଲେ। ପରେ ସଂପୃକ୍ତ ସଂପାଦକ, ସଂଘର ପରିଚାଳନା କରିବା ପାଇଁ ଓଡ଼ିଶା ଅଲିମ୍ପିକ ସଂଘକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ଆଧାରରେ ଓଡ଼ିଶା ଅଲିମ୍ପିକ ସଂଘ ଏହି ଆଡ୍ହକ୍ କମିଟି ଗଠନ କରି ସଂଘର ପରିଚାଳନା ଦାୟିତ୍ବକୁ ହାତକୁ ନେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।